ଓଡିଶା

odisha

ETV Bharat / state

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପ୍ରଥମ ମେରିଟ୍‌ ଲିଷ୍ଟ - ଯୁକ୍ତ ଦୁଇ ପ୍ରଥମ ମେରିଟ ଲିଷ୍ଟ

ଆଜି ସାମ୍ସ ଓ୍ବେବ୍‌ସାଇଟ୍‌ରେ ଉପସବ୍ଧ ହେବ ଯୁକ୍ତ ଦୁଇ ପ୍ରଥମ ମେରିଟ ଲିଷ୍ଟ । ଆସନ୍ତାକାଲିଠୁ ଆଡମିଶନ ପ୍ରକ୍ରିୟା ଆରମ୍ଭ । ଅଧିକ ପଢନ୍ତୁ

plus two first cut off list will be released today
plus two first cut off list will be released today

By

Published : Jul 6, 2023, 9:06 AM IST

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପ୍ରଥମ ମେରିଟ ଲିଷ୍ଟ । ଦିନ 11ଟାରେ ସମୟରେ ସାମ୍ସ ଓ୍ବେବସାଇଟରେ କଟ ଅଫ ତାଲିକା ଉପଲବ୍ଧ ହେବ । ଓ୍ବେବସାଇଟକୁ ଯାଇ ଛାତ୍ରଛାତ୍ରୀ ଇଣ୍ଟିମେଶନ ଲେଟର ଡାଉନଲୋଡ କରିପାରିବେ । ଏହାପରେ ଜୁଲାଇ 7 ତାରିଖରୁ 13 ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଚାଲିବ । ସିଲେକ୍ସନ ହୋଇଥିବା କଲେଜରେ ନାମ ଲେଖାଇବେ ଛାତ୍ରଛାତ୍ରୀ । ଅଗଷ୍ଟ ପହିଲାରୁ ଆରମ୍ଭ ହେବ ଯୁକ୍ତ ଦୁଇ ପାଠପଢା ।

ଏହା ମଧ୍ୟ ପଢନ୍ତୁ-ପୁଣି ବଢିଲା ଯୁକ୍ତ ଦୁଇ ନାମଲେଖା ଆବେଦନ ଅବଧି, ଅଗଷ୍ଟ ପହିଲାରୁ ପାଠପଢ଼ା

ସେହିପରି ଆସନ୍ତା ଜୁଲାଇ 19 ତାରିଖରେ ଦ୍ବିତୀୟ କଟ ଅଫ ତାଲିକା ପ୍ରକାଶ ପାଇବ । ଏହାପରେ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା 20 ତାରିଖରୁ ଆରମ୍ଭ ହୋଇ 22 ତାରିଖ ପର୍ଯ୍ୟନ୍ତ ଚାଲିବ। ଅନଲାଇନ ସ୍ପଟ ଆଡମିଶନ ଜୁଲାଇ 21 ତାରିଖରୁ ଆରମ୍ଭ ହୋଇ 27 ତାରିଖ ପର୍ଯ୍ୟନ୍ତ ଚାଲିବ । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଅଗଷ୍ଟ ପହିଲାରୁ ଏକାଦଶ ପାଠପଢ଼ା ଆରମ୍ଭ ହେବ । ଯୁକ୍ତ ଦୁଇ ପଢ଼ିବା ପାଇଁ 2158ଟି କଲେଜରେ ପ୍ରାୟ 5 ଲକ୍ଷ ଛାତ୍ର ଛାତ୍ରୀ ଆବେଦନ କରିଛନ୍ତି । ସେଥିମଧ୍ୟରୁ 4 ଲକ୍ଷ 67 ହଜାର 365 ଜଣ ଛାତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ଫି' ପୈଠ କରିଛନ୍ତି । ଯୁକ୍ତ ଦୁଇ କଳା ବିଭାଗରେ 2 ଲକ୍ଷ 77 ହଜାର 218 ସିଟ ରହିଥିବା ବେଳେ ବିଜ୍ଞାନରେ 1ଲକ୍ଷ 61 ହଜାର 580 ସିଟ ରହିଛି । ସେହିପରି ବାଣିଜ୍ୟରେ 45 ହଜାର 332 ସିଟ ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଦଶମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଯୁକ୍ତ ଦୁଇରେ ନାମ ଲେଖା ପାଇଁ ସାମ୍ସ ପୋର୍ଟାଲରେ ଆବେଦନ କରିଛନ୍ତି । ଯାହା ମେ 29 ତାରିଖରୁ ଆରମ୍ଭ ହୋଇ ଜୁନ 30 ତାରିଖରେ ଶେଷ ହୋଇଥିଲା । ପ୍ରଥମେ ଆବେଦନ ଅବଧିକୁ 20 ତାରିଖ ରଖାଯାଇଥିବା ବେଳେ ପର ମୁହୁର୍ତ୍ତରେ ଜୁନ 30 ତାରିଖକୁ ଅବଧି ବୃଦ୍ଧି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-୭୦ଟି ଯୁକ୍ତ ଦୁଇ ରେସିଡେନ୍ସିଆଲ ସ୍କୁଲ ଖୋଲିବାକୁ ଅନୁମତି

ରାଜ୍ୟରେ ମୋଟ 2145ଟି କଲେଜରେ ଯୁକ୍ତ ଦୁଇ ନାମଲେଖା ହେଉଛି । 2023- 24 ଶିକ୍ଷାବର୍ଷରେ ରାଜ୍ୟରେ 106ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପାଠ ପଢା ଆରମ୍ଭ ହେବାକୁ ଯାଉଛି । ଏଥି ମଧ୍ୟରୁ 100ଟି ବିଦ୍ୟାଳୟରେ କଳା ଓ 6ଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ । ଏହାଦ୍ୱାରା ରାଜ୍ୟରେ 106ଟି ସରକାରୀ ବିଦ୍ୟାଳୟରେ ମୋଟ 13468 ସିଟ୍‌ ନାମ ଲେଖା ପାଇଁ ବୃଦ୍ଧି ପାଇଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅଧିକ ମାତ୍ରାରେ ଛାତ୍ରଛାତ୍ରୀ ସଫଳତା ହାସଲ କରିଥିବାରୁ ସେଥିମଧ୍ୟରୁ ଅନେକ ଛାତ୍ରଛାତ୍ରୀଙ୍କ ଧନ୍ଦାମୂଳକ ଶିକ୍ଷା ଲାଭ କରିବାକୁ ମଧ୍ୟ ସରକାର ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details