ଓଡିଶା

odisha

ETV Bharat / state

ଦିଲ୍ଲୀରୁ ଆସିଲା ଡ଼ାକରା: ସ୍ବାଧୀନତା ଦିବସ ସମାରୋହରେ ଯୋଗଦେବେ ଓଡ଼ିଆ ଚାଷୀ - Odisha farmers

ଦିଲ୍ଲୀରେ ସ୍ବାଧୀନତା ଦିବସ ସମାରୋହରେ ଯୋଗଦେବେ ଓଡ଼ିଶାର ଚାଷୀ। ନିମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢ଼ନ୍ତୁ

ସ୍ବାଧୀନତା ଦିବସ ସମାରୋହରେ ଯୋଗଦେବେ ଓଡ଼ିଶାର ଚାଷୀ
ସ୍ବାଧୀନତା ଦିବସ ସମାରୋହରେ ଯୋଗଦେବେ ଓଡ଼ିଶାର ଚାଷୀ

By

Published : Aug 13, 2023, 10:54 PM IST

ଭୁବନେଶ୍ବର: ଦେଶର ୭୭ତମ ସ୍ବାଧୀନତା ଦିବସ ସମାରୋହରେ ଯୋଗ ଦେବେ ଓଡ଼ିଆ ଚାଷୀ । ନୂଆଦିଲ୍ଲୀରେ ଆୟୋଜିତ ଦେବାକୁ ଥିବା ଏହି ସମାରୋହରେ ଯୋଗ ଦେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ 18ଶହ ସ୍ବତନ୍ତ୍ର ଅତିଥିମାନଙ୍କୁ ନିମନ୍ତ୍ରଣ କରାଯାଇଛି । ତେବେ ସେମାନଙ୍କ ଭିତରେ ବହୁ ଚାଷୀ ବି ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ଏହାସହ ମତ୍ସ୍ୟଜୀବୀ, ମନରେଗା ଶ୍ରମିକ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀମାନେ ଅନ୍ତର୍ଭୁକ୍ତ ଅଛନ୍ତି ।

ତେବେ ସ୍ବାଧୀନତା ଦିବସ ସମାରୋହରେ ଯୋଗଦେବେ ଓଡ଼ିଶାର ସରସ୍ବତୀ ମେହର । ବଲାଙ୍ଗୀର ଜିଲ୍ଲା ତୁରକେଲା ବ୍ଲକ ଅନ୍ତର୍ଗତ ଚାଉଳଶୁଖା ଗ୍ରାମର ସରସ୍ବତୀ ମେହର ନାରୀ ସଶକ୍ତିକରଣର ପରାକାଷ୍ଠା ଦେଖାଇଛନ୍ତି । ପ୍ରଥମେ ଏହି ଗ୍ରାମର 10 ଜଣ ମହିଳା ମିଶି ଏକ କୃଷି ଉତ୍ପାଦକ ସଂଗଠନ ତିଆରି କରିଥିଲେ । ପରେ ଏଥିରେ ସଦସ୍ୟ ସଂଖ୍ୟା 320କୁ ବୃଦ୍ଧି ପାଇଥିଲା । ତେବେ ସଂଗଠନର ମହିଳାମାନେ ନିଜର କୃଷିରୁ ଉତ୍ପାଦିତ କପାକୁ ମହାରାଷ୍ଟ୍ରରେ ବିକ୍ରି କରି ଯଥେଷ୍ଟ ଲାଭବାନ ହେବା ସହ ଚଳିତ ବର୍ଷ 77ଲକ୍ଷ ଟଙ୍କା ସଞ୍ଚୟ କରି ନାରୀ ସଶକ୍ତିକରଣର ଉଦାହରଣ ଦେଇଛନ୍ତି । ଏଥିପାଇଁ ସଂଗଠନର ସଦସ୍ଯା ସରସ୍ବତୀ ମେହରଙ୍କୁ ଆସନ୍ତା ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଛି।

