ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସିଏଚଏସଇ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ଏଥିପାଇଁ ପରୀକ୍ଷା ପରିଚାଳନା ହବ୍ ସ୍ଥିର କରାଯାଇଛି । ରାଜ୍ୟରେ ମୋଟ୍ 202ଟି ପରୀକ୍ଷା ପରିଚାଳନା ହବ୍ କରିବାକୁ ସ୍ଥିର ହୋଇଛି । ଉଚ୍ଚମାଧ୍ୟମିକ ବିଦ୍ୟାଳୟ, କଲେଜ, ସ୍ବୟଂଶାସିତ ମହାବିଦ୍ୟାଳୟ ସମେତ ଗୋଟିଏ ସବ୍ ଟ୍ରେଜେରୀକୁ ପରୀକ୍ଷା ପରିଚାଳନା ହବ୍ ଭାବେ ମନୋନୀତ କରାଯାଇଛି । ଏନେଇ ସିଏଚଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବାଲେଶ୍ବର ଜିଲ୍ଲାରେ 11ଟି ପରୀକ୍ଷା ପରିଚାଳନା ହବ୍ ସ୍ଥିର ହୋଇଥିବାବେଳେ ଭଦ୍ରକରେ 5, ବଲାଙ୍ଗୀରରେ 9, ସୋନପୁରରେ 5, କଟକରେ 14, ଜଗତସିଂହପୁରରେ 7, ଯାଜପୁରରେ 7, କେନ୍ଦ୍ରାପଡ଼ାରେ 7, ଅନୁଗୋଳରେ 7, ଢ଼େଙ୍କାନାଳରେ 7, ଗଞ୍ଜାମରେ 16, ଗଜପତିରେ 4, କଳହାଣ୍ଡିରେ 7, ନୂଆପଡ଼ାରେ 3, କେନ୍ଦୁଝରରେ 8, କୋରାପୁଟରେ 6, ମାଲକାନଗିରିରେ 3, ନବରଙ୍ଗପୁରରେ 3, ରାୟଗଡ଼ାରେ 5, ମୟୂରଭଞ୍ଜରେ 9, ବୌଦ୍ଧରେ 3, ଫୁଲବାଣୀରେ 5, ଖୋର୍ଦ୍ଧାରେ 12 ଟି ହବ ରହିଥିବା ବେଳେ ସେଥିମଧ୍ୟରୁ ଭୁବନେଶ୍ଵରରେ 4 ଟି ପରୀକ୍ଷା ପରିଚାଳନା ହବ କରାଯାଇଛି ।
ସେହିପରି ନୟାଗଡ଼ରେ 5, ପୁରୀରେ 7, ବରଗଡ଼ରେ 8, ଦେବଗଡ଼ରେ 2, ଝାରସୁଗୁଡ଼ାରେ 3, ସମ୍ବଲପୁରରେ 6 ଏବଂ ସୁନ୍ଦରଗଡ଼ରେ 8ଟି ପରୀକ୍ଷା ପରିଚାଳନା ହବ୍ କରାଯିବାକୁ ସ୍ଥିର ହୋଇଛି । ଏହି ହବରେ ପ୍ରଶ୍ନପତ୍ର ପ୍ୟାକେଟ ରହିବା ସହ ଏଠାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ପଠାଯିବ । ଏଥିସହ ହବ୍ ଅଧୀନରେ ଥିବା ପରୀକ୍ଷା କେନ୍ଦ୍ରଗୁଡ଼ିକର ମଧ୍ୟ ତଦାରଖ କରାଯିବ ।
ଏହା ବି ପଢନ୍ତୁ...ପଞ୍ଚାୟତ ଅଫିସ ବ୍ଲକ ଅଫିସ ଅଚଳ କରିବ ବିଜେପି: ବିରୋଧୀ ଦଳନେତା