ଓଡିଶା

odisha

ETV Bharat / state

ସନ୍ତୋଷ ସିଂ ସାଲୁଜାଙ୍କ ଘରେ ଶୃଙ୍ଖଳା କମିଟି ବୈଠକ, କ'ଣ ହେବ ଦଳର ଆଭିମୁଖ୍ୟ? - PCC

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଘରେ ଶୃଙ୍ଖଳା କମିଟି ବୈଠକ ବସିଛି । ସନ୍ତୋଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଦଳର ସ୍ଥିତି ସୁଦୃଢ କରିବା ପ୍ରସଙ୍ଗରେ ଆଲୋଚନା ହୋଇଛି । ଅଧିକ ପଢ଼ନ୍ତୁ

ସାଲୁଜାଙ୍କ ଘରେ ଶୃଙ୍ଖଳା କମିଟି ବୈଠକ
ସାଲୁଜାଙ୍କ ଘରେ ଶୃଙ୍ଖଳା କମିଟି ବୈଠକ

By

Published : Jul 21, 2023, 10:51 PM IST

ସାଲୁଜାଙ୍କ ଘରେ ଶୃଙ୍ଖଳା କମିଟି ବୈଠକ

ଭୁବନେଶ୍ବର: କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଘରେ ଶୃଙ୍ଖଳା କମିଟି ବୈଠକ ବସିଥିଲା । କଂଗ୍ରେସ ଭବନରେ ହଟ୍ଟଗୋଳ ଭିତରେ ଅନେକ କଂଗ୍ରେସ ନେତାମାନେ କଂଗ୍ରେସ ଭବନ ଆସିନଥିବା ଜଣାପଡିଛି । କଂଗ୍ରେସ ଭବନ ପରିବର୍ତ୍ତେ ବିଧାୟକ ତଥା ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜାଙ୍କ ଘରେ ବସିଛି ଶୃଙ୍ଖଳା କମିଟି ବୈଠକ । ତେବେ କଂଗ୍ରେସ ଦଳର ଶୃଙ୍ଖଳା କମିଟି ବୈଠକରେ ସନ୍ତୋଷ ସିଂ ସାଲୁଜା ଅଧ୍ୟକ୍ଷତା କରିଛନ୍ତି ।

ତେବେ ସନ୍ତୋଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଦଳର ସ୍ଥିତି ସୁଦୃଢ କରିବା ପ୍ରସଙ୍ଗରେ ଆଲୋଚନା ହୋଇଛି। ତେବେ କଂଗ୍ରେସ ଦଳକୁ ମଜଭୁତ କରିବା ଓ ଶୃଙ୍ଖଳିତ କରିବା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ତେଣୁ ବର୍ତ୍ତମାନ ସମସ୍ତଙ୍କ ନଜର ଏବେ ଶୃଙ୍ଖଳା କମିଟି ବୈଠକ ଉପରେ ରହିଛି । ମୋକିମ ଏବଂ ଚିରଞ୍ଜୀବିଙ୍କ ନିଲମ୍ବନ ପ୍ରତ୍ୟାହାର ନେଇ ଆଲୋଚନା କରାଯାଇଛି କି ନାହିଁ ତାକୁ ନେଇ ବଢିଛି ସସପେନ୍ସ ।

ତେବେ ଏହାରି ଭିତରେ ଓପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି,"କଂଗ୍ରେସ ଭବନରେ ମୋକିମ ଓ ଚିରଞ୍ଜୀବିଙ୍କ ସମର୍ଥକଙ୍କ ହଙ୍ଗାମା ବିଷୟରେ ମୁଁ ଅବଗତ ନାହିଁ । ଖବର ଆସିବା ପରେ ଯଦି ସେମାନଙ୍କ ଦାବି ଠିକ୍‌ ଥିବ ତେବେ ଏଆଇସିସିକୁ ଜଣାଯିବ। ଏଆଇସିସି ଉପରେ ଆମେ ନୁହେଁ । ଏଆଇସିସି ଯାହା ନିଷ୍ପତି ନେଇଛନ୍ତି ତା ଉପରେ ପିସିସି କିଛି କରି ପାରିବ ନାହିଁ ।" ଦଳର ଯେକୌଣସି ଲୋକ ପିସିସି ବିରୋଧରେ ମନ୍ତବ୍ୟ ଦେଲେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ହେବ। ଆଜି ସନ୍ଧ୍ୟାରେ ଶୃଙ୍ଖଳା କମିଟି ବୈଠକ ବସିଥିଲା। ତେବେ ଦ୍ଵିତୀୟ ପର୍ଯାୟ ବୈଠକରେ ବିଶୃଙ୍ଖଳା ଉପରେ ଚୂଡ଼ାନ୍ତ ନିଷ୍ପତି ନିଆଯିବ ବୋଲି ଜଣାପଡିଛି ।

ଏହା ବି ପଢନ୍ତୁ...ଚିରଞ୍ଜୀବ ଓ ମୋକିମଙ୍କ ଗତି କୁଆଡେ ? ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାମିଲ ହେଲେ ସ୍ବାଗତ : ବିଜେଡି

କଂଗ୍ରେସର ବରିଷ୍ଠ ନେତା ଚିରଞ୍ଜୀବି ବିଶ୍ୱାଳ ଏବଂ ବିଧାୟକ ମହମ୍ମଦ ମୋକିମଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ତେବେ ଉଭୟଙ୍କ ସମର୍ଥକ ଏବେ ରାଜରାସ୍ତାରେ ହଙ୍ଗାମା କରୁଛନ୍ତି । ଉଭୟଙ୍କ ନିଲମ୍ବନ ପ୍ରତ୍ୟାହାର କରାନଗଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ସମର୍ଥକ ମାନେ ଚେତାବନୀ ଦେଇଛନ୍ତି । ଦୁଇ ନେତାଙ୍କ ସମର୍ଥନରେ ସମର୍ଥକମାନେ ବାହାରି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ଏହାସହ ସାମ୍ବାଦିକ ସମ୍ମିଳନୀ କରି ଦୁଇ ବିଧାୟକଙ୍କ ବିରୋଧରେ ଲଗିଥିବା ନିଲମ୍ବନ ଉଠାଇବାକୁ ସିଧାସଳଖ ଦାବି କରିଛନ୍ତି ସମର୍ଥକ । ଆଉ ଏଭଳି ସମୟରେ କଂଗ୍ରେସ ପକ୍ଷରୁ ଶୃଙ୍ଖଳା କମିଟି ବୈଠକ ବସିବା ଘଟଣା ପରେ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details