ଭୁବନେଶ୍ବର: ପାଟକୁରା ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା ହେବାପରେ ପ୍ରଶାସନ ଆରମ୍ଭ କରିଛି ପ୍ରସ୍ତୁତି ।
ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର ନିର୍ବାଚନ ପାଇଁ ସମସ୍ତ ପକ୍ରିୟା ସରିଯାଇଥିବା କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ଏହା ସହ ପାଟକୁରାକୁ ସେ ଜୁନ ମାସରେ ଗସ୍ତ କରିଥିଲେ ବୋଲି ସୂଚନା ଦେଇଛନ୍ତି ।
ନିର୍ବାଚନମଣ୍ଡଳୀର ସ୍ଥିତି ବିଷୟରେ ସମୀକ୍ଷା କରିବା ପରେ ରିପୋର୍ଟ ନିର୍ବାଚନ କମିଶନଙ୍କୁ ପଠାଯାଇଥିବା କହିଛନ୍ତି ସୁରେନ୍ଦ୍ର କୁମାର । ଆସନ୍ତା 20 ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ଗୁରୁବାର ଅର୍ଥାତ୍ 4 ତାରିଖରୁ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇଛି । ସେହିପରି 24 ତାରିଖରେ ଭୋଟଗଣତି ହେବ ବୋଲି ମଧ୍ୟ ସୁରେନ୍ଦ୍ର କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