ଓଡିଶା

odisha

By

Published : Nov 14, 2020, 8:57 PM IST

Updated : Nov 14, 2020, 9:11 PM IST

ETV Bharat / state

ଖୋର୍ଦ୍ଧାବାସୀ ଘରେ ପାଳିଲେ ପୟା ଶ୍ରାଦ୍ଧ

ପୁରୀ ତଥା ଭୁବନେଶ୍ବର ବିନ୍ଦୁସାଗରରେ ପିଣ୍ଡଦାନ ଦେବାକୁ ବାରଣ କରାଯିବା ପରେ ଖୋର୍ଦ୍ଧାବାସୀ ନିଜଘର ସମ୍ମୁଖରେ ବଡବଡୁଆ ଡାକିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଖୋର୍ଦ୍ଧାବାସୀ ଘରେ ପାଳିଲେ ପୟା ଶ୍ରାଦ୍ଧ
ଖୋର୍ଦ୍ଧାବାସୀ ଘରେ ପାଳିଲେ ପୟା ଶ୍ରାଦ୍ଧ

ଖୋର୍ଦ୍ଧା: ଚଳିତବର୍ଷ ଦୀପାବଳିରେ ବାଣ ଫୁଟାଇବା ଠାରୁ ଆରମ୍ଭ କରି ବାଣ ବିକ୍ରି ଏବଂ ପୁରୀ ତଥା ଭୁବନେଶ୍ବର ବିନ୍ଦୁସାଗରରେ ପୟା ଶ୍ରାଦ୍ଧକୁ ବାରଣ କରାଯାଇଛି । ତେଣୁ ଦୀପାବଳିରେ ନିଜ ଘରେ ପରିବାରର ଦିବଂଗତଙ୍କୁ ଶ୍ରାଦ୍ଧ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳବାସୀ ।

ଖୋର୍ଦ୍ଧାବାସୀ ଘରେ ପାଳିଲେ ପୟା ଶ୍ରାଦ୍ଧ

ତେବେ ଦୀପାବଳିରେ ପିତୃପୁରୁଷଙ୍କୁ ଦୀପଦାନ କରିବା ସହ ପିଣ୍ଡଦାନ କରିବା ପରମ୍ପରା ରହିଛି । ପ୍ରତିବର୍ଷ ପୁରୀରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରି ଆଶୀର୍ବାଦ ଭିକ୍ଷା କରନ୍ତି ଲୋକେ । କିନ୍ତୁ ଚଳିତ ବର୍ଷ କୋରୋନା କଟକଣା ପାଇଁ ପୁରୀ ତଥା ଭୁବନେଶ୍ବର ବିନ୍ଦୁସାଗରରେ କଟକଣା ଲଗାଯାଇଥିବାରୁ ଲୋକମାନେ ନିଜ ଘର ସାମ୍ନାରେ ପିତୃପୁରୁଷଙ୍କ ବଡବଡୁଆ ଡାକ ପରମ୍ପରା ପାଳନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଗାଁରେ ଲୋକମାନେ ପିତୃପୁରୁଷଙ୍କୁ ବଡବଡୁଆ ଡାକୁଥିବା ଦେଖିବାକୁ ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Nov 14, 2020, 9:11 PM IST

ABOUT THE AUTHOR

...view details