ଓଡିଶା

odisha

ETV Bharat / state

ହକି ପୂର୍ବରୁ ମାତିଲେ ଲୁଟେରା, ମୋ ବସ ଯାତ୍ରୀଙ୍କ ପକେଟରୁ 42ହଜାର ଲୁଟ - ହକି ବିଶ୍ବକପ

ମାତିଲେ ଲୁଟେରା । ମୋ ବସ ଯାତ୍ରୀଙ୍କ ପକେଟରୁ 42ହଜାର ଲୁଟ । ମୋ ବସରେ ସହିଦନଗରରୁ ବରମୁଣ୍ଡା ଯିବାବେଳେ ଯାତ୍ରୀଙ୍କ ପକେଟରୁ 42ହଜାର ଟଙ୍କା ଲୁଟ କଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

ହକି ପୂର୍ବରୁ ମାତିଲେ ଲୁଟେରା, ମୋ ବସ ଯାତ୍ରୀଙ୍କ ପକେଟରୁ 42ହଜାର ଲୁଟ
ହକି ପୂର୍ବରୁ ମାତିଲେ ଲୁଟେରା, ମୋ ବସ ଯାତ୍ରୀଙ୍କ ପକେଟରୁ 42ହଜାର ଲୁଟ

By

Published : Dec 12, 2022, 8:03 PM IST

ହକି ପୂର୍ବରୁ ମାତିଲେ ଲୁଟେରା, ମୋ ବସ ଯାତ୍ରୀଙ୍କ ପକେଟରୁ 42ହଜାର ଲୁଟ

ଭୁବନେଶ୍ବର:ଆଗକୁ ଆସୁଛି ହକି ବିଶ୍ବକପ । ଏନେଇ ଭୁବନେଶ୍ବରରେ ଚାଲିଛି ଜୋରସୋର ପ୍ରସ୍ତୁତି । ରାସ୍ତା କଡ ଠାରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ପ୍ରସ୍ତୁତି । ବିଶ୍ବସ୍ତରୀୟ ମ୍ୟାଚରେ ଯେପରି ହେବ ସୁରୁଖୁରୁ ଆୟୋଜନ ସେନେଇ ସବୁଆଡେ ପ୍ରସ୍ତୁତି । ହେଲେ ଏହାରି ଭିତରେ ସରକାରୀ ପରିଚାଳିତ ମୋ ବସ ସେବା ଏବେ ପୁଣି ଚିନ୍ତା ବଢ଼ାଇଛି । ଯେଉଁଠି ସରକାର ଚୋରି ଓ ଅପରାଧିକ କାର୍ଯକଳାପ ଉପରେ ନଜର ରଖିବାକୁ ପୋଲିସ ଆଗୁଆ ପ୍ରସ୍ତୁତ ହୋଇଛି । ଅନ୍ୟପଟେ ମୋ ବସରେ ଯାତ୍ରୀଙ୍କ ପକେଟରୁ 42ହଜାର ଟଙ୍କା ଲୁଟ କଲେ ଦୁର୍ବୃତ୍ତ । ତାହା ପୁଣି ଭିଡଭାଡ ଗହଳି ଭିତରେ ଲୋକଙ୍କ ଗହଣା ଓ ଟଙ୍କା ରେ । ସହିଦନଗର ରୁ ବରମୁଣ୍ଡା ଯିବାବେଳେ ନୟାପଲ୍ଲୀ କ୍ରାଉନ ହୋଟେଲ ନିକଟରେ ଜଣେ ବ୍ୟକ୍ତିଙ୍କ ପକେଟରେ ଥିବା ୪୨ହଜାର ଟଙ୍କା ଲୁଟି ନେଇଛି ଦୁର୍ବୃତ୍ତ ।

ସୂଚନା ଅନୁଯାୟୀ, ଜଣେ ଯାତ୍ରୀ ନିଜର ଗାଡି କିଣିବା ପାଇଁ ବର୍ଷକ ତଳେ ମଣପୁରମରେ ବନ୍ଧା ପକାଇ ଗୋଲ୍ଡ ଲୋନ ନେଇଥିଲେ‌ । ହେଲେ ଆଜି ଟଙ୍କା ଏକାଠି କରି ଶୁଝିବା ପାଇଁ ମଣପୁରମ ଅଫିସ ଆସିଥିଲେ । ଅଫିସରେ କିଛି ସମସ୍ୟା ଯୋଗୁଁ ପରେ ଆସିବା ପାଇଁ କୁହାଯାଇଥିଲା । ସେନେଇ ନୟାଗଡର ଲୋକଟି ସହିଦନଗରରୁ ବରମୁଣ୍ଡା ମୋ ବସ ଯୋଗେ ଫେରୁଥିଲେ‌ ।

ସାଥିରେ ପତ୍ନୀ ଥିଲେ ବି କାଳେ ପତ୍ନୀଙ୍କ ଭ୍ୟାନିଟରେ ଟଙ୍କା ଅସୁରକ୍ଷିତ ହେବ ସେନେଇ ନିଜ ପକେଟରେ ସ୍ବାମୀ ଟଙ୍କା ରଖି ଯାଉଥିଲେ । ତେବେ ବସରେ ଗହଳି ଭିତରେ ଯାତ୍ରୀଙ୍କ ପକେଟରୁ 42ହଜାର ଟଙ୍କା ଲୁଟ କଲେ ଲୁଟେରା । ଏନେଇ ଅଭିଯୋଗ କାରୀ ବିରଞ୍ଚି ନାରାୟଣ ସେଠୀ ଖଣ୍ଡଗିରି ଥାନା ଓ ପରେ ସହିଦନଗର ଥାନା ଯାଇ ଅଭିଯୋଗ ପରେ ମଧ୍ୟ ପୋଲିସ ଅଭିଯୋଗ ରଖି ନ ଥିଲା । ପରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରି ନିଜ ମନର ବିଷ ଓଗାଳିଛନ୍ତି ଅଭିଯୋଗକାରୀ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details