ଓଡିଶା

odisha

By

Published : Sep 10, 2021, 9:27 PM IST

ETV Bharat / state

ଡକାୟତିବେଳେ ଧରାପଡିଲେ, ଲୋକଙ୍କଠୁ ଛେଚା ଖାଇଲେ

ପୂଜା ଚାନ୍ଦା ଆଦାୟ ନାଁରେ ଟ୍ରକ ଡ୍ରାଇଭରଠାରୁ ଡକାୟତି ଉଦ୍ୟମ କରୁଥିଲେ ଲୁଟେରା । ଲୁଟେରାଙ୍କୁ ସ୍ଥାନୀୟ ଲୋକେ ଧରି ଦେଲେ ଉତ୍ତମ ମଧ୍ୟମ । ଅଧିକ ପଢନ୍ତୁ...

ଡକାୟତିବେଳେ ଧରାପଡିଲେ, ଲୋକଙ୍କ ହାତରୁ ଛେଚା ଖାଇଲେ
ଡକାୟତିବେଳେ ଧରାପଡିଲେ, ଲୋକଙ୍କ ହାତରୁ ଛେଚା ଖାଇଲେ

ଖୋର୍ଦ୍ଧା:ଡକାୟତି ବେଳେ ଲୋକଙ୍କ ହାତରେ ଧରାପଡିଲେ ଲୁଟେରା । ଲୁଟେରାଙ୍କୁ ଧରି ବହେ ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟ ଲୋକେ । ଖୋର୍ଦ୍ଧା ୧୬ନଂ ଜାତୀୟ ରାଜପଥ ବାଲୁଗାଁ ସରନଇ ବାଇପାସ ନିକଟରୁ ଏହି ଘଟଣା ସାମ୍ନାକୁ ଆସିଛି । କିଛି ଦୁର୍ବୃତ୍ତ ପୂଜା ଚାନ୍ଦା ଆଦାୟ ନାଁରେ ଟ୍ରକ ଡ୍ରାଇଭର ଠାରୁ ଲୁଟ୍ କରିବାକୁ ଉଦ୍ୟମ କରୁଥିବାବେଳେ ଧରା ପଡିଛନ୍ତି ।

ଡକାୟତିବେଳେ ଧରାପଡିଲେ, ଲୋକଙ୍କ ହାତରୁ ଛେଚା ଖାଇଲେ

ସୂଚନା ଅନୁସାରେ, ଜଣେ ଡ୍ରାଇଭର ଭାରତ ପେଟ୍ରୋଲ ଟ୍ୟାଙ୍କର ଟ୍ରକ ନେଇ କଟକ ଜିଲ୍ଲାରୁ ଗଞ୍ଜାମ ଅଭିମୁଖେ ଯାଉଥିଲା । ଏହି ସମୟରେ ଚାରି ଜଣ ଦୁର୍ବୃତ୍ତ ଗଣେଶ ପୂଜା ଚାନ୍ଦା ମାଗିବା ଉଦ୍ଦେଶ୍ୟରେ ଟ୍ରକଟିକୁ ଅଟକାଇ ଥିଲେ । ଏହାପରେ ଡ୍ରାଇଭରକୁ ପାଣି ପିଇବା ପାଇଁ ମାଗି ତାଙ୍କ ଉପରେ ତୁରନ୍ତ ଆକ୍ରମଣ କରିଥିଲେ । ଠିକ ଏହି ସମୟରେ ସ୍ଥାନୀୟ ଲୋକମାନଙ୍କ ନଜର ପଡ଼ିଥିଲା ଲୁଟେରାଙ୍କ ଉପରେ । ତୁରନ୍ତ ଲୁଟେରାମାନଙ୍କୁ କାବୁ କରିବା ପାଇଁ ଲୋକମାନେ ଗୋଡେଇ ଥିଲେ । ହେଲେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଲୁଟେରା ଧରାପଡିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଥିଲେ । ଦୁଇ ଲୁଟେରାଙ୍କୁ ଧରି ଲୋକମାନେ ଉତ୍ତମ ମଧ୍ୟମ ଦେବା ସହ ବାଲୁଗାଁ ପୋଲିସକୁ ଖବର ଦେଇଥିଲେ । ବାଲୁଗାଁ ପୋଲିସ ଓ ନାଭାଲ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣ ଲୁଟେରାଙ୍କୁ ଥାନାକୁ ନେଇ ଅଟକ ରଖିଥିବା ଜଣାପଡିଛି ।

ଘଟଣାରେ ପୋଲିସ ତଦନ୍ତ ଜାରି ରହିଛି । ତେବେ ଏହିଭଳି ବାରମ୍ବାର ଜାତୀୟ ରାଜପଥ ଉପରେ ଚୋରି, ଡକାୟତି ଘଟୁଥିବାରୁ ସ୍ଥାନୀୟ ଜନସାଧାରଣ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଲୁଟେରାମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details