ଖୋର୍ଦ୍ଧା: ଜଟଣୀ ନାଇଜର ପରିସର ସମ୍ମୁଖରେ ଧାରଣା (people on dharna in front of NISER campus) । ଏଠାରେ ପ୍ରତିଷ୍ଠା ହେବାକୁ ଥିବା ଟାଟା ମେମୋରିଆଲ୍ କ୍ୟାନସର ହସ୍ପିଟାଲ (Tata Memorial Cancer Hospital) ପାଇଁ ପଦନପୁର ଅଞ୍ଚଳର ଶ୍ମସାନ ଏବଂ ଖେଳ ପଡିଆ ଅଞ୍ଚଳ ଯାଉଥିବାରୁ ଏହାକୁ ବିରୋଧ କରିଛନ୍ତି ପଦନପୁର ଗ୍ରାମବାସୀ । କ୍ୟାନସର ହସ୍ପିଟାଲକୁ ବିରୋଧ କରୁନାହାନ୍ତି, କିନ୍ତୁ ଏଥିରୁ ଗ୍ରାମର ଗୋଚର ଭୂମିକୁ ବାଦ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି ।
ସୂଚନା ଥାଉକି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଠାରେ ଥିବା ନାଇଜର (NISER- National Institute of Science Education and Research institute) ଠାରେ ୬୫୦ କୋଟି ଟଙ୍କା ବିନିଯୋଗରେ ଟାଟା ମେମୋରିଆଲ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ହେବ । ଆଗାମୀ ୩ ମାସ ମଧ୍ୟରେ ଏହି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ହେବ । ପରବର୍ତ୍ତୀ ୧୮ ମାସ ମଧ୍ୟରେ ଏହି କ୍ୟାନ୍ସର ହସ୍ପିଟାଲର ନିର୍ମାଣ ଶେଷ ହେବ ବୋଲି ସୂଚନା ରହିଛି । ଏଠାରେ ହସ୍ପିଟାଲ ବ୍ୟତୀତ ହଷ୍ଟେଲ, ଧର୍ମଶାଳା, ଗେଷ୍ଟ ହାଉସ, ଷ୍ଟାଫ କ୍ବାର୍ଟର, ରୋଗୀଙ୍କ ସଂପର୍କୀୟ ରହିବା ନିମନ୍ତେ ଗୃହ, ବିଦ୍ୟାଳୟ ଆଦି ନିର୍ମାଣ ହେବ । ଏହି କ୍ୟାମ୍ପସରେ ରୋଗୀଙ୍କୁ ମିଳିବ ଅତ୍ୟାଧୁନିକ ଚିକିତ୍ସା ସୁବିଧା । ଏହାସହ ରିସର୍ଚ୍ଚ ଏବଂ ଔଷଧ ନିର୍ମାଣ ମଧ୍ୟ ହେବାର ବ୍ୟବସ୍ଥା ରହିଥିବା ଜଣାପଡିଛି । ୬୫୦ କୋଟି ବିନିଯୋଗରେ ନିର୍ମାଣ ହେବ ଏହି ପ୍ରକଳ୍ପ ।