ଖୋର୍ଦ୍ଧା: ଖୋର୍ଦ୍ଧାରେ ଧିରେ ଧିରେ ବଢିବାରେ ଲାଗିଛି କୋରୋନା କାୟା । ସାମାନ୍ୟ ଅସାବଧାନତା ଯୋଗୁଁ ଆଖି ପିଛୁଳାକେ ବ୍ୟାପିବାରେ ଲାଗିଛି ସଂକ୍ରମଣ । ଏହି କ୍ରମରେ ଶନିବାର ସ୍ଥାନୀୟ ନାଲିପଡା ଅର୍ଜୁନପୁର ଗ୍ରାମ ପଞ୍ଚାୟତରେ ଥିବା ଆଇଆରବି କ୍ୟାମ୍ପରୁ ଜଣେ ଜବାନ କୋରୋନା ପଜିଟିଭ ଥିବା ଜଣା ପଡିଥିଲା । ଏନେଇ ଖବର ପାଇବା ପରେ ସ୍ଥାନୀୟ ସରପଞ୍ଚ ପଞ୍ଚାୟତ ଅଧିନସ୍ଥ ପାଟପୁର ଗ୍ରାମରେ ସଟଡାଉନ ଘୋଷଣା କରିଛନ୍ତି ।
ପାଟପୁର ଗ୍ରାମରେ ଜବାନ କୋରୋନା ପଜିଟିଭ, ସଟଡାଉନ ଘୋଷଣା କଲେ ସରପଞ୍ଚ - ଖୋର୍ଦ୍ଧା ପାଟପୁର ଗ୍ରାମ ସଟଡାଉନ
ଖୋର୍ଦ୍ଧାରେ ଧିରେ ଧିରେ ବଢିବାରେ ଲାଗିଛି କୋରୋନା କାୟା । ଶନିବାର ସ୍ଥାନୀୟ ନାଲିପଡା ଅର୍ଜୁନପୁର ଗ୍ରାମ ପଞ୍ଚାୟତରେ ଥିବା ଆଇଆରବି କ୍ୟାମ୍ପରୁ ଜଣେ ଜବାନ କୋରୋନା ପଜିଟିଭ ଥିବା ଜଣା ପଡିଥିଲା । ଏନେଇ ଖବର ପାଇବା ପରେ ସ୍ଥାନୀୟ ସରପଞ୍ଚ ପଞ୍ଚାୟତ ଅଧିନସ୍ଥ ପାଟପୁର ଗ୍ରାମରେ ସଟଡାଉନ ଘୋଷଣା କରିଛନ୍ତି ।
ପାଟପୁର ଗ୍ରାମରେ ଜବାନ କୋରୋନା ପଜିଟିଭ, ସଟଡାଉନ ଘୋଷଣା କଲେ ସରପଞ୍ଚ
ରାଜ୍ୟ ସରକାରଙ୍କ ଦ୍ବାରା ବର୍ତ୍ତମାନ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଥିବା ବେଳେ ନିଜ କ୍ଷମତାର ବ୍ୟବହାର କରି ସ୍ଥାନୀୟ ସରପଞ୍ଚ ଆସନ୍ତା 72 ଘଣ୍ଟା ପାଇଁ ପାଟପୁର ଗ୍ରାମରେ ସଟଡାଉନ ଘୋଷଣା କରିଥିବା ଜଣା ପଡିଛି । ଏହି ସମୟ ମଧ୍ୟରେ ସଂକ୍ରମଣକୁ ଏଡାଇବା ପାଇଁ ଗାଁରେ ଥିବା ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରପଞ୍ଚ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