ଭୁବନେଶ୍ବର:ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁଁ ହନ୍ତସନ୍ତ ହୋଇଛନ୍ତି ଯାତ୍ରୀ । ରାଜ୍ୟରେ ଯାତ୍ରୀବାହୀ ଓ ମାଲବାହୀ ଗାଡି ଚଳାଚଳ ବନ୍ଦ ରହିଥିଲା । ଫଳରେ ନାହିଁ ନଥିବା ଅସୁବିଧାର ସାମ୍ନା କରିଛନ୍ତି ଯାତ୍ରୀ । ଯାହାର ସୁଯୋଗ ନେଇ ଅଟୋ ଚାଳକ ଦୁଇ ଗୁଣା ଭଡ଼ା ଲୁଟିଛନ୍ତି । ଏହାକୁ ନେଇ ପୁରୀ-ଭୁବନେଶ୍ୱର ମୋ ବସରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ଡ୍ରାଇଭରଙ୍କ ଆନ୍ଦୋଳନକୁ ନେଇ ଗମନାଗମନ ପ୍ରଭାବିତ ହୋଇଥିଲା । ରାଜ୍ୟବ୍ୟାପୀ ଷ୍ଟିୟରିଂ ଛାଡ ଆନ୍ଦୋଳନ କାରଣରୁ ଅଖ ଚକ ବନ୍ଦ ରହିଥିଲା । ଫଳରେ ଯାତ୍ରୀବାହୀ ବସ୍ଠୁ ଆରମ୍ଭ କରି ଟ୍ୟାକ୍ସି ଓ ଅନ୍ୟାନ୍ୟ ମାଲବାହୀ ଗାଡି ଚଳାଚଳ ବନ୍ଦ ରହିଥିଲା ।
ବିଶେଷକରି ଭୁବନେଶ୍ୱର କଟକ ସମେତ ପୁରୀକୁ ଯାତାୟତ କରୁଥିବା ଲୋକେ ହନ୍ତସନ୍ତ ହୋଇଛନ୍ତି । କାରଣ ଅଧିକାଂଶ ଲୋକ ବସରେ ଯିବାଆସିବା କରିଛନ୍ତି । ଏହି ସମୟରେ ପର୍ଯ୍ୟଟକମାନେ ବୁଲିବାକୁ ଆସିଥିବାବେଳେ ସେମାନେ ମଧ୍ୟ ସମସ୍ୟା ଭୋଗିଛନ୍ତି । ଦୀର୍ଘ ସମୟ ଧରି ଲୋକେ ବସ୍ ଷ୍ଟପରେ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା । ଆଉ ଗାଡି ନମିଳିବା କାରଣରୁ 'ମୋ ବସ'ରେ ଅସମ୍ଭାଳ ଭିଡ଼ ହୋଇଥିଲା । ଏପରିକି କ୍ଷମତାଠାରୁ ଅଧିକ ସଂଖ୍ୟାରେ ଯାତ୍ରୀ 'ମୋ ବସ'ରେ ଯାଇଥିଲେ । ସେପଟେ ଏହାର ଫାଇଦା ଉଠାଇଥିଲେ ଅଟୋ ଚାଳକ । ଏଭଳି ସ୍ଥିତିରେ ଅଟୋ ଚାଳକମାନେ ଯାତ୍ରୀଙ୍କଠାରୁ ଚଢା ଦର ନେଇଥିବା ଅଭିଯୋଗ ହୋଇଛି ।
ଏହା ମଧ୍ୟ ପଢନ୍ତୁ...ହିଟ୍ ଆଣ୍ଡ ରନ୍ ଆଇନକୁ ଡ୍ରାଇଭର ମହାସଂଘର ବିରୋଧ