ଓଡିଶା

odisha

ETV Bharat / state

ଶୀତୁଆ ସକାଳେ ରଥ ରୋଡରେ ପଥୋତ୍ସବ: ନାଚ ଗୀତରେ ଝୁମିଲେ ରାଜଧାନୀବାସୀ - ପଥୋତ୍ସବ

ଏକାମ୍ର ନିର୍ବାଚନ ମଣ୍ଡଳୀର ରଥ ରୋଡ୍‌ରେ ଆୟୋଜିତ ହେଲା ୧୦୦ ତମ ପଥୋତ୍ସବ ଦିବସ । ନାଚ ଗୀତରେ ଝୁମିଲେ ରାଜଧାନୀବାସୀ । ଅଧିକ ପଢନ୍ତୁ

ପଥୋତ୍ସବ
ପଥୋତ୍ସବ

By

Published : Jan 15, 2023, 1:08 PM IST

Updated : Jan 15, 2023, 5:33 PM IST

ଭୁବନେଶ୍ବରରେ ପଥୋତ୍ସବ

ଭୁବନେଶ୍ବର: ଆଜି ହେଉଛି ୧୦୦ ତମ ପଥୋତ୍ସବ ଦିବସ । ଏଥରର ପଥତ୍ସୋବ ଏକାମ୍ର ନିର୍ବାଚନ ମଣ୍ଡଳୀର ରଥ ରୋଡ୍‌ରେ ଆୟୋଜିତ ହୋଇଛି । ରବିବାର ଶୀତୁଆ ସକାଳରେ ରହିଛି ମନୋରଞ୍ଜନର ମାହୋଲ । ଛୁଟି ଦିନରେ ଝୁମୁଛନ୍ତି ରାଜଧାନୀବାସୀ । ବିଧାୟକ ସୁର ରାଉତରାୟଙ୍କ ଦମଦାର ସଂଳାପ ସହ ନାଚଗୀତରେ ଅସାରରେ ସ୍ମାର୍ଟସିଟି ରାସ୍ତାରେ ଚାଲିଛି ଧୁମ ମସ୍ତି ଆଉ ଫୁର୍ତ୍ତି ।

୧୦୦ ତମ ପଥୋତ୍ସବ ପାଇଁ ବିଏମସି ଲୋକମାନଙ୍କ ସହ କେକ କାଟି ସେଲିବ୍ରେସନ କରିଛି । ସକାଳୁ ସକାଳୁ ପିଲାଠୁ ଆରମ୍ଭ କରି ବୟସ୍କ ଏହି ପଥୋତ୍ସବର ମଜା ନେଇଛନ୍ତି । ଏହି ପଥୋତ୍ସବରେ ରାସ୍ତା ଉପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେଉଥିବା ବେଳେ କିଏ ଝୋଟି ପକାଉଛି ଆଉ କିଏ ନାଚୁଛି । ପୁଣି ଆଉ କିଏ ଖେଳି ବୁଲି ମଜା କରୁଛି । ସ୍କେର୍ଟିଂ ସାଇକେଲିଂ ସହ ଅନେକ ସଚେତନତାର ବାର୍ତ୍ତା ରହିଛି ଏହି କାର୍ଯ୍ୟକ୍ରମରେ । ସକାଳୁ ସକାଳୁ ପ୍ରିନ୍ସ ଡାନ୍ସ ଗ୍ରୁପର ଶିବ ତାଣ୍ଡବ ସହ ରଙ୍ଗବତୀ ଗୀତରେ ଝୁମିଥିଲେ ଯୁବପିଢ଼ି । ଏହାକୁ ନେଇ ରଥ ରୋଡ୍‌ରେ ଲାଗିଥିଲା ଖଚାଖଚ ଭିଡ । ବ୍ୟସ୍ତ ଜୀବନରୁ ଟିକିଏ ଫାଙ୍କ ପାଇଥିବାରୁ ଛୁଟିଦିନରେ ପୁରା ରାଜଧାନୀ ମନ ଖୁସିରେ ଝୁମିଥିଲେ ନାଚିଥିଲା ଆଉ ଗାଇଥିଲା । ରାଜଧାନୀବାସୀଙ୍କ ଠାରୁ ଆରମ୍ଭ କରି ଅତିଥି ସମସ୍ତଙ୍କ ମୁହଁରେ ରହିଥିଲା ପ୍ରଭୁ ଲିଙ୍ଗରାଜଙ୍କ ନାମ ।

