ଖୋର୍ଦ୍ଧା: ସାରା ବିଶ୍ବରେ କୋରୋନା କାୟା ବିସ୍ତାର କରିଛି । କେରୋନା ମହାମାରୀ ସମସ୍ତଙ୍କ ଜୀବନ ଓ ଜାବିକାକୁ ପ୍ରଭାବିତ କରିଛି । କୋରୋନା କଟକଣାରେ ଜୀବନ ପ୍ରଭାବିତ ହେଉଥୁବା ବେଳେ ଆଦର୍ଶ ସମନ୍ବିତ କୃଷି ଫାର୍ମ କରି ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସାରୁଅ ଗ୍ରାମ ପଞ୍ଚାୟତର କାଠଖୁଣ୍ଟିଆ ଗାଁର ସଫଳ ଚାଷୀ ପବନ ଭୁଜଳ ।
ବୟସ 75 ଛୁଇଁଲାଣି ହେଲେ ଚାଷ କରିବାର ନିଶା ଛାଡିନି । ବୟସର ଅପରାହ୍ନରେ ପହଞ୍ଚିଥିଲେ ବି କୃଷି କାର୍ଯ୍ୟରେ ଅନେକ ସଫଳତା ଅର୍ଜନ କରିଛନ୍ତି ପବନ ଭୁଜବଳ । ପ୍ରାୟ 5ଏକର ଜମିରେ ସମନ୍ବିତ କୃଷି ଫାର୍ମ କରିଛନ୍ତି ପବନ । ଫାର୍ମରେ 28 ପ୍ରକାର ଫଳ, ପନିପରିବା, ପଶୁ ପାଳନ, ମହୁ ଚାଷ ଓ ମାଛ ଚାଷ କରିଛନ୍ତି । ତାଙ୍କୁ ଏହି ଚାଷ ପାଇଁ କୃଷି ବିଭାଗ ପକ୍ଷରୁ ସହୟତା ଓ ସହଯୋଗ ଦିଆଯାଇଛି । ଜମିରେ ଚାଷ କାର୍ଯ୍ୟ କରିବା ପାଇଁ ସେ ବିଭିନ୍ନ ଯନ୍ତ୍ରପାତି ରଖିଛନ୍ତି ।