ଓଡିଶା

odisha

ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କୁ ଟଙ୍କା ମାଗିଲେ ପିଇଓ: ଭିଡ଼ିଓ ଭାଇରଲ

ଖୋର୍ଦ୍ଧା ଚିଲିକା ବ୍ଲକ ଜରିପଡା ଗ୍ରାମ ପଞ୍ଚାୟତରେ ଥିବା କ୍ବାରେଣ୍ଟାଇନ ସେଣ୍ଟରରୁ ଆସିଛି ସାଙ୍ଘାତିକ ଅଭିଯୋଗ । ଜରିପଡା ଗ୍ରାମ ପଞ୍ଚାୟତର ପିଇଓ କ୍ଵାରେଣ୍ଟାଇନ ସେଣ୍ଟରରେ ରହିଲେ ଦିନକୁ 120 ଟଙ୍କା ହିସାବରେ ଯେତିକି ଦିନ ରହିବ, ସେତିକି ଟଙ୍କା ଦେବାକୁ କହୁଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

By

Published : Jul 26, 2020, 11:55 PM IST

Published : Jul 26, 2020, 11:55 PM IST

Video goes viral
କ୍ଵାରେଣ୍ଟାଇନ ସେଣ୍ଟରର ନାଁରେ ସାଙ୍ଘାତିକ ଅଭିଯୋଗ

ଖୋର୍ଦ୍ଧା: ରାଜ୍ୟରେ କୋରୋନା ସଂକ୍ରମଣକୁ ରୋକିବାକୁ ସଙ୍ଗରୋଧ କେନ୍ଦ୍ରର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ପ୍ରତି ପଞ୍ଚାୟତରେ ଖୋଲିଛି କ୍ବାରେନଣ୍ଟାଇନ ସେଣ୍ଟର । ଯେଉଁଠି ପ୍ରବାସୀଙ୍କୁ ମାଗଣାରେ ସବୁ ବ୍ୟବସ୍ଥା କରାଯାଇଥିଲେ ବି ଖୋର୍ଦ୍ଧା ଚିଲିକା ବ୍ଲକ ଜରିପଡା ଗ୍ରାମ ପଞ୍ଚାୟତରେ ଥିବା କ୍ବାରେନଣ୍ଟାଇନ ସେଣ୍ଟରରୁ ଆସିଛି ସାଙ୍ଘାତିକ ଅଭିଯୋଗ । ଜରିପଡା ଗ୍ରାମ ପଞ୍ଚାୟତର ପିଇଓ କ୍ଵାରେନଣ୍ଟାଇନ ସେଣ୍ଟରରେ ରହିଲେ ଦିନକୁ 120 ଟଙ୍କା ହିସାବରେ ଯେତିକି ଦିନ ରହିବ, ସେତିକି ଟଙ୍କା ଦେବାକୁ କହୁଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କ୍ଵାରେଣ୍ଟାଇନ ସେଣ୍ଟରର ନାଁରେ ସାଙ୍ଘାତିକ ଅଭିଯୋଗ

ସୂଚନା ଅନୁଯାୟୀ, ଯେଉଁ ପ୍ରବାସୀ ଓଡ଼ିଆ ବିଦେଶରୁ ଆସିଛନ୍ତି ସେମାନେ ଟଙ୍କା ଦେଲେ ଏହି କ୍ବାରେନଣ୍ଟାଇନ ସେଣ୍ଟରରେ ରହିବେ, ଅନ୍ୟଥା ସେମାନେ ଭୁବନେଶ୍ବରରେ ରହିବେ ବୋଲି ଏହି ଭିଡିଓରେ ରୋକଠୋକ ଶୁଣାଉଛନ୍ତି ପିଇଓ । କୋରୋନା ମହାମାରୀ ସମୟରେ ପ୍ରବାସୀଙ୍କୁ ରାଜ୍ୟକୁ ଫେରାଇଆଣି ପ୍ରତି ପଞ୍ଚାୟତରେ ଅସ୍ଥାୟୀ ଟିଏମସି ସେଣ୍ଟରରେ ରହିଛି । ଏହାସହ 14 ଦିନ ସଙ୍ଗରୋଧରେ ରହିବା ପରେ ସରକାରଙ୍କ ପକ୍ଷରୁ ଦୁଇ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଛି । କିନ୍ତୁ ଜରିପଡା ଟିଏମସି ସେଣ୍ଟରରେ ପ୍ରବାସୀଙ୍କୁ ଲୁଟୁଥିବା ଭିଡ଼ିଓରୁ ଜଣାପଡୁଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details