ଲୋକମାନଙ୍କ ସମର୍ଥନ ଆଉ ଗହଳିକୁ ଦେଖି ଭୁବନେଶ୍ୱର ମେୟର କହିଛନ୍ତି, " ରାଜଧାନୀବାସୀଙ୍କ ପାଇଁ ଏହା ସମ୍ଭବ ହୋଇପାରିଛି। ପଥୋତ୍ସବ ୧୦୦ ଦିନରେ ପହଁଚିଛି । ତେଣୁ ସବୁ ରାଜଧାନୀବାସୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।"

ଏହା ମଧ୍ୟ ପଢନ୍ତୁ: Pokhara Plane Crash: କାଠମାଣ୍ଡୁରେ ବିମାନ କ୍ରାଶ, ହୁତୁୁହୁତୁ ଜଳୁଛି ୟେତି ଏୟାରଲାଇନ୍ସ ଫ୍ଲାଇଟ

ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ଅଶୋକ ପଣ୍ଡା ଯୋଗ ଦେଇ ଏକାମ୍ର କ୍ଷେତ୍ରର ଐତିହ୍ୟ ବିକାଶ କଥା କହିଥିଲେ । ଏଭଳି କାର୍ଯ୍ୟକ୍ରମକୁ ନେଇ ଏକାମ୍ର କ୍ଷେତ୍ର ଆଜି ହସୁଚି ଆଉ ଏକାମ୍ର ଇତିହାସରେ ଆଉ ଏକ ଇତିହାସ ଯୋଡି ହେଇଚି ବୋଲି କହିଥିବା ବେଳେ ହକିକୁ ନେଇ ଅନ୍ୟ ରାଜ୍ୟର ପ୍ରଶଂସା ଓ ହକି ଗୌରବର ଗାଥା ବଖାଣିଥିଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ରାହାଗିରିକୁ ଲୋକଙ୍କ ଭଲପାଇବା ଦେଖି ବେଶ ଖୁସି ହୋଇଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି । ଆଉ ଆଗାମୀ ଦିନରେ ଏକାମ୍ର କ୍ଷେତ୍ରର ବିକାଶ ସହ ଏଭଳି କାର୍ଯ୍ୟକ୍ରମ ଚାଲିବ ଆଉ ରାଜଧାନୀବାସୀ ଖୁସି ମାନିବେ ବା ସେମାନଙ୍କର ମନୋରଞ୍ଜନ ହେବ ବୋଲି ସେ କହିଛନ୍ତି ।

ଏହାସହ ଜଟଣୀ ବିଧାୟକ ସୁର ରାଉତରାୟ ଯୋଗ ଦେଇଥିବା ବେଳେ ତାଙ୍କର ଦମଦାର ସଂଳାପ ଶୀତୁଆ ସକାଳକୁ ଆଉ ଟିକେ ମଜାଦାର କରିଥିଲା । ସେହିପରି ଏହି କାର୍ଯ୍ୟକ୍ରମରେ ବିଏମସି କମିଶନର ଅତିରିକ୍ତ କମିଶନରଙ୍କ ସମେତ ସ୍ଥାନୀୟ କର୍ପୋରେଟେରମାନେ ଉପସ୍ଥିତ ଥିଲେ । ବିଶେଷ ଭାବେ ଦେଖିବାକୁ ଗଲେ ରାଜଧାନୀର ରାସ୍ତାରେ ଚାଲିଥିବା ରାହାଗିରିର ମଜା ସବୁ ବର୍ଗର ଲୋକ ନେଇଛନ୍ତି କାରଣ ଏଠାରେ ସମସ୍ତଙ୍କମାନକୁ ଜିଣିବା ପାଇଁ କାର୍ଯ୍ୟକ୍ରମ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 15, 2023, 5:33 PM IST

ABOUT THE AUTHOR

...view details