ଓଡିଶା

odisha

ETV Bharat / state

କ୍ଲବ ଚକୋଲେଟର ନିଆରା ପ୍ରୟାସ, ଦିବ୍ୟାଙ୍ଗ ଗଢ଼ିଲେ ଚନ୍ଦ୍ରଯାନ-3ର ଚକୋଲେଟ ପ୍ରତିକୃତି - କ୍ଲବ ଚକୋଲେଟ

ଚକୋଲେଟରେ ଚନ୍ଦ୍ରଯାନ-3ର ପ୍ରତିକୃତି । କ୍ଲବ ଚକୋଲେଟ ସହାୟତାରେ ଏହି ପ୍ରତିକୃତି ତିଆରି କଲେ 3 ଭିନ୍ନକ୍ଷମ ଯୁବକ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Aug 27, 2023, 6:07 PM IST

Updated : Aug 27, 2023, 6:44 PM IST

ଦିବ୍ୟାଙ୍ଗ ଗଢ଼ିଲେ ଚନ୍ଦ୍ରଯାନ-3ର ଚକୋଲେଟ ପ୍ରତିକୃତି

ଭୁବନେଶ୍ବର:ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ ସଫଳ ଅବତରଣ ପରେ ଆଜି ସାରା ଭାରତ ଜୟ ବିଜ୍ଞାନର ନାରା ଦେଉଛି । ଏହି ଅବସରରେ କ୍ଲବ ଚକୋଲେଟ ପକ୍ଷରୁ ଚକୋଲେଟରେ ଚନ୍ଦ୍ରଯାନର ପ୍ରତିକୃତି ତିଆରି କରାଯାଇଛି । ଏହି ଚକୋଲେଟ ପ୍ରତିକୃତି ତିଆରିରେ ସାମିଲ ହୋଇଛନ୍ତି ତିନି ଦୃଷ୍ଟି ବାଧିତ । ଏମାନେ ମଧ୍ୟ କ୍ଲବର ସେଫ୍‌ଙ୍କଠାରୁ ଟ୍ରେନିଂ ନେଇ ଚନ୍ଦ୍ରଯାନର ଏହି ସୁନ୍ଦର ପ୍ରତିକୃତି ପ୍ରସ୍ତୁତ କରିଛନ୍ତି ।

୨ ଥର ପ୍ରସ୍ତୁତିରେ ବିଫଳ ହେବା ପରେ ତୃତୀୟ ଥର ସଫଳ ହୋଇ କ୍ଲବର ଭାଇ ଭଉଣୀଙ୍କ ସହ କେକ୍‌ଟି ପ୍ରସ୍ତୁତ କରିଛନ୍ତି ଏମାନେ । ଏହା ସହ ସେମାନେ ଅକ୍ଷମ ନୁହେଁ ବରଂ ସକ୍ଷମ ବୋଲି ପ୍ରମାଣିତ କରିଛନ୍ତି । ଦୃଷ୍ଟି ବାଧିତ ହେବା ପରେ ମଧ୍ୟ ସ୍ପର୍ଶ ଓ ଆଘ୍ରାଣା ଶକ୍ତିର ବିନିଯୋଗ କରି ସେମାନେ ଚନ୍ଦ୍ରଯାନ ପ୍ରସ୍ତୁତ କରିଥିବାରୁ ବେଶ ଖୁସି ଓ ଉତ୍ସାହିତ ଥିବା ମତ ପ୍ରକାଶ କରିଛନ୍ତି । ତେବେ ଚନ୍ଦ୍ରଯାନ-3ର ଏହି ଚକୋଲେଟ ପ୍ରତିକୃତିଟିର ଓଜନ ୧୨ କେଜି ହୋଇଥିବା ବେଳେ ଏହାକୁ ବନେଇବା ପାଇଁ 2 ଦିନ ସମୟ ଲାଗିଥିଲା ।

ଏହା ବି ପଢନ୍ତୁ- ହାରିଛି ଅକ୍ଷମତା, ସୁନ୍ଦର ରାକ୍ଷୀ ତିଆରି କରି ଚର୍ଚ୍ଚାରେ ଦିବ୍ୟାଙ୍ଗ ଶ୍ରଦ୍ଧା ସଂଗଠନର ଛାତ୍ରଛାତ୍ରୀ

