ଓଡିଶା

odisha

ETV Bharat / state

ସାଇକେଲ ଟ୍ରାକରେ ଗାଡ଼ି ରଖିଲେ ଗଣିବେ ତଣ୍ଡ, ଟ୍ବିଟ୍ କରି ଚେତାଇଲା BSCL - ସାଇକେଲ ଟ୍ରାକରେ ଗାଡ଼ି ରଖିଲେ ଜରିମାନା

ଏଣିକି ସାଇକେଲ ଟ୍ରାକରେ ଗାଡ଼ି ରଖିଲେ ଗଣିବେ ମୋଟା ଅଙ୍କର ଜରିମାନା । ଟ୍ବିଟ୍ କରି ଚେତାଇଲା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ଼ । ଅଧିକ ପଢନ୍ତୁ

ସାଇକେଲ ଟ୍ରାକରେ ଗାଡ଼ି ରଖିଲେ ଗଣିବେ ତଣ୍ଡ
ସାଇକେଲ ଟ୍ରାକରେ ଗାଡ଼ି ରଖିଲେ ଗଣିବେ ତଣ୍ଡ

By

Published : Apr 11, 2023, 10:52 AM IST

Updated : Apr 11, 2023, 11:23 AM IST


ଭୁବନେଶ୍ବର:ସାଇକେଲ ଟ୍ରାକରେ ଗାଡି ରଖୁଥିଲେ ସାବଧାନ । ଜନପଥ ସାଇକେଲ ଟ୍ରାକରେ ଗାଡ଼ି ଥୋଇଲେ ଏଣିକି ଗଣିବେ ମୋଟା ଅଙ୍କର ତଣ୍ଡ । ଏନେଇ ଟ୍ୱିଟ୍ ଯୋଗେ ଆମାନିଆଙ୍କୁ ଚେତେଇ ଦେଇଛି ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ଼(BSCL) । ଖାଲି ତଣ୍ଡ ନୁହେଁ ଆମାନିଆଙ୍କ ବିରୋଧରେ ଥାନାରେ ଏତଲା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । କାରଣ ଅନେକ ଆମାନିଆଙ୍କ ପାଇଁ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି । ସହରର ପରିବେଶ ଅଶୋଭନୀୟ ଦେଖାଯାଉଛି ଯେଉଁଥିପାଇଁ ଏଭଳି କଠୋର ହୋଇଛି ସ୍ମାର୍ଟସିଟି ।

ଏହାମଧ୍ୟ ପଢନ୍ତୁ: ବର୍ଷାଙ୍କ ବିସ୍ଫୋରକ ବୟାନ: ମୋ ନାଁରେ ଅପପ୍ରଚାର କରାଯାଇଛି, ମୁଁ ପୀଡିତା

ଆମାନିଆଙ୍କ ବିରୋଧରେ ପ୍ରସ୍ତୁତ କରିଛି ଆକ୍ସନ ପ୍ଲାନ୍‌ । ଲୋକଙ୍କୁ ସଚେତନ କରିବା ପାଇଁ ଟ୍ୱିଟ୍ କରି ସମସ୍ତ ରାଜଧାନୀବାସୀଙ୍କୁ ଜଣାଇଛି BSCL । ତେବେ ରାଜଧାନୀ ଭୁବନେଶ୍ୱରରେ ଜନପଥର ନକ୍ସା ବଦଳି ଏବେ ସ୍ମାର୍ଟ ଜନପଥ ହୋଇଛି । ୫.୮ କିମି ରାସ୍ତାର ନବୀକରଣ କରାଯିବା ସହ ସୌନ୍ଦର୍ଯ୍ୟକରଣ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ରାସ୍ତାର ଉଭୟ ପାର୍ଶ୍ବଠାରୁ ଆରମ୍ଭ କରି ମେଡିଆନ୍ ଅଞ୍ଚଳରେ ମଧ୍ୟ ବିଶେଷ ରକ୍ଷଣାବେକ୍ଷଣ କରାଯାଉଛି । ହେଲେ ଏବେ ମଧ୍ୟ କିଛି ଅମାନିଆ ଏହାକୁ ସୁରକ୍ଷିତ ରଖିପାରୁ ନାହାନ୍ତି । ତେଣୁ ଜନପଥର ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସସିଏଲ୍) କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ସାଇକେଲ ଟ୍ରାକ୍‌ରେ ଗାଡିରେ ରଖିଲେ ଜରିମାନା ଗଣିବାକୁ ପଡିବ ।

ଏହାମଧ୍ୟ ପଢନ୍ତୁ: ଯୁବତୀଙ୍କୁ ପ୍ରେମ ନିବେଦନ ପାଇଁ ପାଣି ଟାଙ୍କି ଉପରେ ଚଢିଗଲେ ଯୁବକ, ଅଳ୍ପକେ ବର୍ତ୍ତିଗଲା ଜୀବନ

ରାସ୍ତା କଡ଼ରେ ପୋଷ୍ଟର ବ୍ୟାନର ମାରିଲେ ୫୦ ହଜାର ଫାଇନ ସହ ଥାନାରେ ଏତଲା ପଦକ୍ଷେପ ପରେ ସହରର ସୌନ୍ଦର୍ଯ୍ୟ ରକ୍ଷା ପାଇଁ ଏବେ ସାଇକେଲ୍ ଟ୍ରାକରେ ଗାଡ଼ି ଥୋଇଲେ ମୋଟା ଅଙ୍କର ତଣ୍ଡ ହେବ ବୋଲି ଚେତାବନୀ ଦିଆଯାଇଛି । ପରବର୍ତ୍ତୀ ସମୟରେ ଏନେଇ ସହରବାସୀ ଧ୍ୟାନ ଦେବାକୁ ବିଏସସିଏଲ୍ ପରାମର୍ଶ ଦେଇଛି । ଜନପଥର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣରେ ଯଦି କେହି ବାଧା ଆଣେ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ଟ୍ବିଟ୍ କରି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ଼ ସହରବାସୀଙ୍କୁ ଚେତାବନୀ ଦେଇଛି ।

ଏହାମଧ୍ୟ ପଢନ୍ତୁ: ନକଲି ଶିକ୍ଷକ ପ୍ରସଙ୍ଗ: ଦୁଇ ଦିନ ଭିତରେ ରିପୋର୍ଟ ଦେବାକୁ DEO ଓ BEOଙ୍କୁ ନିର୍ଦ୍ଦେଶ

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 11, 2023, 11:23 AM IST

ABOUT THE AUTHOR

...view details