ଓଡିଶା

odisha

ETV Bharat / state

ରଙ୍ଗ ଆଣିଦେଲା ଏମାନଙ୍କ ମୁହଁରେ ହସ, ନିଆରା ଢଙ୍ଗରେ ହୋଲି ଖେଳିଲେ ଦିବ୍ୟାଙ୍ଗ

ଦିବ୍ୟାଙ୍ଗମାନେ ପାଳନ କଲେ ହୋଲି । ଜାଇକା ଗ୍ରୁପର ସଦସ୍ୟମାନେ ଦୃଷ୍ଟି ବାଧିତ ବୃଦ୍ଧାଶ୍ରମର ବୃଦ୍ଧ ଓ ବୃଦ୍ଧାଙ୍କୁ ଏକାଠି କରି ସେମାନଙ୍କ ସହ ଖେଳିଛନ୍ତି ହୋଲି । ଅଧିକ ପଢନ୍ତୁ

physically challenged people celebrated holi
physically challenged people celebrated holi

By

Published : Mar 8, 2023, 10:27 PM IST

physically challenged people celebrated holi

ଭୁବନେଶ୍ବର: ଆଜି ହେଉଛି ରଙ୍ଗର ପର୍ବ ହୋଲି । ଏଥିପାଇଁ ଚାରିଆଡେ ଉତ୍ସବମୁଖର । ବିବିନ୍ନ ବର୍ଗର ଲୋକେ ରାସ୍ତା ଉପରକୁ ଆସି ହାତରେ ରଙ୍ଗ ଧରି ହୋଲି ଖେଳିଥିବା ବେଳେ ଆହୁରି କେତେକ ଲୋକେ ନିଜ ବାସଭବନ ପରିସରରେ ମଧ୍ୟ ହୋଲି ଖେଳିଛନ୍ତି। ସେହିପରି ଦିବ୍ୟାଙ୍ଗ ମାନେ ମଧ୍ୟ ଖେଳିଛନ୍ତି ହୋଲି । ଜାଇକା ଗ୍ରୁପର ସଦସ୍ୟ ମାନେ ଏଥର ପାଳିଛନ୍ତି ଏମିତି ନିଆରା ଢଙ୍ଗରେ ହୋଲି । ଦୃଷ୍ଟି ବାଧିତ ବୃଦ୍ଧାଶ୍ରମର ବୃଦ୍ଧ ଓ ବୃଦ୍ଧାଙ୍କୁ ଏକାଠି କରି ସେମାନଙ୍କ ସହ କାଟିଛନ୍ତି ସମୟ । ହୋଲିର ରଙ୍ଗରେ ତାଙ୍କୁ ରଙ୍ଗାୟିତ କରି ତାଙ୍କ ମୁହଁରେ ଫୁଟାଇଛନ୍ତି ହସ ।

ତେବେ ରଙ୍ଗ ପର୍ବରେ ଟିକେ ଖୁସି ଦେଇ ସେମାନଙ୍କଠୁ ସାଉଣ୍ଟିଛନ୍ତି ଅନେକ ଆଶିର୍ବାଦ ଆଉ ଭଲ ପାଇବା। କାରଣ କିଏ ପାଳେ ପରିବାର ସହ ହୋଲି ତ ଆଉ କିଏ ପାଳେ ବନ୍ଧୁ ପରିଜନଙ୍କ ସହ । ହେଲେ ଏମାନଙ୍କ ସହ ପରିବାର ପରି ହୋଲି ପାଳନ କରିଛନ୍ତି ଜାଇକା ଗ୍ରୁପର ସଦସ୍ୟ। ଯାହାକୁ ନେଇ ବେଶ ଖୁସି ଅନୁଭବ କରିବା ସହ ଗର୍ବିତ ଅନୁଭବ କରିଛନ୍ତି ଜାଇକା ନନଷ୍ଟପ ଏଣ୍ଟରଟେନମେଣ୍ଟର ସଦସ୍ୟ ।

ଏହା ମଧ୍ୟ ପଢନ୍ତୁ-ସେନା ଅଭ୍ୟାସ ବେଳେ ଅଘଟଣ, ହୋଲି ଖେଳୁଥିବା ପରିବାର ଉପରେ ବିସ୍ଫୋରକ ପଡି 3 ମୃତ

ଏଥିସହ ଜାଇକା ନନଷ୍ଟପ ଏଣ୍ଟରଟେନମେଣ୍ଟର ଶତାଧିକ ସଦସ୍ୟ ଥିବା ବେଳେ ପ୍ରତ୍ୟେକ ବର୍ଷ ଏପରି ସମାଜକୁ ବାର୍ତ୍ତା ଦେଉଥିବା ତଥା ସମାଜ ସେବା ସମ୍ପର୍କିତ ଅନେକ କାମ ହାତକୁ ନେଇଥାଏ। ତେବେ ସ୍ନେହ ପ୍ରେମ ହୋଲିର ଅବସରରେ ଏପରି ଦୃଷ୍ଟି ବାଧିତ ବୃଦ୍ଧ ଓ ବୃଦ୍ଧାଙ୍କ ସହ ଏବଂ ଦୃଷ୍ଟିବାଧିତ ସଙ୍ଘର ସେବାଶ୍ରମରେ ବଢୁଥିବା ପିଲାଙ୍କ ସହ ୟୁନିଟ ୩ ଦୃଷ୍ଟିହୀନ ସଙ୍ଘର କାର୍ଯ୍ୟାଳୟରେ ଏପରି ହୋଲିର ଆୟୋଜନ କରି ବେଶ ଗର୍ବିତ ଅନୁଭବ କରିଛନ୍ତି। ଏପରିକି ଯେଉଁମାନେ ଅନେକ ଟଙ୍କା ଉଡାଇ ହୋଲି ସେଲିବ୍ରେସନ କରୁଛନ୍ତି ବା ପାର୍ଟି କରି ଟଙ୍କା ଉଡାଉଛନ୍ତି ଥରୁଟିଏ ଏପରି ପଦକ୍ଷେପ ନିଅନ୍ତୁ କେତେ ଖୁସି ଅନୁଭବ ତାହା ଜାଣିପାରିବେ ବୋଲି ଅନେକ ସଦସ୍ୟ ଦେଇଛନ୍ତି ମତ। ଏହି ଅବସରରେ ଦୃଷ୍ଟି ବାଧିତ ପିଲାମାନେ ମଧ୍ୟ ସଙ୍ଗୀତ ପରିବେଷଣ କରିଥିଲେ‌। ଯାହାକୁ ବେଶ ଭରପୁର ଉପଭୋଗ କରିଥିଲେ ଉପସ୍ଥିତ ଅତିଥି ଓ ଜାଇକା ଅନୁଷ୍ଠାନର ପରିବାର ସଦସ୍ୟ। ଆଗାମୀ ଦିନରେ ଏହିପରି କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଲକ୍ଷ ରଖିଛି ଅନୁଷ୍ଠାନ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details