ଭୁବନେଶ୍ବର: ସ୍ମାର୍ଟସିଟିରେ ପାର୍କିଂ ସମସ୍ୟା ଦୂର କରିବା ପାଇଁ ବହୁତଳ ପାର୍କିଂର ବ୍ୟବସ୍ଥା କରାଯାଇଛି । ସହିଦ ନଗର ଓ ୟୁନିଟ ୨ ରେ ନିର୍ମାଣ ଚାଲିଥିବା ମଲ୍ଟି ଲେବେଲ କାର ପାର୍କିଂ କାମ ବିଡିଏ ଭାଇସ ଚେୟାରମ୍ୟନ ପ୍ରେମଚନ୍ଦ୍ର ଚୌଧୁରୀ ତଦାରଖ କରିବା ସହ 5ମାସ ମଧ୍ୟରେ କାମ ଶେଷ ହେବ ବୋଲି ସୂଚନା ଦେଇଛନ୍ତି ।
ଖୁବଶୀଘ୍ର ରାଜଧାନୀରେ କାମ ଶେଷ କରିବା ପାଇଁ ଭାଇସ ଚେୟାରମ୍ୟାନ କାମକୁ ନିଜେ ଯାଇ ଶନିବାର ତଦାରଖ କରିଛନ୍ତି । ତେବେ 2018 ମସିହାରେ ପରିବହନ ବିଭାଗ ପକ୍ଷରୁ ଭୁବନେଶ୍ବରରେ ଦୁଇଟି ମଲ୍ଟି ଲେବେଲ କାର ପାର୍କିଂର ଶୁଭାରମ୍ଭ କରାଯାଇଥିଲା । ବର୍ତ୍ତମାନ ଯୁଧ୍ୟକାଳୀନ ଭିତ୍ତିରେ କାମ ଜୋରସୋରରେ ଆଗେଇ ଚାଲିଛି । ମାର୍ଚ୍ଚ ସୁଦ୍ଧା ଦୁଇଟି ଏମ.ଏଲ.ସି.ପିର କାମ ସରିବ ବୋଲି କହିଛନ୍ତି ବିଡିଏ ଭାଇସ ଚେୟାରମ୍ୟାନ ।
2018 ମସିହାରୁ ଏହି ଦୁଇଟି ଏମଏଲସିପି କାମ ଚାଲିଛି । ସହିଦ ନଗରରେ ନିର୍ମାଣ ହେଉଥିବା ପାର୍କିଂ ସ୍ଥାନରେ ଏକା ସଙ୍ଗେ 250ଟି କାର, 250 ବାଇକ ପାର୍କିଂ ହୋଇପାରିବ । ଏହା ଉପରକୁ ଆଉ ୫ ମହଲା ପାର୍କିଂ ସ୍ଥାନ ନିର୍ମାଣ କରାଯିବ । ତା'ସହିତ ଅଣ୍ଡର ଗ୍ରାଉଣ୍ଡରେ ଦୁଇ ମହଲା ରହିବ । ସମୁଦାୟ 13ହଜାର ୬୪ ଦଶମିକ ୬ ବର୍ଗ ମିଟର ଜମି ଉପରେ ଏହି ଅତ୍ୟାଧୁନିକ ବିଲଡିଂ ଛିଡା ହେବ । ଯଦି ଜଣେ ଏହି ଅଂଚଳରେ ସପିଙ୍ଗ କରିବେ ତେବେ ଘରୁ ବାହାରିବା ପୂର୍ବରୁ ନିଜ କାର ପାଇଁ ଅନଲାଇନ ପାର୍କିଂ ସ୍ଲଟ ବୁକିଙ୍ଗ କରିପାରିବେ ।