ଓଡିଶା

odisha

ETV Bharat / state

କୋଟାରେ ମିଳୁନି ଚାକିରି ! ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ କ୍ରୀଡାବିତ୍ - sports quota

Jobs under sports quota; ଖେଳାଳିଙ୍କୁ କୋଟାରେ ଚାକିରି ମିଳୁନଥିବା ଅଭିଯୋଗ ହୋଇଛି । ପ୍ରଫେସର ପଦ ନ ପାଇ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଜଣେ ଖେଳାଳି। ଅଧିକ ପଢନ୍ତୁ

କୋଟାରେ ମିଳୁନି ଚାକିରି!
କୋଟାରେ ମିଳୁନି ଚାକିରି!

By ETV Bharat Odisha Team

Published : Jan 4, 2024, 7:23 PM IST

କୋଟାରେ ମିଳୁନି ଚାକିରି!

ଭୁବନେଶ୍ବର: ଖେଳାଳିଙ୍କୁ କୋଟାରେ ଚାକିରି ମିଳୁନଥିବା ଅଭିଯୋଗ। ପ୍ରଫେସର ପଦ ନପାଇ ହାଇକୋର୍ଟର ଦ୍ବାରସ୍ଥ ହେଉଛନ୍ତି ଖେଳାଳି। ରାଜ୍ୟ ସରକାର କେବଳ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି କରୁଛନ୍ତି ବୋଲି ଦାବି କରୁଛନ୍ତି। ଖେଳାଳିମାନଙ୍କୁ ଗ୍ରୁପ-ଏ, ବି,ସି ଓ ଡି ବର୍ଗର ଚାକିରିରେ 1% ସଂରକ୍ଷଣ ଦିଆଯାଉଛି ବୋଲି ଦର୍ଶାଉଛନ୍ତି। କିନ୍ତୂୁ ମେଧାବୀ ଖେଳାଳିଙ୍କ କ୍ଷେତ୍ରରେ ଚାକିରି ପାଇଁ ଥିବା 1% ସ୍ପୋର୍ଟସ କୋଟା କାମ ଦେଉନଥିବା କହିଛନ୍ତି କ୍ରୀଡାବିତ୍। ଶେଷରେ ପ୍ରଫେସର ପଦ ନପାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଉଛନ୍ତି ଖେଳାଳି।

ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଖେଳି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଥିବା ଏମିତି ଜଣେ ଖେଳାଳି ହେଉଛନ୍ତି ଭୁବନେଶ୍ୱରର ଅର୍ଚ୍ଚନା କାନୁନଗୋ। ପିଲାଟି ଦିନରୁ ସେ ଥିଲେ ମେଧାବୀ ଛାତ୍ରୀ। ସେ ସବୁଥିରେ ଭଲ ପ୍ରଦର୍ଶନ କରି ସଫଳତା ପାଇଛନ୍ତି। ହେଲେ ସ୍ପୋର୍ଟସ କୋଟାରେ ତାଙ୍କୁ ଚାକିରି ମିଳୁନଥିବା ସେ ଅଭିଯୋଗ କରିଛନ୍ତି । ପ୍ରଫେସର ପଦ ନପାଇ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଅର୍ଚ୍ଚନା କାନୁନଗୋ ।

ଏନେଇ ଅର୍ଚ୍ଚନା କହିଛନ୍ତି, "ମୁଁ ଜାତୀୟ ସ୍ତରର ଖେଳାଳି। ଏପରିକି ଟାଇକୋଣ୍ଡରେ ବ୍ଲାକ ବେଲ୍ଟ ମଧ୍ୟ ପାଇଛି। ହେଲେ ପ୍ରଫେସର ପାଇଁ ସବୁ ପ୍ରକାରର ଯୋଗ୍ୟତା ଥାଇ ମଧ୍ୟ ଶେଷରେ ମିଳିନଥିଲା। UGC ଗାଇଡଲାଇନ ଅନୁସାରେ ଅଧିକ ମାର୍କ ରହିଛି। ହେଲେ ଚାକିରି କ୍ଷେତ୍ରରେ ଏହାକୁ ଅଯୋଗ୍ୟ କୁହାଯାଉଛି। ବହୁତ ନିରାଶ ହେଲା ପରେ କୋର୍ଟର ଦ୍ବାରସ୍ଥ ହୋଇଥିଲା। ଶେଷରେ ୩ ଟି ବେଞ୍ଚରେ କେସ ସପକ୍ଷରେ ଆସିଥିଲା। ହେଲେ ବିଭାଗୀୟ ସଚିବଙ୍କୁ ଗୋଟିଏ ସପ୍ତାହରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ କୋର୍ଟ। ହେଲେ କିଛି ଦିନ ପରେ ସବୁକିଛି ଓଲଟିଯାଇଥିଲା ।"

ଏହା ମଧ୍ୟ ପଢନ୍ତୁ...ସ୍ପୋଟର୍ସ ହଷ୍ଟେଲକୁ କରିଦେଲେ ଜୁଡୋ ଏକାଡେମୀ ! ମିଳୁନାହାଁନ୍ତି ଖେଳାଳି, ବର୍ଷେ ହେଲାଣି ଝୁଲୁଛି ତାଲା

ଯାହା ଫଳରେ ଏବେ ନିରାଶ ହୋଇଥିବାବେଳେ ଏତେ ପାଠ ପଢିଲା ପରେ ମଧ୍ୟ ଚାକିରି ପାଇଁ ନ୍ୟାୟ ମାଗିବାକୁ ପଡୁଛି ବୋଲି କହି ସେ ଦୁଃଖ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, " ଅଦାଲତ ନ୍ୟାୟ ଦେଲା ପରେ ମଧ୍ୟ ବିଭାଗ ଅଦାଲତର ଅବମାନନା କରୁଛନ୍ତି। ଯାହା ଫଳରେ ଚାକିରି ଆଶାରେ ଏବେ ମଧ୍ୟ ନ୍ୟାୟ ପାଇଁ ଲଢେଇ କରୁଛି।" କ୍ରୀଡାବିତଙ୍କ ପାଇଁ ବିଭିନ୍ନ ସରକାରୀ ଯୋଜନା ଥିଲେ ସୁଦ୍ଧା ତାହା ପ୍ରକୃତରେ ଫଳପ୍ରଦ ହେଉନାହିଁ । ଯେଉଁଥିପାଇଁ ନ୍ୟାୟଳୟର ଦ୍ବାରସ୍ଥ ହେବାକୁ ପଡୁଛି ବୋଲି ଦୁଃଖର ସହ କହିଛନ୍ତି କ୍ରୀଡାବିତ୍ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details