ଭୁବନେଶ୍ବର:ଏକାମ୍ର ଯଜ୍ଞରେ ସାମିଲ ହେଲେ ପିସିସି ସଭାପତି । ଏକାମ୍ରକ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶରେ ନିଜକୁ ସାମିଲ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଏକାମ୍ରକ୍ଷେତ୍ରର ରୂପରେଖ ବଦଳିବ ତେଣୁ ହୋମଯଜ୍ଞ, ବେଦପାଠ, ମନ୍ତ୍ରଧ୍ବନୀରେ ପ୍ରକମ୍ପିତ ହେଉଛି ଏକାମ୍ରକ୍ଷେତ୍ର । କାଶ୍ମୀର, ଋଷିକେଶ ପଣ୍ଡିତ ,ଓଡ଼ିଶାର ବିଶିଷ୍ଟ ପଣ୍ଡିତ ମାନଙ୍କ ଦ୍ୱାରା ବେଦଧ୍ୱନି, ମନ୍ତ୍ର ଉଚ୍ଚାରଣ କରାଯାଇ ଏକାମ୍ରକ୍ଷେତ୍ରର ସାମୁହିକ ବିକାଶ ପାଇଁ ଚାଲିଛି ଯଜ୍ଞ ।
ଏକାମ୍ର ପ୍ରକଳ୍ପ ଶିଳାନ୍ୟାସ ଉତ୍ସବ ଯଜ୍ଞରେ ସାମିଲ ହୋଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ । ଏକାମ୍ର ପ୍ରକଳ୍ପର ଭୂମିପୂଜନ ସ୍ଥାନରେ ବହୁ ମୁନି, ଋଷି, ସାଧୁ ସନ୍ଥ ମାନଙ୍କ ଦ୍ୱାରା ଚାଲିଥିବା ଯଜ୍ଞସ୍ଥଳକୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ପରିଦର୍ଶନ କରି ଆଶୀର୍ବାଦ ନେଇଥିବା ଦେଖିବାକୁ ମିଳିଛି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବରିଷ୍ଠ କଂଗ୍ରେସ ନେତା ତଥା ଉପସଭାପତି ଶିବାନନ୍ଦ ରାୟ , ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ପିସିସିର ସାଧାରଣ ସଂପାଦିକା ରଶ୍ମି ମହାପାତ୍ର ଏବଂ ବହୁ କଂଗ୍ରେସ ନେତୃବୃନ୍ଦ ପଟ୍ଟନାୟକଙ୍କ ସହିତ ଯଜ୍ଞସ୍ଥଳ ପରିଦର୍ଶନ କରି ସାଧୁସନ୍ଥଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ପିସିସି ସଭାପତି ତଥା ସମସ୍ତ କଂଗ୍ରେସ ନେତୃବୃନ୍ଦ ମହାପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । 26ରୁ ଆରମ୍ଭ ହୋଇଥିବା ତିନିଦିନିଆ ଏକାମ୍ର କ୍ଷେତ୍ରର ପ୍ରକଳ୍ପ ଶିଳାନ୍ୟାସ ଯଜ୍ଞ ଅନୁଷ୍ଠିତ ହେଉଛି । ଆଜି ମୁଖ୍ୟମନ୍ତ୍ରୀ ଯଜ୍ଞରେ ସାମିଲ ହୋଇ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ।
ଏହା ବି ପଢନ୍ତୁ...ମନ୍ତ୍ରଧ୍ବନିରେ ପ୍ରକମ୍ପିତ ଏକାମ୍ର କ୍ଷେତ୍ର, ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