ଭୁବନେଶ୍ବର:ହାଇସ୍କୁଲରେ ଖୋଲିବ ଯୁକ୍ତ ଦୁଇ । ୨୦୨୩-୨୪ ଶିକ୍ଷା ବର୍ଷରୁ ୧୦୦ଟି ସ୍କୁଲରେ ଆରମ୍ଭ ହେବ ଯୁକ୍ତ ଦୁଇ ପାଠପଢା । ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଚାଲିଛି । ଏକାଦଶ ପାଇଁ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ହେବେ । ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ ପାଠପଢ଼ା । ଗଞ୍ଜାମ ଜିଲ୍ଲାର ସର୍ବାଧିକ ସ୍କୁଲ ଗୁଡିକ ଉନ୍ନିତ ହେବ । ଏଥିପାଇଁ ଶିକ୍ଷକ ନିଯୁକ୍ତି ଓ ଭିତ୍ତିଭୂମି ବିକାଶକୁ ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁତ୍ବ ଦିଆଯାଇଛି ।
ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟର ୧୦୦ଟି ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହେବ । ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବେ । ପ୍ରାଥମିକ ପର୍ଯ୍ୟାୟରେ କେବଳ କଳା ବିଭାଗ ଖୋଲିବାକୁ ଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଖୋଲିବ । ପ୍ରାଥମିକ ପର୍ଯ୍ୟାୟରେ ୧୦୦ଟି ସ୍କୁଲ ଚିହ୍ନଟ କରି ପ୍ରକ୍ରିୟା ଆରମ୍ଭ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ।
ଅନୁମୋଦନ ଅନୁସାରେ ଅନୁଗୋଳରେ ୧, ବାଲେଶ୍ଵରରେ ୧, ବରଗଡରେ ୨, ଭଦ୍ରକରେ ୧, ବଲାଙ୍ଗୀରରେ ୮, ବୌଦ୍ଧରେ ୨, କଟକରେ ୨, ଦେବଗଡ଼ରେ ୪, ଢେଙ୍କାନାଳରେ ୧, ଗଜପତିରେ ୨, ଗଞ୍ଜାମରେ ୯, ଜଗତସିଂପୁରରେ ୨, ଯାଜପୁରରେ ୧, ଝାରସୁଗୁଡ଼ାରେ ୧, କଳାହାଣ୍ଡିରେ ୮, କନ୍ଧମାଳରେ ୪, କେନ୍ଦ୍ରପଡ଼ାରେ ୨, କେନ୍ଦୁଝରରେ ୬, ଖୋର୍ଦ୍ଧାରେ ୧, କୋରାପୁଟରେ ୪, ମାଲକାନଗିରିରେ ୬ ହାଇସ୍କୁଲ ଉଚ୍ଚବିଦ୍ୟାଳୟକୁ ଉନ୍ନୀତ ହେବେ ।