ଭୁବନେଶ୍ବର:ଯୁକ୍ତ ଦୁଇ ପରୀକ୍ଷା ଲାଗି CHSE ପ୍ରସ୍ତୁତି ଆରମ୍ଭ କରିଛି । ଆସନ୍ତା 14 ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ । ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଲାଗି ଆସନ୍ତା 14 ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(CHSE) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ନଭେମ୍ବର 14 ରୁ 19 ତାରିଖ ମଧ୍ୟରେ ବିନା ଜରିମାନାରେ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ । 21 ତାରିଖରୁ 23 ତାରିଖ ମଧ୍ୟରେ ଫି’ ଦାଖଲ କରିବେ । ନଭେମ୍ବର 21 ରୁ 26 ତାରିଖ ମଧ୍ୟରେ 100 ଟଙ୍କା ଜରିମାନା ଦେବେ । 28 ରୁ 30 ମଧ୍ୟରେ 450 ଟଙ୍କା ଜରିମାନା ଦେଇ ଛାତ୍ରଛାତ୍ରୀ ଫର୍ମ ପୂରଣ କରି ପାରିବେ । ଫାଇନ ଦେଇ ଫର୍ମ ପୂରଣ କରିଥିବା ଛାତ୍ର ଛାତ୍ରୀମାନେ ଡିସେମ୍ବର 1 ରୁ 3 ତାରିଖ ମଧ୍ୟରେ ଫି’ ଦାଖଲ କରିବେ । ଏହା ସହ ପ୍ରାକ୍ଟିକାଲ ପେପର୍ ପିଛା 40 ଟଙ୍କା ଫି’ ଦେବାକୁ ହେବ ।
ଏହା ବି ପଢନ୍ତୁ: ଅର୍ଚ୍ଚନାଙ୍କୁ କ୍ୟାସ ଆକାରରେ ଆସୁଥିଲା ଟଙ୍କା, ଆକାଉଣ୍ଟରେ ATMରୁ ହେଉଥିଲା ଡିପୋଜିଟ୍