ଖୋର୍ଦ୍ଧା:ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଖୋର୍ଦ୍ଧାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା କିଛି କମ ନାହିଁ । ସ୍ଥାନୀୟ ସଂକ୍ରମଣ ମାମଲା ବୃଦ୍ଧି ପାଉ ଥିବାରୁ ଜିଲ୍ଲା ପ୍ରଶାସନ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ସାଜିଛି । ବୋଲଗଡ ବ୍ଲକ ପିଚୁକୁଳି ଗାଁରୁ ଦୁଇଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବ୍ୟାପୁଛି ସଂକ୍ରମଣ: କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ପିଚୁକୁଳି ଗାଁ
ଖୋର୍ଦ୍ଧା ପିଚୁକୁଳି ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଉପଜିଲ୍ଲାପାଳ । ସ୍ଥାନୀୟ ଅଞ୍ଚଳରୁ କୋରୋନା ପଜେଟିଭ ଚିହ୍ନଟ ହେବାପରେ ପ୍ରଶାସନ ନେଲା ଏପରି ନିଷ୍ପତ୍ତି । ଅଧିକ ପଢନ୍ତୁ....
ବ୍ୟାପୁଛି ସଂକ୍ରମଣ:କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ପିଚୁକୁଳି ଗାଁ
ସେହି ଅଞ୍ଚଳରୁ କୋରୋନା ପଜେଟିଭ ଚିହ୍ନଟ ହେବାପରେ ଉପ ଜିଲ୍ଲାପାଳ ସେହି ଅଞ୍ଚଳକୁ ଶୁକ୍ରବାର ରାତ୍ରି 7ଟା ରୁ ଆସନ୍ତା 27 ତାରିଖ ରାତ୍ରି 9ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ସେହି ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ଘରୋଇ ଅନୁଷ୍ଠାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କଣ୍ଟେନମେଣ୍ଟ ଅଞ୍ଚଳକୁ ଯେଭଳି କୌଣସି ବ୍ୟକ୍ତି ଯାଆସା ନ କରିପାରିବେ ସେନେଇ ବ୍ୟାରିକେଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