ଓଡିଶା

odisha

By

Published : Jul 28, 2023, 8:57 PM IST

ETV Bharat / state

ପିଜି ପ୍ରଥମ ପର୍ଯ୍ୟାୟ ନାମଲେଖା ତାଲିକା ପ୍ରକାଶ

ପ୍ରକାଶ ପାଇଲା ପିଜି ପ୍ରଥମ ପର୍ଯ୍ୟାୟ ନାମଲେଖା ତାଲିକା। ରାଜ୍ୟରେ ୧୧୦ ଟି ପିଜି ଶିକ୍ଷାନୁଷ୍ଠାନ ରେ ହେବ ନାମଲେଖା। ସେଥିରେ ରହିଛି ୧୬ ଟି ବିଶ୍ଵବିଦ୍ୟାଳୟ ଓ ୯୪ ଟି ମହାବିଦ୍ୟାଳୟରେ ହେବ ନାମଲେଖା। ତେବେ ରାଜ୍ୟରେ ମୋଟ ୨୭ ହଜାର ୮୧୬ ଟି ସିଟ ରହିଥିବା ବେଳେ ଆବେଦନ କରିଥିଲେ ୫୪ ହଜାର ୨୦୭ ଜଣ ଆଶାୟୀ। ଅଧିକ ପଢନ୍ତୁ

ପିଜି ପ୍ରଥମ ପର୍ଯ୍ୟାୟ ନାମଲେଖା ତାଲିକା ପ୍ରକାଶ
ପିଜି ପ୍ରଥମ ପର୍ଯ୍ୟାୟ ନାମଲେଖା ତାଲିକା ପ୍ରକାଶ

ଭୁବନେଶ୍ବର: ପ୍ରକାଶ ପାଇଲା ପିଜି ପ୍ରଥମ ପର୍ଯ୍ୟାୟ ନାମଲେଖା ତାଲିକା। ରାଜ୍ୟରେ ୧୧୦ ଟି ପିଜି ଶିକ୍ଷାନୁଷ୍ଠାନରେ ହେବ ନାମଲେଖା। ୧୯ ହଜାର ୮୨୫ ଜଣ ଛାତ୍ରଛାତ୍ରୀ ମାନେ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇବା ପାଇଁ ଚୟନ ହୋଇଛନ୍ତି। ତେବେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ସଂଖ୍ୟା ଅଧିକ ରହିଛି।

ପ୍ରକାଶ ପାଇଲା ପିଜି ପ୍ରଥମ ପର୍ଯ୍ୟାୟ ନାମଲେଖା ତାଲିକା। ରାଜ୍ୟରେ ୧୧୦ ଟି ପିଜି ଶିକ୍ଷାନୁଷ୍ଠାନ ରେ ହେବ ନାମଲେଖା। ସେଥିରେ ରହିଛି ୧୬ ଟି ବିଶ୍ଵବିଦ୍ୟାଳୟ ଓ ୯୪ ଟି ମହାବିଦ୍ୟାଳୟରେ ହେବ ନାମଲେଖା। ତେବେ ରାଜ୍ୟରେ ମୋଟ ୨୭ ହଜାର ୮୧୬ ଟି ସିଟ ରହିଥିବା ବେଳେ ଆବେଦନ କରିଥିଲେ ୫୪ ହଜାର ୨୦୭ ଜଣ ଆଶାୟୀ। ସେଥିମଧ୍ୟରୁ ୩୯ ହଜାର ୬୯୬ ଜଣ ଆଶାୟୀ ମାନେ ଯୋଗ୍ୟ ହୋଇଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ୧୯ ହଜାର ୮୨୫ ଜଣ ଆଶାୟୀ ଛାତ୍ର ଛାତ୍ରୀଙ୍କୁ ଚୟନ କରାଯାଇଥିବା ବେଳେ ସେଥିରେ ଛାତ୍ର ରହିଛନ୍ତି ୬ ହଜାର ୮୬୪ ଓ ଛାତ୍ରୀ ରହିଛନ୍ତି ୧୨ ହଜାର ୯୫୯ ଜଣ ଓ ଏହା ସହ ୨ ଜଣ ହେଉଛନ୍ତି ଟ୍ରାଂଶଜେଣ୍ଡର ଚୟନ ହୋଇଛନ୍ତି।

