ଓଡିଶା

odisha

ଆଜିଠାରୁ ଆରମ୍ଭ ହେଲା ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା, ତ୍ରୁଟି ଶୂନ୍ୟ ଆଡମିଶନ ଲକ୍ଷ୍ୟ

By

Published : Jun 19, 2023, 4:49 PM IST

Updated : Jun 19, 2023, 6:27 PM IST

ଆରମ୍ଭ ହେଲା ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା । ଅପରାହ୍ନ ୨ଟାରୁ ସାମ୍ସ ୱେବସାଇଟରେ ଅନଲାଇନ କମନ ଆପ୍ଲିକେସନ ଫର୍ମ ଉପଲବ୍ଧ ହୋଇଛି । ଜୁଲାଇ ୪ ତାରିଖ ରାତି ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏଥିରେ ନାମଲେଖା ପାଇଁ ଆବେଦନ କରିପାରିବେ । ଅଧିକ ପଢନ୍ତୁ

ଯୁକ୍ତ ତିନି ନାମଲେଖା ପାକ୍ରିୟା
ଯୁକ୍ତ ତିନି ନାମଲେଖା ପାକ୍ରିୟା

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଲା ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା । ଆଜି ଅପରାହ୍ନ ୨ ଟାରୁ ସାମ୍ସ ୱେବସାଇଟରେ ଅନଲାଇନ କମନ ଆପ୍ଲିକେସନ ଫର୍ମ ଉପଲବ୍ଧ ହୋଇଛି । ଜୁଲାଇ ୪ ତାରିଖ ରାତି ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏଥିରେ ନାମଲେଖା ପାଇଁ ଆବେଦନ କରିପାରିବେ। ଜୁଲାଇ ୧୪ ଅପରାହ୍ନ ୨ଟାରେ ପ୍ରଥମ ରାଉଣ୍ଡ ସିଟ ଆଲଟମେଣ୍ଟ ପ୍ରକାଶ ପାଇବ । ଜୁଲାଇ ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ମନୋନୀତ ଛାତ୍ରଛାତ୍ରୀ ସାମ୍ସ ପୋର୍ଟାଲ ମାଧ୍ୟମରେ ସ୍ଲାଇଡ୍ ସିଲେକ୍ସନ ଅପ୍‌ସନ୍‌ ଫ୍ଲୋଟ୍ ଏବଂ ନାମଲେଖା ପାଇଁ ଅନ୍‌ଲାଇନ୍ ପେମେଣ୍ଟ କରିପାରିବେ।

ଜୁଲାଇ ୧୪ ତାରିଖ ସନ୍ଧ୍ୟା ୭ଟାରୁ ଜୁଲାଇ ଓ ୧୮ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ। ପ୍ରଥମ ରାଉଣ୍ଡ ମନୋନୟନ ପ୍ରକ୍ରିୟାରେ ମନୋନୀତ ହେବେ ଛାତ୍ରଛାତ୍ରୀ । ଜୁଲାଇ ୧୫ରୁ ୧୯ ତାରିଖ ମଧ୍ୟରେ ସେମାନଙ୍କୁ ମିଳିଥିବା ଶିକ୍ଷାନୁଷ୍ଠାନରେ ଉପସ୍ଥିତ ରହି ନାମ ଲେଖାଇବେ । ସକାଳ ୯ଟାରୁ ଅପରାହ୍ନ ୫ଟା ମଧ୍ୟରେ ଉପସ୍ଥିତ ରହି ନାମ ଲେଖାଇ ପାରିବେ ଛାତ୍ରଛାତ୍ରୀ । ସେହିପରି ଜୁଲାଇ ୨୭ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ନୋଟିସ୍‌ ପ୍ରକାଶ ପାଇବ। ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସିଟ୍ ଆଲଟମେଣ୍ଟ ନୋଟିସ ଯଥାକ୍ରମେ ଅଗଷ୍ଟ ୯ ତାରିଖ ଅଗଷ୍ଟ ୨୧ ତାରିଖ ସେପ୍ଟେମ୍ବର ୧ ତାରିଖ ଏବଂ ସେପ୍ଟେମ୍ବର ୧୩ ତାରିଖରେ ପ୍ରକାଶ ପାଇବ ।

ଅନ୍ୟପଟେ ୨୦୨୩-୨୪ ଶିକ୍ଷାବର୍ଷରେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ +୩ ବା ସ୍ନାତକ (ୟୁଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ଆବେଦନ ଆରମ୍ଭ ହେଉଛି । ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଜାରି ହୋଇଥିବା ମାର୍ଗଦର୍ଶିକାରେ କୁହାଯାଇଛି ଯେ, ନାମଲେଖା ପ୍ରକ୍ରିୟାର ଅନିୟମିତତା ହେଲେ ଏହାକୁ ଗୁରୁତ୍ବର ସହ ବିଚାର କରାଯିବ । ଯେକୌଣସି ତ୍ରୁଟି ଦେଖାଦେଲେ ଏଥିପାଇଁ ଉଚ୍ଚଶିକ୍ଷାନୁଷ୍ଠାନ ଦାୟୀ ରହିବେ। ନାମଲେଖା ପାଇଁ ସାମ୍ସ ଲ୍ୟାବ୍, ଇଣ୍ଟରନେଟ୍, ପ୍ରିଣ୍ଟର, କମ୍ପ୍ୟୁଟର ଆଦି ପ୍ରସ୍ତୁତ ରଖିବାକୁ ସବୁ ଉଚ୍ଚଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ ଦିଆଯାଇଛି । କମନ ଆପ୍ଲିକେସନ୍ ଫର୍ମ ଦାଖଲ ପରେ କୌଣସି ତ୍ରୁଟି ଥିଲେ ନିକଟସ୍ଥ ସାମ୍ସ ରିସୋର୍ସ ସେଣ୍ଟରକୁ ଯାଇ ଆବେଦନକାରୀ ସଂଶୋଧନ କରିପାରିବେ। ଯେଉଁ ଆବେଦନକାରୀଙ୍କ ଫର୍ମ ସ୍ବୟଂକ୍ରିୟ ଭାବେ ବୈଧ ହୋଇଯିବ, ସେମାନଙ୍କୁ ସାମ୍ସ ରିସୋର୍ସ ସେଣ୍ଟର (ଏସଆରସି)କୁ ଯିବା ଆବଶ୍ୟକ ନାହିଁ ।

ଇଟିଭି ଭାରତ, ଭୁବନଶ୍ବର

Last Updated : Jun 19, 2023, 6:27 PM IST

ABOUT THE AUTHOR

...view details