ଖୋର୍ଦ୍ଧା: ପିଲାଚୋର ସନ୍ଦେହରେ ବୃଦ୍ଧଙ୍କୁ ମାଡ ମାରି ପୋଲିସ ଜିମା ଦେଲେ ଲୋକେ । ଏ ଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ପାନବରଜ ଗ୍ରାମରେ ।
ପିଲାଚୋର ସନ୍ଦେହରେ ବୃଦ୍ଧଙ୍କୁ ମାଡ଼ ମାରି ପୋଲିସ ଜିମା ଦେଲେ ଲୋକେ - khurdha latest news
ଖୋର୍ଦ୍ଧାରେ ପିଲାଚୋର ସନ୍ଦେହରେ ବୃଦ୍ଧଙ୍କୁ ମାଡ ମାରି ପୋଲିସ ଜିମା ଦେଲେ ଲୋକେ । ଅଧିକ ପଢନ୍ତୁ...

ପିଲାଚୋର ସନ୍ଦେହରେ ବୃଦ୍ଧଙ୍କୁ ମାଡ଼ ମାରି ପୋଲିସ ଜିମା ଦେଲେ ଲୋକେ
ପିଲାଚୋର ସନ୍ଦେହରେ ବୃଦ୍ଧଙ୍କୁ ମାଡ଼ ମାରି ପୋଲିସ ଜିମା ଦେଲେ ଲୋକେ
ସୂଚନାଯୋଗ୍ୟ ପାନବରଜ ଗ୍ରାମରେ ଜଣେ ଅଜଣା ବୃଦ୍ଧ ଲୋକ ସକାଳୁ ବୁଲୁଥିବା ଗ୍ରାମର ଲୋକମାନେ ଦେଖିଥିଲେ । ଏହାପରେ ଦିନରେ ସେହି ବୃଦ୍ଧ ଜଣକ ଉକ୍ତ ଗ୍ରାମର ଅବଦୁଲ ରହିମଙ୍କ ଝିଅ ୮ ବର୍ଷ ଓ ସେକ ସାବିରଙ୍କ ଝିଅ ୮ ବର୍ଷ ଦୁଇ ଝିଅଙ୍କୁ କାନ୍ଧରେ ପକେଇ ନେଇଯାଉଥିବା ବେଳେ ଗ୍ରାମର ଦୁଇ ଯୁବକ ଦେଖି ତାଙ୍କୁ ପିଲା ଚୋର ସନ୍ଦେହରେ ଗ୍ରାମ ଭିତରକୁ ନେଇ ଯାଇଥିଲେ । ଗ୍ରାମର ଲୋକମାନେ ସେହି ବ୍ୟକ୍ତିଙ୍କୁ ଚୋର ସନ୍ଦେହରେ ମାଡପିଟି କରିବାପରେ ପୋଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି । ତେବେ ପ୍ରକୃତ ଘଟଣା କଣ ତାହା ପୋଲିସ ତଦନ୍ତ ପରେ ହିଁ ଜଣାପଡିବ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