ଏହା ମଧ୍ୟ ପଢ଼ନ୍ତୁ...ଚର୍ଚ୍ଚାରେ 3 ସାଙ୍ଗ: ଦାଦନ ଛାଡିଲେ, ହେଲେ ସଫଳ ଚାଷୀ; ବର୍ଷକୁ ରୋଜଗାର ଲକ୍ଷ ଲକ୍ଷ

ସେହିପରି, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ କାଣ୍ଡାପା ଗ୍ରାମରୁ ଦିଲ୍ଲୀ ଯାତ୍ରା କରିବେ ଅନୁସୂଚିତ ଜନଜାତି ଚାଷୀ ମିନୁରା ପ୍ରଧାନ । ମିନୁରା ହଳଦୀ ଚାଷ କରି ନିଜ ପରିବାର ପ୍ରତିପୋଷଣ କରିବା ସହ ସେହି ଅଞ୍ଚଳର ଜଣେ ପ୍ରତିଷ୍ଠିତ ଚାଷୀ ଭାବରେ ସୁନାମ ଅର୍ଜନ କରିଛନ୍ତି । ବର୍ତ୍ତମାନ ସେ ଦାରିଙ୍ଗବାଡ଼ି ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍‌ରେ ଅଧ୍ୟକ୍ଷ ଅଛନ୍ତି । ତେବେ ଏହି ପ୍ରଡ୍ୟୁସର କମ୍ପାନୀ ଏକାଧିକ ଥର ଦିଲ୍ଲୀରେ ଆୟୋଜିତ ହୋଇଥିବା ମେଳାରେ କନ୍ଧମାଳର ହଳଦୀ ଓ ଅନ୍ଯାନ୍ୟ ସାମଗ୍ରୀ ବିକ୍ରି କରିଥିବା ବେଳେ ଗତ ଫେବୃଆରୀରେ ଅନୁଷ୍ଠିତ ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କମ୍ପାନୀଠାରୁ ଦାରିଙ୍ଗବାଡ଼ିର କଫି କିଣିଥିଲେ । ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କେନ୍ଦ୍ର ସରକାର ମିନୁରାଙ୍କୁ ନିମନ୍ତ୍ରଣ କରିଛନ୍ତି । ତେବେ ଦେଶ ସ୍ବାଧୀନତା ହେବା ପରେ ପ୍ରଥମ ଥର ପାଇଁ ଏହି ଅଞ୍ଚଳର ଜଣେ ଚାଷୀଙ୍କୁ ନିମନ୍ତ୍ରଣ କରାଯାଇଥିବାରୁ ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି।

ଅନ୍ୟପକ୍ଷେ,ପିପିଲିର ଏସ୍‌ ଆର ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀର ସଦସ୍ୟ ସଞ୍ଜିତ କୁମାର ମହାନ୍ତି ଓ ଅଶ୍ବନୀ କୁମାର ପାଣ୍ଡେ ମଧ୍ୟ ଦିଲ୍ଲୀର ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ । ଛତୁ ଚାଷରେ ସଫଳତା ପାଇଁ ସେମାନଙ୍କୁ ସମ୍ମାନିତ କରାଯିବ। ତେବେ ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଶାନ୍ତି ମଇଦାନ ନିକଟରେ 10ଜଣ ସଦସ୍ୟ ମିଶି ଏକ କମ୍ପାନୀ ପ୍ରତିଷ୍ଠା କରିଥିଲେ ଏବଂ ଏହା ମାଧ୍ୟମରେ ସ୍ଥାନୀୟ ଚାଷୀ, ମହିଳା ସ୍ବୟଂସହାୟକ ଗୋଷ୍ଠୀ ଏବଂ ଯୁବକମାନେ ପାଳ ଛତୁ ଚାଷ କରି ଭଲ ରୋଜଗାର କରିବା ସହ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ତେବେ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ ପାଇଥିବାରୁ ସଞ୍ଜିତ ଓ ଅଶ୍ବନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details