ଓଡିଶା

odisha

ETV Bharat / state

Chhattisgarh Elections: ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଗ ମାଗୁଛନ୍ତି ପିସିସି ସଭାପତି - ଛତିଶଗଡରେ ପ୍ରଚାର କରୁଛନ୍ତି ପିସିସି ସଭାପତି

ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ଓଡିଶାରୁ ଯାଇ ଛତିଶଗଡର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ (ରାୟଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ) ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଓଡ଼ିଶା ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳରେ ଓଡିଆ ଭୋଟରଙ୍କ ପ୍ରଭାବ ରହିଛି । ଓଡିଆ ଭୋଟର ଏହି ଅଞ୍ଚଳରେ ନିର୍ଣ୍ଣାୟକ ଭୂମିକା ନେଉଛନ୍ତି । ଅଧିକ ପଢନ୍ତୁ

Chhattisgarh Elections: ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଗ ମାଗୁଛନ୍ତି ପିସିସି ସଭାପତି
Chhattisgarh Elections: ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଗ ମାଗୁଛନ୍ତି ପିସିସି ସଭାପତି

By ETV Bharat Odisha Team

Published : Nov 14, 2023, 10:42 PM IST

ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଗ ମାଗୁଛନ୍ତି ପିସିସି ସଭାପତି

ଭୁବନେଶ୍ବର: ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଯୋରଦାର ଚାଲିଛି ଛତିଶଗଡରେ ନିର୍ବାଚନ ପ୍ରଚାର । ବିଜେପି କଂଗ୍ରେସର ଜାତୀୟସ୍ତରର ଶୀର୍ଷନେତା ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି । ରାଜ୍ୟ ଓ ଜାତୀୟ ନେତା ମାନେ ଗାଁରୁ ସହର ପ୍ରଚାର କରି ଦଳୀୟ ପ୍ରତିଶୃତି ଭୋଟରଙ୍କ ପାଖେ ପହଞ୍ଚାଉଛନ୍ତି । କ୍ଷମତା ବଜାୟ ରଖିବା ପାଇଁ ରାଜ୍ୟରେ ଭୂପେଶ ବାଘଲଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାର ପୁରା ଶକ୍ତି ଲଗାଇଦେଇଥିବା ବେଳେ, ବିଜେପି କ୍ଷମତାକୁ ଫେରିବା ପାଇଁ ରଣନୀତି ଅନୁସାରେ ମୈଦାନରେ ଝାଳ ବୁହାଉଛି । ଛତିଶଗଡ଼ ଦଖଲ ପାଇଁ କଂଗ୍ରେସ ଓ ବିଜେପିର ସମସ୍ତ ରାଜ୍ୟ ସ୍ତରୀୟ ଓ ଜାତୀୟ ସ୍ତରୀୟ ନେତାମାନେ ପ୍ରଚାର କରୁଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ଓଡ଼ିଶାର ଶୀର୍ଷ ରାଜନେତା ମାନେ । ପୂ୍ର୍ବରୁ ବିଜେପିର ସାଂସଦ ବିଧାୟକ ପ୍ରଚାର କରିଥିବା ବେଳେ, ଆଜି କଂଗ୍ରେସ ପାଇଁ ପ୍ରଚାର କରୁଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଅଧିକ ପଢନ୍ତୁ- ଛତିଶଗଡରେ ବିଜେପି ସରକାର ନିଶ୍ଚିତ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ଓଡ଼ିଶାରୁ ଯାଇ ଛତିଶଗଡର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ (ରାୟଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ) ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଓଡ଼ିଶା ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳରେ ଓଡ଼ିଆ ଭୋଟରଙ୍କ ପ୍ରଭାବ ରହିଛି । ଓଡ଼ିଆ ଭୋଟର ଏହି ଅଞ୍ଚଳରେ ନିର୍ଣ୍ଣାୟକ ଭୂମିକା ନେଉଛନ୍ତି । ଫଳରେ ଏବେ ଓଡିଆ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଓଡିଶା କଂଗ୍ରେସ ନେତା ଲାଗିଛନ୍ତି । ଶରତଙ୍କ ନେତୃତ୍ବରେ ଏକ ଟିମ୍‌ ଛତିଶଗଡର ସୀମାବର୍ତ୍ତୀ ଅଞ୍ଚଳରେ ପ୍ରଚାର କରୁଛନ୍ତି । କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି । ନିର୍ବାଚନୀ ଫଳାଫଳକୁ ନେଇ ଶରତ ଖୁବ ଆଶାବାଦୀ ଅଛନ୍ତି । ଛତିଶଗଡ଼ରେ ପୁନର୍ବାର କଂଗ୍ରେସ ସରକାର ଗଢ଼ିବ ବୋଲି କହିଛନ୍ତି ଶରତ ପଟ୍ଟନାୟକ ।

ସେହିପରି ଶରତ କହିଛନ୍ତି ହୁଏତ ଏହାର ପ୍ରଭାବ ଆଗାମୀ ଦିନରେ ଓଡ଼ିଶା ଉପରେ ପଡ଼ିପାରେ। 5 ରାଜ୍ୟରେ କଂଗ୍ରେସ ଜିତି ସରକାର ଗଢ଼ିବ । ଛତିଶଗଡ଼ ପ୍ରଚାରର ଦ୍ବିତୀୟ ପର୍ଯ୍ୟାୟରେ ଭଲ ଭୋଟ ହେବ । ବିଶେଷକରି ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ଏଆଇସିସି ଅଧ୍ୟକ୍ଷ ମଳିକାର୍ଜୁନ ଖଡଗେ ଯେଉଁଆଡ଼େ ନିର୍ବାଚନ ପ୍ରଚାର କରିବାକୁ ଯାଉଛନ୍ତି ଲକ୍ଷାଧିକ ଲୋକ ସମାଗମ ହେଉଛନ୍ତି । ଯାହା ସ୍ପଷ୍ଟ କରୁଛି କଂଗ୍ରେସ ପ୍ରତି ଲୋକଙ୍କ ବିଶ୍ବାସ ବୃଦ୍ଧି ପାଉଛି। ଦେଶରେ କଂଗ୍ରେସ ପ୍ରତି ଲୋକଙ୍କ ଆସ୍ଥା ବଢୁଛି। ବିଜେପି ସରକାରର ରୂପରଙ୍ଗ ଦେଶବାସୀ ଅନୁଭବ କରି ସାରିଲେଣି । ଯେଉଁ ସବୁ ରାଜ୍ୟରେ ଯାହା ପ୍ରତିଶୃତି ଦେଇଥିଲେ ତାହା ପୂରଣ କରିପାରିଲେ ନାହିଁ । ବିଜେପି ସରକାର ଉପରେ ଲୋକଙ୍କ ଆସ୍ଥା ନାହିଁ କି ଭରଷା ଆଉ ନାହିଁ । କଂଗ୍ରେସ ପ୍ରତି ଜନସାଧାରଣଙ୍କ ମନରେ ବିଶ୍ବାସ ଆସିଲାଣି । କଂଗ୍ରେସ ଆସିଲେ ବିକାଶ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details