ଓଡିଶା

odisha

ETV Bharat / state

ପ୍ଲାଷ୍ଟିକ ପ୍ରେମରେ ରାଜ୍ୟ ପର୍ଯ୍ୟଟନ ବିଭାଗ ! - ବ୍ୟାନ ହେବ ପ୍ଲାଷ୍ଟିକ ବ୍ୟବହାର

ଗାନ୍ଧୀ ଦିବସରୁ ରାଜ୍ୟରେ ବ୍ୟାନ ହେବ ପ୍ଲାଷ୍ଟିକ ବ୍ୟବହାର । ରାଜ୍ୟ ପର୍ଯ୍ୟଟନ ବିଭାଗ ବି ଏଥି ପାଇଁ ବେଶ ସଚେତନ ହୋଇ ଓଡିଶାବାସୀଙ୍କୁ ପ୍ଲାଷ୍ଟିକ ବ୍ୟବହାର ନକରିବା ପାଇଁ ବାର୍ତ୍ତା ଦେଉଛି। ହେଲେ ନିଜେ ବ୍ୟବହାର କରୁଛି ପ୍ଲାଷ୍ଟିକ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Sep 28, 2019, 11:04 PM IST

ଭୁବନେଶ୍ବର: ଅକ୍ଟୋବର 2ରୁ ରାଜ୍ୟରେ ବ୍ୟାନ ହେବ ପ୍ଲାଷ୍ଟିକ ବ୍ୟବହାର । ଏଥିପାଇଁ ଅନେକ ମନ୍ତ୍ରୀ ତଥା ବିଭାଗୀୟ ସଚିବମାନେ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି । ରାଜ୍ୟ ପର୍ଯ୍ୟଟନ ବିଭାଗ ବି ଏଥି ପାଇଁ ବେଶ ସଚେତନ ହୋଇ ଓଡିଶାବାସୀଙ୍କୁ ପ୍ଲାଷ୍ଟିକ ବ୍ୟବହାର ନକରିବା ପାଇଁ ବାର୍ତ୍ତା ଦେଉଛି । ହେଲେ ନିଜେ ବ୍ୟବହାର କରୁଛି ପ୍ଲାଷ୍ଟିକ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ରାଜ୍ୟ ପର୍ଯ୍ୟଟନ ବିଭାଗର ଅଫିସର ଓ ମନ୍ତ୍ରୀ ସବୁ ବେଶ ଆରାମରେ ପ୍ଲାଷ୍ଟିକ କଭର ଥିବା ଫୁଲ ତୋଡା ସବୁ ଗ୍ରହଣ କରୁଛନ୍ତି । ଅନ୍ୟ ପଟେ ବିଶ୍ବ ପର୍ଯ୍ୟଟନ ଦିବସରେ ଆରମ୍ଭ ହୋଇଥିବା ଫୁଡ ଫେଷ୍ଟିଭାଲ 2019 ରେ ମଧ୍ୟ ଖାଦ୍ୟ ସାମଗ୍ରୀକୁ ପଲିଥିନ ବା ଜାରିରେ ଘୋଡାଇବାର ଦୃଶ୍ୟ ଦେଖିବାକୁ ମିଳିଛି ।

ମନ୍ତ୍ରୀମାନେ ନିଜେ ଆଗେ ସଚେତନ ହେଲେ ସିନା ରାଜ୍ୟ ବାସୀଙ୍କୁ ସଚେତନ କରାଇବେ ବୋଲି ମତପ୍ରକାଶ ପାଇଛି । ତେବେ ଦେଖିବାକୁ ରହିଲା ରାଜ୍ୟସରକାର କେବେ ନିଜେ ପ୍ସାଷ୍ଟିକ ବ୍ୟବହାର ବନ୍ଦ କରୁଛନ୍ତି ।


ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details