ଓଡିଶା

odisha

ETV Bharat / state

ଅଙ୍ଗନବାଡ଼ି କର୍ମୀଙ୍କ ନିଯୁକ୍ତିରେ ପରିବର୍ତ୍ତନ, ବଦଳିଲା ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା - ଅଙ୍ଗନବାଡ଼ିରେ ଶିକ୍ଷାଗତ ଯୋଗ୍ୟତା

ଏଣିକି ଯୁକ୍ତ ଦୁଇ ପାସ କରିଥିଲେ ଅଙ୍ଗନବାଡିରେ ମିଳିବ ନିଯୁକ୍ତି । ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ନିଯୁକ୍ତିରେ ଏହି ନୂଆ ପରବର୍ତ୍ତନ କରିଛନ୍ତି । ଅଧିକ ପଢନ୍ତୁ

employment in Anganabadi
employment in Anganabadi

By

Published : Feb 19, 2023, 10:12 PM IST

ଭୁବନେଶ୍ବର: ରାଜ୍ୟ ସରକାର ଶିକ୍ଷା, ସ୍ବାସ୍ଥ୍ୟ, କୃଷି କ୍ଷେତ୍ରର ବିକାଶ ପାଇଁ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । କିଭଳି ଭାବରେ ଶିକ୍ଷାର ବିକାଶ ହୋଇପାରିବ ସେନେଇ ଅନେକ ଯୋଜନା ଅନେକ ପ୍ରକଳ୍ପ ଶୁଭାରମ୍ଭ କରୁଛନ୍ତି । ତେବେ ଏହି କ୍ରମରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ନିଯୁକ୍ତିରେ ଅନେକ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଏଣିକି ଅଙ୍ଗନବାଡି କର୍ମୀ ହେବାକୁ ଥିବା ଆଶାୟୀ ଯୁକ୍ତ ଦୁଇ ପାସ କରିଥିବା ବାଧ୍ୟତାମୂଳକ କରାଯାଇଛି ।

ଅଙ୍ଗନବାଡି କର୍ମୀଙ୍କ ଶିକ୍ଷାଗତ ଯୋଗ୍ୟତା ସର୍ବନିମ୍ନ ଦଶମ ପାସ ରହିଥିବା ବେଳେ ବୟସ ୨୧ ବର୍ଷରୁ ୪୫ ବର୍ଷ ମଧ୍ୟରେ ରହିଥିଲା । ଏଣିକି ଜଣେ ଅଙ୍ଗନବାଡି କର୍ମୀଙ୍କ ଶିକ୍ଷାଗତ ଯୋଗ୍ୟତା ଦ୍ବାଦଶ ପାସ ବା ଯୁକ୍ତ ଦୁଇ ପାସ ହେବା ବାଧ୍ୟତାମୂଳକ କରାଯାଇଛି । ଏହା ସହିତ ବୟସ ୧୮ ବର୍ଷରୁ ୩୫ ବର୍ଷ କରାଯାଇଛି । ଏହିସବୁ ଶିକ୍ଷାଗତ ଯୋଗ୍ୟତା ଓ ବୟସ ରହିଥିଲେ ଜଣେ ପ୍ରାର୍ଥୀ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ପଦବୀ ପାଇଁ ଯୋଗ୍ୟ ହୋଇପାରିବେ । ଏନେଇ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିକାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଅବଗତ କରାଯାଇଛି ।

ଏହା ବି ପଢନ୍ତୁ- ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନ ସ୍ଥଗିତ, ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଉଚ୍ଚସ୍ତରୀୟ ବୈଠକ

ସୂଚନା ଅନୁଯାୟୀ, ଅଙ୍ଗନବାଡି କର୍ମୀମାନେ ଦୀର୍ଘ ଦିନର ଦାବିକୁ ନେଇ ବାରମ୍ବାର ସରକାରଙ୍କୁ ଅବଗତ କରାଇଛନ୍ତି । ଆଜି ପର୍ଯ୍ୟନ୍ତ ଅଙ୍ଗନବାଡି କର୍ମୀଙ୍କ କିଛି ବିଁ ଦାବି କି ରାଜ୍ୟ ସରକାର ପୂରଣ କରିନାହାନ୍ତି । ଯାହା ଫଳରେ ଦୀର୍ଘ ଦିନ ଧରି ଅଙ୍ଗନବାଡି କର୍ମୀମାନେ ଧାରଣାରେ ବସିଥିଲେ । ତେବେ ରାଜ୍ୟ ସରକାର ଶିକ୍ଷାଗତ ଯୋଗ୍ୟତାକୁ ଗୁରୁତ୍ଵ ଦେଉଥିବା ବେଳେ ଅଙ୍ଗନବାଡି ବାକି ଦାବି ଗୁଡିକକୁ ପୂରଣ କରାଯାଉ । ଯାହା ଦୀର୍ଘ ଦିନର ଦାବି ରହିଆସିଛି। ତେବେ ଅଙ୍ଗନବାଡି କର୍ମୀଙ୍କ ୮ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ ୱାକର୍ସ ଆସୋସିଏସନ । ତେବେ ଦୀର୍ଘ ଦିନ ଧରି ଭୁବନେଶ୍ବରରେ ଧାରଣା ପ୍ରଦର୍ଶନ ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା ।

ଏହା ସହ ସମସ୍ତ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିବା ସହ ଅଙ୍ଗନବାଡି କର୍ମୀମାନେ ଦାବି ପୂରଣ ଅପେକ୍ଷାରେ ରହିଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଦାବି ପୂରଣ ହୋଇପାରିଲା ନାହିଁ। କିଛି ଦିନ ତଳେ ବିଭାଗୀୟ ଅଧିକାରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରାଯାଇଥିଲା । ସେଥିମଧ୍ୟରୁ ଦୁଇଟି ଦାବିକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ମିଳିଥିଲା । ଯାହା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସିଟି କାର୍ଯ୍ୟକାରୀ ହୋଇପାରିନଥିବା ଜଣାପଡ଼ିଛି ।

ସୂଚନା ଥାଉକି, ଅନେକ ଦିନ ଧରି ରାଜଧାନୀର ଲୋୟର ପିଏମଜିରେ ଅଙ୍ଗନବାଡି କର୍ମୀମାନେ ଧାରଣାରେ ବସିଥିଲେ । ତେବେ ସରକାରଙ୍କ ମୁଖ୍ୟ ଶାସନ ସଚିବ ଲିଖିତ ପ୍ରତିଶୃତି ଦେବା ପରେ ଗତ ଜାନୁଆରୀ ୩ ତାରିଖରେ ଧାରଣାରୁ ଉଠିଥିଲେ ଆନ୍ଦୋଳନରତ କର୍ମୀମାନେ । ଫେବୃଆରୀ ଦ୍ବିତୀୟ ସପ୍ତାହରେ ସମସ୍ତ ସଂଘ ସହ ବୈଠକ ହେବ ବୋଲି ସୂଚନା ମିଳିଥିଲା । ଅଙ୍ଗନବାଡି କର୍ମୀମାନେ ୮ ଦଫା ଦାବି ନେଇ ଧାରଣାରେ ବସିଥିବା ବେଳେ ଯଦି ବୈଠକରେ ଦାବି ପୂରଣ ନ ହୁଏ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details