ଓଡିଶା

odisha

ETV Bharat / state

ଆବାସ ଲଢେଇ, କାଲିଠୁ ରାଜ୍ୟ ସରକାରଙ୍କୁ ଚେତାବନୀ ପତ୍ର ଦେବ ବିଜେପି - ଚେତାବନୀ ପତ୍ର ଦେବ ବିଜେପି

ପୃଥ୍ବୀରାଜ କହିଛନ୍ତି, ‘‘ଆବାସ ଯୋଜନାରେ ଅନିୟମିତତା ହେଲେ ଜିଲ୍ଲା ପ୍ରଶାସନ ଠୁ ବିଧାନସଭା ପର୍ଯ୍ୟନ୍ତ ସବୁଠି ଘେରାଉ କରିବ ଦଳ । ଯେଉଁ କ୍ରାଇଟେରିଆ କଥା ବିଜେଡି କହୁଛି ଆମେ ସରକାରଙ୍କୁ 2 ଲକ୍ଷ ଲୋକଙ୍କ ନାଁ ଦେଇ ପାରିବୁ । ଯେଉଁ ମାନେ ନିର୍ଦ୍ଧାରିତ କ୍ରାଇଟେରିଆ ଭିତରେ ଆସୁଥିଲେ ସରକାର ତାଙ୍କ ନାଁ କୁ ଚଞ୍ଚକତା କରି କାଟି ଦେଇଛନ୍ତି । ଅଯୋଗ୍ୟ ଲୋକଙ୍କର ଗାଁ ରେ ପ୍ରତିପତ୍ତି ରହିଛି ତାଙ୍କ ନାଁ ରେ ସାଧାରଣ ଲୋକ ଅଭିଯୋଗ କରିବାକୁ ଡ଼ରୁଛନ୍ତି ।" ଅଧିକ ପଢନ୍ତୁ

ଆବାସ ଲଢେଇ, କାଲିଠାରୁ ରାଜ୍ୟ ସରକାରଙ୍କୁ ଚେତାବନୀ ପତ୍ର ଦେବ ବିଜେପି
ଆବାସ ଲଢେଇ, କାଲିଠାରୁ ରାଜ୍ୟ ସରକାରଙ୍କୁ ଚେତାବନୀ ପତ୍ର ଦେବ ବିଜେପି

By

Published : Jan 24, 2023, 9:36 PM IST

ଆବାସ ଲଢେଇ, କାଲିଠାରୁ ରାଜ୍ୟ ସରକାରଙ୍କୁ ଚେତାବନୀ ପତ୍ର ଦେବ ବିଜେପି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପି ଆସନ୍ତାକାଲି ଠାରୁ ସବୁ ବ୍ଲକରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଚେତାବନୀ ପତ୍ର ଦେବ । ୭ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ବାଦ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ନେଇ ରାଜ୍ୟର ସବୁ ବ୍ଲକରେ ଆନ୍ଦୋଳନକୁ ଦଳ ଓହ୍ଲାଇବ । ଏନେଇ ଦଳ ଗତକାଲି ସୂଚନା ଦେଇଥିଲା ଦଳ । ଏହାକୁ ନେଇ ଆଜି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ବିସ୍ତୃତ ସୂଚନା ଦେଇଛନ୍ତି ।

