ନିଆଳି:ପୁରୁଣା କୋଠା ଘର । ଚାରିପାଖ ଅଳିଆ ଆବର୍ଜନାରେ ଭର୍ତ୍ତି । ଘର ଭିତର ଅବସ୍ଥା ନ କହିବା ଭଲ । ଏହି ନିବୁଜ ଘରେ ଏକାକି ପ୍ରାୟ ଅଢେଇ ବର୍ଷ ହେବ ଦିନ କାଟୁଥିଲେ ଜଣେ ଯୁବତୀ । ଦିନର ସୂର୍ଯ୍ୟଆଲୋକ ଓ ରାତିର ଜହ୍ନ ଆଲୁଅ ପଡୁନଥିବା ବନ୍ଦ ଘରେ ଦୀର୍ଘ ଦିନ ହେବ ରହି ଆସୁଥିଲେ ଏହି ଦିବ୍ୟାଙ୍ଗ ଯୁବତୀ । ସେ ଖାଉଥିଲେ କି ନାହିଁ ତାହା କାହାକୁ ଜଣାନଥିଲା । ଝିଅଟି ବାହାରକୁ ଆସି ତାଙ୍କ କଥା ବି କାହାକୁ କହିପାରୁନଥିଲେ । କାରଣ ତାଙ୍କୁ ତାଲା ପକାଇ ରଖା ଯାଇଥିଲା । ଦିବ୍ୟାଙ୍ଗ ଯୁବତୀ ଜଣକ ହେଲେ ଶ୍ବେତପୂର୍ଣ୍ଣା । ପୋଲିସ ଓ ପଞ୍ଚାୟତ ପ୍ରତିନିଧି ପରିତ୍ୟକ୍ତ ବନ୍ଦ ଘରୁ ଶ୍ବେତପୂର୍ଣ୍ଣାଙ୍କୁ ଉଦ୍ଧାର କରିଛନ୍ତି । ଏବେ ଯୁବତୀଙ୍କୁ 'ମିଶନ ଆଶ୍ରା' ସ୍ବେଚ୍ଛାସେବୀ ଅନୁଷ୍ଠାନରେ ରଖାଯାଇଛି । ଯୁବତୀଙ୍କୁ ତାଙ୍କ ମାଉସୀ ଗୋଟିଏ ଘରେ ତାଲା ବନ୍ଦ କରି ରଖୁଥିଲେ ।
ରାଜଧାନୀ ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ବନ୍ଦୀ ଜୀବନ କାଟୁଥିଲେ ଦିବ୍ଯାଙ୍ଗ ଯୁବତୀ ଶ୍ବେତପୂର୍ଣ୍ଣା । ଦିନ କେତେବେଳେ ଆଉ ରାତି କେତେବେଳେ ହେଉଥିଲା ତାଙ୍କୁ ଜଣା ନଥିଲା । ବନ୍ଦ ଘରେ ଅନ୍ଧାର କୋଠରୀ ବିତୁଥିଲା ଜୀବନ । ଦିନେ କି ଦୁଇ ଦିନ ଅଢେଇ ବର୍ଷ ହେବ ଏମିତି ଦୁର୍ବିସହ ଜୀବନ ବିତାଇ ଆସୁଥିଲେ ଦିବ୍ଯାଙ୍ଗ ଯୁବତୀ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ପୁରୋହିତପୁର ପଞ୍ଚାୟତ ଶିଙ୍ଗିରିଶାସନ ଗ୍ରାମର ଏ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦିବ୍ଯାଙ୍ଗ ଯୁବତୀଙ୍କ ବାପା-ମାଆଙ୍କ ମୃତ୍ୟୁ ପରେ ଏକା ହୋଇଥିଲେ । ତାଙ୍କୁ ତାଙ୍କ ମାଉସୀ ଏହି ପରି ବନ୍ଦୀ କରି ରଖିଥିଲେ । ଦିନରାତି ଯୁବତୀ ଜଣକ ଘର ଭିତରେ ଏକାକି ରହୁଥିଲେ । ଖାଇବା ପାଇଁ ଯାହା ଦୁଇ ମୁଠା ମିଳୁଥିଲା । ସେ ଖାଉଥିଲେ କି ନାହିଁ ତାହାର ଖବର କେହି ରଖୁନଥିଲେ ।