ଖୋର୍ଦ୍ଧା:ଏବେବି ଚାଲିଛି ପିସି କାରବାର । ବ୍ଲକଠାରୁ ଆରମ୍ଭ କରି ପଞ୍ଚାୟତସ୍ତର ପର୍ଯ୍ୟନ୍ତ ସମସ୍ତେ ପିସି ନେବାରେ ବ୍ୟସ୍ତ । ବ୍ଲକରେ ବିଡିଓ, ଜେଇଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତର ସରପଞ୍ଚ ଓ ଭିଏଲଡବ୍ଲ୍ୟୁଙ୍କ ଯାଏ କାମ ପାଇଁ ଆସିଥିବା ଟଙ୍କାର ପ୍ରତିଶତ କାଟି ନେଉଛନ୍ତି । ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଖୁଲମଖୁଲା ପିସି ମାଗିବା ସହ କିଏ କେତେ ପ୍ରତିଶତ ପିସି ନେଉଛନ୍ତି ତାର ମଧ୍ୟ ହିସାବ ଦେଉଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି । ବିଡିଓ 2 ପ୍ରତିଶତ, ଜେଇ 4 ପ୍ରତିଶତ, ସେହିପରି ବ୍ଲକର ଅନ୍ୟ କର୍ମଚାରୀ ମିଶି ସମୁଦାୟ 11 ପ୍ରତିଶତ ପିସି ବ୍ଲକ ନେଉଥିବାବେଳେ ପଞ୍ଚାୟତରେ 5 ପ୍ରତିଶତ ପିସି ନିଆଯାଉଛି ବୋଲି ସେ କହିଛନ୍ତି ।