ଓଡିଶା

odisha

ETV Bharat / state

ଶକ୍ତି ବିଭାଗକୁ ସହଯୋଗର ହାତ ବଢ଼ାଇଲା ବ୍ରାହ୍ମଣବେରେଣି - khordha

ସାମୁଦ୍ରିକ ଝଡ଼ ଫନିର ତାଣ୍ଡବକୁ  17 ଦିନ ବିତିଯାଇଛି । ତଥାପି ବିଦ୍ୟୁତ ସେବା ପହଞ୍ଚି ପାରିନି ଖୋର୍ଦ୍ଧା ଉପକଣ୍ଠ ବ୍ରାହ୍ମଣବେରେଣି ଗ୍ରାମରେ । ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : May 19, 2019, 6:47 PM IST

ଖୋର୍ଦ୍ଧା: ସାମୁଦ୍ରିକ ଝଡ଼ ଫନି ତାଣ୍ଡବକୁ 17 ଦିନ ବିତିଯାଇଛି । ତଥାପି କେତେକ ସ୍ଥାନରେ ପହଞ୍ଚି ପାରିନି ବିଦ୍ୟୁତ ସେବା । ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଅସହ୍ୟ ତାତି ସହ ଅନ୍ଧାରରେ କଟୁଛି ଦିନ । ତେବେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଖୋର୍ଦ୍ଧା ଉପକଣ୍ଠ ବ୍ରାହ୍ମଣବେରେଣି ଗ୍ରାମବାସୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଗ୍ରାମରେ ଏବେ ସୁଦ୍ଧା ପହଞ୍ଚି ପାରିନି ବିଦ୍ଯୁତ ସେବା । ଏତେ ଦିନ ଧରି ଲୋକେ ଅନ୍ଧାର ଓ ଅସହ୍ୟ ତାତିରେ କଲବଲ ହେଉଥିଲେ ସୁଦ୍ଧା ଏନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଶକ୍ତି ବିଭାଗ ଭାଙ୍ଗି ପଡିଥିବା ବିଦ୍ୟୁତ ଖୁଣ୍ଟ , ତାର ଓ ଟ୍ରାନ୍ସଫର୍ମର ସଜାଡିବା ପାଇଁ ଅସମର୍ଥ ହୋଇଯାଇଛି । ଶେଷରେ ବାଧ୍ୟ ହୋଇ ସେସୁକୁ ସହଯୋଗର ହାତ ବଢ଼ାଇଛନ୍ତି ବ୍ରାହ୍ମଣବେରେଣି ଗ୍ରାମବାସୀ । ତେବେ ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ଇଟିଭି ଭାରତ ପ୍ରତିନିଧି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details