ଏହାବି ପଢନ୍ତୁ- ଆଜିଠୁ ଯୁକ୍ତ ଦୁଇ ନାମଲେଖା; ଘଣ୍ଟାଏରେ ହେବ ୧୫ ଜଣଙ୍କ ଆଡ଼ମିଶନ

ସୂଚନା ଅନୁଯାୟୀ, ୨୦୨୩-୨୪ ଶିକ୍ଷାବର୍ଷରେ ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି) ଜୁନ ୨୩ ତାରିଖ ରୁ ଆରମ୍ଭ ହୋଇଏହି ଏକକ ପରୀକ୍ଷା ଜୁଲାଇ ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ତେବେ ମୋଟ ମୋଟ ୧୧୦ ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୨୭ ହଜାର ୮୧୬ ଆସନ ଥିବାବେଳେ ପ୍ରବେଶିକା ପରୀକ୍ଷା ନିମନ୍ତେ ୫୪ ହଜାର ୧୦୭ ଜଣ ଛାତ୍ରଛାତ୍ରୀ ସାମ୍ସ ଜରିଆରେ ଅନଲାଇନ ଆବେଦନ କରିଥିଲେ। ତେବେ ଏହି ପରୀକ୍ଷା ଏସଏସବି ଦ୍ବାରା ପରୀକ୍ଷା ପରିଚାଳିତ ହୋଇଥିଲା।

ପ୍ରବେଶିକା ପରୀକ୍ଷାର ୮୦ ପ୍ରତିଶତ ଓ ୨୦ ପ୍ରତିଶତ କ୍ୟାରିୟର ମାର୍କକୁ ଭିତ୍ତି କରି ପିଲାଙ୍କୁ ସିଟ ଆବଣ୍ଟନ କରାଯିବ। ଏହି ପରୀକ୍ଷା ଦିନକୁ ୩ ଟି ସିଫ୍ଟ ରେ ହୋଇଥିଲା ପରୀକ୍ଷା। ତେବେ ଆନ୍ତ୍ରପୋଲୋଜି, ଭୂଗୋଳ, ହିନ୍ଦୀ, ଏମ ବି ଫିଜିକ୍ସ, ପପୁଲେଶନ ଷ୍ଟଡି, ଆଇନ, ପରିସଂଖ୍ୟାନ, ବାଣିଜ୍ୟ ମାଇକ୍ରୋ ବାୟୋଲୋଜି, ଇଂରାଜୀ, ପିଏମଆଇଆର, ଜିଓଲୋଜି, ପରିବେଶ ବିଜ୍ଞାନ, ଓଡ଼ିଆ, ଫୁଡ ସାଇନ୍ସ, ଫିଲୋଶଫି ବିଭାଗ ସମେତ ହୋମ ସାଇନ୍ସ, ଜିୟୋଲୋଜୀ, ଇତିହାସ, ରୁରାଲ ଡେଭଲମେଣ୍ଟ, ପବ୍ଲିକ ଆଡମିନଷ୍ଟ୍ରେଶନ, କମ୍ପ୍ୟୁଟର ସାଇନ୍ସ, ସୋସିଓଲୋଜି, ପଲଟିକାଲ ସାଇନ୍ସ। ଏଜ୍ୟୁକେଷନ, ଲିନ୍ୟୁଷ୍ଟିକ, କେମେଷ୍ଟ୍ରୀ, ଫିଜିକାଲ ଇଯୁକେଶନ, ସାମ୍ବାଦିକ ଓ ଗଣଯୋଗାଯୋଗ, ବାୟୋ ଟେକ୍ନୋଲଜି, ଅର୍ଥନୀତି ଗଣିତ, ଏମବିଏ, ବଟାନି, ସୋସିଆଲ ୱାର୍କ, ସାଇକୋଲୋଜି, ସାନ୍ତାଳୀ, ସଂସ୍କୃତ, ଉର୍ଦ୍ଧ୍ବ, ମାଟରିଆଲ ସାଇନ୍ସ ଆଦି ବିଭାଗରେ ହୋଇଥିଲା ପରୀକ୍ଷା।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ABOUT THE AUTHOR

...view details