ଓଡିଶା

odisha

By

Published : May 28, 2021, 9:32 AM IST

ETV Bharat / state

ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ ଜବତ, ୨ ଗିରଫ

ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ ଜବତ ସହ ୨ ଜଣଙ୍କୁ ଗିରଫ କଲା ବାଘମାରୀ ପୋଲିସ । ଅଧିକ ପଢନ୍ତୁ...

ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ ଜବତ , ୨ ଗିରଫ
ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ ଜବତ , ୨ ଗିରଫ

ଖୋର୍ଦ୍ଧା: ଗୋରୁ ବୋଝେଇ କରି ଦ୍ରୁତଗତିରେ ଯାଉଥିବା ଏକ ପିକ୍‌ଅପ୍ ଭ୍ୟାନକୁ ଜବତ କରିବା ସହ 2 ଜଣଙ୍କୁ ଗିରଫ କଲା ବାଘମାରୀ ପୋଲିସ । ଗାଡିରୁ ୪ଟି ଗୋରୁ ଉଦ୍ଧାର କରିଥିବା ବେଳେ କେସ ନମ୍ବର ୩୬/୨୧ ଏକ ମାମଲା ରୁଜୁ କରିଛି ପୋଲିସ । ଗିରଫ 2 ବ୍ୟକ୍ତି ହେଉଛନ୍ତି ବାଣପୁରର ଗାଡି ଚାଳକ ହେମନ୍ତ ପ୍ରଧାନ ଚାଳକ ଏବଂ କେରଙ୍ଗର ବେପାରୀ ଇଲିୟାସ ମହମ୍ମଦ । ଉଭୟଙ୍କୁ କୋର୍ଟଚାଲାଣ କରିଛି ପୋଲିସ ।

ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ ଜବତ , ୨ ଗିରଫ

ସୂଚନା ମୁତାବକ କରୋନା କଟକଣାକୁ ଅମାନିଆ ମାନେ ମାନୁନଥିବା ବେଳେ ବାଘମାରୀ ପୋଲିସ ପକ୍ଷରୁ ବାଘମାରୀ ବଜାରରେ ବ୍ଲକିଂ ଓ ଚେକିଂ ଚାଲିଥିଲା । ଏହି ସମୟରେ ଖୋର୍ଦ୍ଧା ଥାନା ଅନ୍ତର୍ଗତ କେରଙ୍ଗ ଗ୍ରାମର ଗୋରୁ ବେପାରୀ ଇଲିୟାସ ମହମ୍ମଦ କିଲୋ ବାଣପୁର ଥାନା ଅଞ୍ଚଳରୁ ୪ଟି ଗୋରୁ କିଣି ଏକ ପିକ୍‌ଅପ୍ ଭ୍ୟାନରେ ବୋଝେଇ କରି ନିଜ ଗ୍ରାମ କେରଙ୍ଗକୁ ଦ୍ରୁତଗତିରେ ଯାଉଥିବା ବେଳେ ବାଘମାରୀ ପୋଲିସ ହାବୁଡରେ ପଡିଥିଲେ । ଏନେଇ ସୂଚନା ଦେଇଛନ୍ତି ବାଘମାରୀ ଥାନା ଅଧିକାରୀ ଅର୍ଚ୍ଚନା ମଲିକ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details