ଓଡିଶା

odisha

ETV Bharat / state

ବରଦାନ ସାଜିଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା, 32ଶହରୁ ଅଧିକ ରୋଗୀ ପାଇଲେଣି ସୁପର ସ୍ପେସାଲିଷ୍ଟ ଚିକିତ୍ସା - ସୁପର ସ୍ପେସାଲିଷ୍ଟ ଚିକିତ୍ସା

ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନାରେ 3200ରୁ ଅଧିକ ରୋଗୀ ପାଇଲେଣି ସେବା । 2021 ଡିସେମ୍ବର 20 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପାନ୍ତ ଜିଲ୍ଲାଗୁଡିକ ପାଇଁ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଆରମ୍ଭ କରିଥିଲେ। ଅଧିକ ପଢନ୍ତୁ

ବରଦାନ ସାଜିଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା, 32ଶହରୁ ଅଧିକ ରୋଗୀ ପାଇଲେଣି ସୁପର ସ୍ପେସାଲିଷ୍ଟ ଚିକିତ୍ସା
ବରଦାନ ସାଜିଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା, 32ଶହରୁ ଅଧିକ ରୋଗୀ ପାଇଲେଣି ସୁପର ସ୍ପେସାଲିଷ୍ଟ ଚିକିତ୍ସା

By

Published : Nov 17, 2022, 5:53 PM IST

ଭୁବନେଶ୍ବର:ରାଜ୍ୟରେ ବରଦାନ ସାଜିଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା। ଏବେ ସୁଧା 3200 ରୁ ଅଧିକ ରୋଗୀ ପାଇଲେଣି ସେବା । ତେବେ ସର୍ବାଧିକ ହୃଦ ରୋଗ ବିଭାଗରେ ଅଧିକ 557 ଜଣ ରୋଗୀ ବର୍ତ୍ତମାନ ସୁଧା ନେଇ ସାରିଲେଣି ଡାକ୍ତରଙ୍କ ପରାମର୍ଶ । ସେହିପରି ଦ୍ବିତୀୟରେ ନ୍ୟୁରୋଲୋଜିରେ 397 ଜଣ ରୋଗୀ ଡାକ୍ତରଙ୍କ ପରାମର୍ଶ ନେଇ ସାରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 4 ଟି ଜିଲ୍ଲାବାସୀଙ୍କୁ ଏହି ସେବା ଯୋଗାଇ ଦିଆଯାଇଛି । ବିଶେଷଜ୍ଞ ଡାକ୍ତରଙ୍କ ଏକ ପ୍ରତିନିଧି ଦଳ ଏସବୁ ଜିଲ୍ଲାକୁ ଯାଇ ରୋଗୀଙ୍କୁ ସେବା ଯୋଗାଇଛନ୍ତି ।

ବରଦାନ ସାଜିଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା, 32ଶହରୁ ଅଧିକ ରୋଗୀ ପାଇଲେଣି ସୁପର ସ୍ପେସାଲିଷ୍ଟ ଚିକିତ୍ସା