ପୃଥ୍ବୀରାଜ କହିଛନ୍ତି, ‘‘ଆବାସ ଯୋଜନାରେ ଅନିୟମିତତା ହେଲେ ଜିଲ୍ଲା ପ୍ରଶାସନ ଠୁ ବିଧାନସଭା ପର୍ଯ୍ୟନ୍ତ ସବୁଠି ଘେରାଉ କରିବ ଦଳ । ଯେଉଁ କ୍ରାଇଟେରିଆ କଥା ବିଜେଡି କହୁଛି ଆମେ ସରକାରଙ୍କୁ 2 ଲକ୍ଷ ଲୋକଙ୍କ ନାଁ ଦେଇ ପାରିବୁ । ଯେଉଁ ମାନେ ନିର୍ଦ୍ଧାରିତ କ୍ରାଇଟେରିଆ ଭିତରେ ଆସୁଥିଲେ ସରକାର ତାଙ୍କ ନାଁ କୁ ଚଞ୍ଚକତା କରି କାଟି ଦେଇଛନ୍ତି । ଅଯୋଗ୍ୟ ଲୋକଙ୍କର ଗାଁ ରେ ପ୍ରତିପତ୍ତି ରହିଛି ତାଙ୍କ ନାଁ ରେ ସାଧାରଣ ଲୋକ ଅଭିଯୋଗ କରିବାକୁ ଡ଼ରୁଛନ୍ତି । ଅଯୋଗ୍ୟ ଲୋକଙ୍କୁ ବାହାର କରିବା ଦାୟିତ୍ୱ ସରକାରଙ୍କର । ଲୋକଙ୍କର ନୁହେଁ । ତେଣୁ ସରକାର ନିଜେ ଦାୟିତ୍ୱ ନିଅନ୍ତୁ । ନିଜ ଦାୟିତ୍ୱ କୁ ଲୋକଙ୍କ ଉପରେ ଲଦି ଦେଇ ଗାଁ ଗାଁ ରେ ସୃଷ୍ଟି ହେଉଥିବା ଗଣ୍ଡଗୋଳର ମଜା ନ ଦେଖନ୍ତୁ । ଯେଉଁ କଳି ଗାଁ ରେ ଲାଗିଛି ତାକୁ ତରବରିଆ ଗ୍ରାମସଭା କରି ସରକାର ତୁଟେଇ ଦେବାକୁ ଚେଷ୍ଟା କରୁଛନ୍ତି । ଗ୍ରାମସଭା କୁ ବିଜେପି ବିରୋଧ କରୁନି କିନ୍ତୁ ଯେଉଁ ତାଲିକା ନେଇ ସରକାର ଗ୍ରାମସଭା କୁ ଯିବେ ତାକୁ ବିରୋଧ କରୁଛୁ । ସେ ତାଲିକା ରେ ଅନେକ ଆଯୋଗ୍ୟ ଲୋକଙ୍କ ନାଁ ରହିଛି ଯେଉଁମାନେ କି ଘର ପାଇବା ପାଇଁ ଯୋଗ୍ୟ ନୁହେଁ ।’’

ଏହା ଦ୍ୱାରା ଯୋଗ୍ୟ ଲୋକ ବାହାରେ ରହିଛନ୍ତି । ସେମାନେ ଘର ପାଇବେ କି ନାହିଁ ସନ୍ଦେହ ପ୍ରକାଶ କଲେଣି । ଆଜି ଆବାସ ଯୋଜନାରେ ଅଭିଯୋଗ ଦାଖଲ ର ଶେଷ ତାରିଖ ଥିଲା। ଆଜି ସୁଦ୍ଧା ଅନେକ ଅଞ୍ଚଳରେ ଏପର୍ଯ୍ୟନ୍ତ ଅନେକ ଜନସାଧାରଣ ଜାଣି ନାହାନ୍ତି କେଉଁଭଳି ଭାବରେ ଅଭିଯୋଗ ଦାଖଲ ହେବ। ଏଥିପାଇଁ ଆବଶ୍ୟକୀୟ ପ୍ରଚାର ପ୍ରସାର ହୋଇନାହିଁ। ଆଶା ଓ ଆଶଙ୍କାରେ ଗରିବ ଲୋକେ। ଗାଁ ଗାଁ ରାଜ୍ୟ ସରକାରଙ୍କ ବିରୋଧ ରେ ଅସନ୍ତୋଷ ର ନିଆଁ କୁହୁଳୁଛି। ସରକାର ସେହି ନିଆଁରେ ପୋଡ଼ି ଜଳିଯିବେ ବୋଲି ବିଜେପି କହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details