ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ(Padampur By poll) ପାଇଁ ସରଗରମ ରହିଛି ରାଜ୍ୟ ରାଜନୀତି । ଡିସେମ୍ବର ୫ରେ ପଡିବ ଭୋଟ । ତେବେ ଏହି ସମୟରେ ଫସଲ ବୀମା ପାଇଁ ଚାଷୀ ଆନ୍ଦୋଳନ ଜାରି ରହିଥିବାବେଳେ ପଦ୍ମପୁରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦେବାକୁ ନେଇ ରାଜ୍ୟ ସରକାରଙ୍କ ପ୍ରତିଶୃତିକୁ ନେଇ ଜୋର ଧରିଛି ରାଜନୀତି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ପଦ୍ମପୁରରେ ଭୋଟ ରାଜନୀତି ହେଉଥିବା ସେ କହିଛନ୍ତି ।
ନଭେମ୍ବର ୧୭ ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିବାବେଳେ ତତ୍ପର ହୋଇଛନ୍ତି ବିଭିନ୍ନ ପ୍ରମୁଖ ରାଜନୈତିକ ଦଳ । ସେପଟେ ଚାଷୀଙ୍କ ଫସଲ ବୀମାକୁ ନେଇ ଆନ୍ଦୋଳନ ଜାରି ରହିଥିବାବେଳେ ଅନ୍ୟପଟେ ପଦ୍ମପୁରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବି ଜୋର ଧରିଛି । ତେବେ ଏହି ଜନ ଆନ୍ଦୋଳନକୁ ପଦ୍ମପୁର ଉପଖଣ୍ଡ ଅଞ୍ଚଳର ସମସ୍ତ ବ୍ଲକରେ ସମର୍ଥନ ମିଳିବା ସହ ଗାଁ ଗାଁରେ ବିକ୍ଷୋଭ ପ୍ରଦର୍ଶନ ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଉପଖଣ୍ଡକୁ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ଦେବାନେଇ ପ୍ରତିଶୃତି ଦେଇଛନ୍ତି । ତେବେ ପଦ୍ମପୁରରେ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀ ଏହି ପ୍ରତିଶୃତି ଦେଇଥିବା ଅଭିଯୋଗ କରକିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।