ତେବେ ସୂଚନା ଅନୁଯାୟୀ, ଗତବର୍ଷ ଡିସେମ୍ବର 20 ତାରିଖରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା ଆରମ୍ଭ ହୋଇଥିଲା । ପ୍ରଥମେ ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରାଯାଇଥିବା ବେଳେ ଅକ୍ଟୋବର ମାସ 17 ତାରିଖରୁ ନବରଙ୍ଗପୁର ଜିଲ୍ଲାରେ ଏହି କ୍ୟାମ୍ପ୍ ଚାଲିଛି । ଅନ୍ୟପଟେ ଏହି ସେବା ଯୋଗାଇ ଦେବା ପାଇଁ ରହିଛନ୍ତି 14 ଜଣ ବରିଷ୍ଠ ଡାକ୍ତର । ଏହି ୧୪ଜଣ ଡାକ୍ତର ରୋଗୀଙ୍କୁ ସେବା ଯୋଗାଉଛନ୍ତି । ଡା. ଶିବ କର, ଡା.ଅରୁଣା ଆଚାର୍ଯ୍ୟ, ଡା.ଦେବାଶିଷ ସ୍ଵାଇଁ , ଡା.ରଂଜନ କୁମାର ମହାନ୍ତି, ଡା.ଅମିୟ ପଲ, ଡା.ସନ୍ଦୀପ ପ୍ରଧାନ ପ୍ରମୁଖ ନବରଙ୍ଗପୁରରେ ରୋଗୀଙ୍କୁ ଦେଇଛନ୍ତି ସେବା ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା ଉପାନ୍ତ ଜିଲ୍ଲାମାନଙ୍କ ପାଇଁ ପାଲଟିଛି ବରଦାନ । ରୋଗୀମାନେ ସୁପର ସ୍ପେସାଲିଷ୍ଟ ଚିକିତ୍ସା ପାଇବାରେ ହେଉଛନ୍ତି ସକ୍ଷମ । ପ୍ରଥମ ପର୍ଯ୍ୟାୟରେ ହୃଦରୋଗ, କିଡନୀ ଓ ଗ୍ୟାଷ୍ଟ୍ରୋଲୋଜି ଭଳି ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଉପାନ୍ତ ଅଞ୍ଚଳକୁ ଯାଇ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି । ପ୍ରାୟ ସମସ୍ତ ବିଭାଗ ଡାକ୍ତର ଦୁର୍ଗମ ଜିଲ୍ଲାମାନଙ୍କୁ ଯାଇ ରୋଗୀମାନଙ୍କୁ ସୁପର ସ୍ପେସାଲିଷ୍ଟ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି । ଯାହା ଫଳରେ ସୁପର ସ୍ପେସାଲିଷ୍ଟ ଚିକିତ୍ସା ସେବା ପାଇବା ପାଇଁ ଉପାନ୍ତ ଜିଲ୍ଲାମାନଙ୍କର ରୋଗୀଙ୍କୁ ଆଉ ବଡ ବଡ ସହର ଉପରେ ନିର୍ଭର କରିବାକୁ ପଡୁନି ।

ନିଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟର ବଡ ମେଡିକାଲ କଲେଜର ବିଶେଷଜ୍ଞ ଡାକ୍ତରମାନେ ସେଠାକୁ ଯାଇ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି । ତେବେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା ମାଧ୍ୟମରେ ଏପର୍ଯ୍ୟନ୍ତ ପ୍ରାୟ 3 ହଜାରେ 229 ରୁ ଅଧିକ ରୋଗୀଙ୍କୁ ସେମାନଙ୍କ ନିଜ ଜିଲ୍ଲାରେ ସୁପର ସ୍ପେସାଲିଷ୍ଟ ଚିକିତ୍ସା ମିଳିପାରିଛି ।

ସୂଚନା ମୁତାବକ ପ୍ରଥମେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡରେ ହିତାଧିକାରୀଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ମିଳୁଥିବା ବେଳେ 2021 ଡିସେମ୍ବର 20 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପାନ୍ତ ଜିଲ୍ଲାଗୁଡିକ ପାଇଁ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ । ଏହି ଯୋଜନା ମାଧ୍ୟମରେ ବିଭିନ୍ନ ମେଡିକାଲ କଲେଜ ଏବଂ କର୍ପୋରେଟ୍‌ ହସ୍ପିଟାଲର ଦକ୍ଷ ଡାକ୍ତରମାନେ ଉପାନ୍ତ ଜିଲ୍ଲାର ଚିକିତ୍ସାଳୟକୁ ବିମାନ ଯୋଗେ ଯାଇ ସେଠାରେ ହୃଦରୋଗୀ, ସ୍ନାୟୁରୋଗୀ, କିଡନୀ ଓ ମୂତ୍ରାଶୟ ରୋଗୀଙ୍କୁ ସୁପର ସ୍ପେସାଲିଟି ସେବା ଆବଶ୍ୟକ କରୁଥିବା ରୋଗୀଙ୍କ ପରୀକ୍ଷା ଓ ଚିକିତ୍ସା କରିବେ । ଏଥିପାଇଁ ସରକାର ସମସ୍ତ ଖର୍ଚ୍ଚ କରିବେ ବହନ । ଏଥି ସହିତ ଗୁରୁତର ରୋଗୀଙ୍କ ପାଖରେ ଯଥା ଶୀଘ୍ର ସମସ୍ତ ସୁବିଧା ସହ ଉତ୍ତମ ଡାକ୍ତର ପହଞ୍ଚାଇବା ଏବଂ ଆବଶ୍ୟକ ସ୍ଥଳେ ଏୟାରଲିଫ୍ଟ କରି ବଡ ମେଡିକାଲରେ ଭର୍ତ୍ତି କରାଇବା ପାଇଁ ଏହି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା କାର୍ଯ୍ୟ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details