ଓଡିଶା

odisha

ETV Bharat / state

ମଲାଗୁଣୀ ନଦୀରେ ବୁଡି ଛାତ୍ର ମୃତ - ନଦୀରେ ବୁଡି ଛାତ୍ର ମୃତ

ଭୋଜି ହେଲା କାଳ । ଭୋଜି କରିବାକୁ ଯାଇ ମଲାଗୁଣୀ ନଦୀରେ ଗୋଧୋଇବା ସମୟରେ ନଦୀରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

+2 standard student death in malaguni river
ନଦୀରେ ବୁଡି ଛାତ୍ର ମୃତ

By

Published : Oct 28, 2020, 6:58 PM IST

ଖୋର୍ଦ୍ଧା: ଭୋଜି ହେଲା କାଳ । ଭୋଜି କରିବାକୁ ଯାଇ ମଲାଗୁଣୀ ନଦୀରେ ଗୋଧୋଇବା ସମୟରେ ନଦୀରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ । ମୃତ ଛାତ୍ରଜଣଙ୍କ ନିରାକାରପୁର ରାହୁଳହଜ ଗ୍ରାମର ଆଦର୍ଶ କୁମାର ମିଶ୍ର ।

ନଦୀରେ ବୁଡି ଛାତ୍ର ମୃତ

ଆଦର୍ଶ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟର +୨ ବିଜ୍ଞାନ ଛାତ୍ର । ଆଦର୍ଶ ୪ଜଣ ସାଙ୍ଗଙ୍କ ସହିତ ମିଶି ରାମେଶ୍ୱର ବ୍ୟାରେଜ ମଲାଗୁଣୀ ନଦୀ ନିକଟରେ ଭୋଜି କରିବାକୁ ଯାଇଥିଲେ । ମଲାଗୁଣୀ ନଦୀରେ ଗୋଧୋଇବା ସମୟରେ ନଦୀରେ ବୁଡି ମୃତ୍ୟୁବରଣ କରିଛନ୍ତି ।

ଟାଙ୍ଗୀ ଦମକଳ ବାହିନୀ ଅକ୍ଲାନ୍ତ ପରିଶ୍ରମ କରି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ମେଡ଼ିକାଲକୁ ପଠାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ABOUT THE AUTHOR

...view details