ଖୋର୍ଦ୍ଧା: ଜିଲ୍ଲା ସ୍ଥିତ ଟାଙ୍ଗୀ ବ୍ଲକ କମାଗୁରୁ ପଞ୍ଚାୟତରେ ବାଟବଣା ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ସମସ୍ତଙ୍କ ମୁଣ୍ଡ ଉପରେ ଛାତଘର କରିବାକୁ ଲକ୍ଷ୍ୟ ରଖିଥିବା କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ହିତାଧିକାରୀଙ୍କ ନାମରେ ଘର କିନ୍ତୁ ପଇସା ଆଉ ଜଣଙ୍କ ଆକାଉଣ୍ଟରେ । ଏଭଳି ଘଟଣା ଦେଖିବାକୁ ମିଳିଛି କମାଗୁରୁ ଗ୍ରାମର ଦୁର୍ଗା ଚରଣ ରଣସିଂହଙ୍କ କ୍ଷେତ୍ରରେ ।
ଦୁର୍ଗା ଚରଣଙ୍କ ଘର ଝାଟିମାଟିର ହୋଇଥିବା ଭଙ୍ଗା ଦଦରା ଘର । ଘର ଉପରେ ପଡିଛି ଛିଣ୍ଡା ପାଲ ଓ ଭଙ୍ଗା ସିଟେଣ୍ଟ ଚଦର ଖଣ୍ଡ । ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କ ମୁହଁରେ ଦାନା ଦେବାକୁ ଦୁର୍ଗା ଚରଣ ଦିନ ମଜୁରିଆ ଭାବେ କାମ କରିଥାନ୍ତି । ସରକାରୀ ଘର ପାଇବାକୁ ସେ ଅନେକ ଥର ନିବେଦନ କରିଥିଲେ । କିନ୍ତୁ ତାଙ୍କୁ ଘର ମିଳିନଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ ନାମରେ ଘର ଥାଉ ମଧ୍ୟ ଅନ୍ୟଜଣଙ୍କ ଖାତାକୁ ପଇସା ଜାଇଥିବା ସେ ଅଭିଯୋଗ କରିଛନ୍ତି । ଏଥିରେ ତଦନ୍ତ କରି ସରକାରୀ ବାସଗୃହ ଯୋଜନାରେ ଘର ପ୍ରଦାନ କରିବାକୁ ଦୁର୍ଗା ଚରଣ ଦାବି କରିଛନ୍ତି ।