ଭୁବନେଶ୍ବର:ଦଶମ ପାସ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ଆଉ ଏକ ସୁଯୋଗ । ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ଇ-ଆଡମିଶନରୁ ବଞ୍ଚିତ ଛାତ୍ରଛାତ୍ରୀ ଦ୍ବିତୀୟ ପର୍ଯ୍ୟାୟ ଇ ଆଡମିଶନ ପାଇଁ ଆବେଦନ କରିପାରିବେ । ଆସନ୍ତାକାଲି ( ଶନିବାର ) ଠାରୁ ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ ଇ ଆଡମିସନ ଆବଦେନ ପ୍ରକ୍ରିୟା ଆରମ୍ଭ ହେବ । ସେପ୍ଟେମ୍ବର ୧୦ ରୁ ସେପ୍ଟେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଏହି ଯୁକ୍ତ ଦୁଇ ଇ ଆଡ଼ମିସନ ପାଇଁ ଆବେଦନ ପ୍ରକ୍ରିିିିିିିିିିିିିିିିିିିିୟା ଜାରି ରହିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ ପାଇଛି । ଯେଉଁମାନେ ପ୍ରଥମ ପର୍ଯ୍ୟାୟ ଯୁକ୍ତ ଦୁଇ ଆଡମିଶନ ପ୍ରକ୍ରିୟାରେ ଆବେଦନ କରିପାରି ନଥିଲେ, ସେମାନେ ଏହି ଦ୍ବିତୀୟ ପର୍ଯ୍ୟାୟ ନାମଲେଖାରେ ଭାଗ ନେଇପାରିବେ ।
ଯୁକ୍ତ ଦୁଇର କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦା ମୂଳକ ଶିକ୍ଷାର ଦ୍ବିତୀୟ ପର୍ଯ୍ୟାୟ ଇ ଆଡମିଶନ ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ଦ୍ବିତୀୟ ପର୍ଯ୍ୟାୟ ଇ ଆଡମିସନ ପାଇଁ ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର 10 ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଦ୍ବିତୀୟ ପର୍ଯ୍ୟାୟ ଆଡମିଶନ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଡମିଶନ ବାବଦରେ ଅଧିକ ଖବର ଜାଣିବା ପାଇଁ www.samsodisha.gov.in ରେ ଲଗଇନ୍ କରିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ ପାଇଛି ।
ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କିଛି ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟ ଇ ଆଡମିସନରେ ଭାଗନେଇ ପାରିନଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି । କୌଣସି କାରଣରୁ ସେମାନେ ପ୍ରଥମ ପର୍ଯ୍ୟାୟ ଯୁକ୍ତ ଦୁଇ ଇ ଆଡମିଶନ ପ୍ରକ୍ରିୟାରେ ଆବେଦନ କରିପାରି ନଥିଲେ । ଏନେଇ ରାଜ୍ୟ ସରକାର ସେମାନଙ୍କର ଉଚ୍ଚ ଶିକ୍ଷା ପ୍ରଦାନ ନିମନ୍ତେ ଦ୍ବିତୀୟ ପର୍ଯ୍ୟାୟ ଇ ଆଡମିଶନ ପ୍ରକ୍ରିୟାରେ ନାମ ଲେଖାଇବା ପାଇଁ ଅନ୍ୟ ଏକ ସୁଯୋଗ ପ୍ରଦାନ କରିଛନ୍ତି । ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇ ପାରି ନାହିଁନ୍ତି, ସେମାନେ ଏହି ନାମଲେଖାରେ ଭାଗ ନେଇପାରିବେ । ଛାତ୍ରଛାତ୍ରୀ ମାନେ ଚଳିତ ସେପ୍ଟେମ୍ବର 10 ତାରିଖରୁ 27 ତାରିଖ ମଧ୍ୟରେ ଯୁକ୍ତ ଦୁଇ ଇ ଆଡମିଶନ ପାଇଁ ପୁନର୍ବାର ଆବେଦନ କରିପାରିବେ । ଆଡମିଶନ ବାବଦରେ www.samsodisha.gov.in ଲଗ୍ଇନ କରିଲେ ଅଧିକ ବିବରଣୀ ପାଇପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ ପାଇଛି ।
ତେବେ ସେପ୍ଟେମ୍ବର ୨୭ ତାରିଖରେ ଆଡମିଶନ ପାଇଁ ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନଙ୍କର ଅକ୍ଟୋବର ୧୧ ରୁ ୧୩ ତାରିଖ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଆଡମିଶନ କରିବେ । ଏହା ପରେ ଅକ୍ଟୋବର ୧୮ ତାରିଖରେ ଯୁକ୍ତ ଦୁଇ ସ୍ପଟ ଆଡମିଶନ ପାଇଁ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ଅକ୍ଟୋବର ୧୮ ଓ ୧୯ ତାରିଖରେ ସ୍ପଟ୍ ଆଡମିଶନ କରିବେ । ତେବେ ସ୍ପଟ ଆଡମିଶନ ପରେ ସିଟ ବଳକା ରହିଥିଲେ ବଳକା ସିଟ ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀ ଆସନ୍ତା ଅକ୍ଟୋବର ୨୦ ଓ ୨୧ରେ ଆଡମିଶନ କରି ପାରିବେ ।
ଇଟିଭି ଭାରତ, ଭୁବନେଶ୍ବର