କେବଳ ଆଜି ନୁହେଁ ସଂସ୍ଥା ପକ୍ଷରୁ ବିଭିନ୍ନ ସମୟରେ ଭିନ ଭିନ୍ନ ବାର୍ତ୍ତାକୁ ନେଇ ଚକୋଲେଟ ଥିମର ପ୍ରତିକୃତି ପ୍ରସ୍ତୁତ ହୋଇଥାଏ । ଏଥର ଭାରତର ଏତେ ବଡ଼ ବିଜୟକୁ ଲାଗି ବୈଜ୍ଞାନିକଙ୍କୁ ସମ୍ମାନ ଜଣାଇ ଏହି ପ୍ରତିକୃତି ତିଆରି କରାଯାଇଛି । ଦିବ୍ୟାଙ୍ଗଙ୍କୁ ପ୍ରସ୍ତୁତିରେ ସାମିଲ କରି ନିଆରା ଏକ ବାର୍ତ୍ତା ଦେଇଛି ସଂସ୍ଥା । ଏ ନେଇ କ୍ଲବର ମୁଖ୍ୟ ରାକେଶ କୁମାର ସାହୁ କହିଛନ୍ତି, "ସାଧାରଣ ବ୍ୟକ୍ତିକୁ ଯାହା ଶିଖାଯାଇଥାଏ ତାକୁ ସେ ଶୀଘ୍ର ଶିଖିନିଏ । କିନ୍ତୁ ଏମାନଙ୍କର ଦୃଷ୍ଟିଶକ୍ତି ନଥିବାରୁ ଏମାନେ ଶୀଘ୍ର ଶିଖିପାରନ୍ତି ନାହିଁ ।

ତଥାପି ସେମାନେ ନିଜର ଦୃଢ ଇଚ୍ଛାଶକ୍ତିକୁ ନେଇ କଷ୍ଟ ହୋଇଥିଲେ ମଧ୍ୟ ଶିଖିଛନ୍ତି । ଆଉ ସେମାନଙ୍କର ସକ୍ଷମତାକୁ ପ୍ରମାଣିତ କରିଛନ୍ତି ଯେ ସେମାନେ ଚାହିଁଲେ କିଛି ବି କରିପାରିବେ । ତେଣୁ ତାଙ୍କ ଆଗ୍ରହକୁ ନେଇ ଆମେ ତାଙ୍କୁ ପ୍ରସ୍ତୁତିର ସାମିଲ କରିଥିଲୁ ଆଉ ସେମାନଙ୍କର ମନୋବଳକୁ ନେଇ ବେଶ ଖୁସି ହୋଇଥିଲୁ ।" ଏନେଇ କେକ୍‌ ତିଆରି କରିଥିବା ଦିବ୍ୟାଙ୍ଗ ଯୁବକ ଲିଲୁ ସ୍ବାଇଁ କହିଛନ୍ତି, "ମୁଁ ଜଣେ ଛାତ୍ର । ପାଠପଢ଼ା ସହ ମୋର ଏଥିପ୍ରତି ବହୁତ ଆଗ୍ରହ ଥିଲା । କେକ୍‌ଟିକୁ ମୁଁ ସଫଳତାର ସହ ତିଆରି କରିଛି । ଏମାନଙ୍କର ସାହାଯ୍ୟକୁ ଧନ୍ୟବାଦ ଦେବାସହ ପ୍ରଥମେ କଦଳୀ କେକ୍‌ରୁ ଆରମ୍ଭ କରିଥିବା ମୋର ଏ ଯାତ୍ରା ଆଜି ଚନ୍ଦ୍ରଯାନର ଯାତ୍ରାରେ ପହଞ୍ଚିଥିବା ବେଳେ ମୁଁ ଅତ୍ୟନ୍ତ ଖୁସି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 27, 2023, 6:44 PM IST

ABOUT THE AUTHOR

...view details