ଓଡିଶା

odisha

Congress Parivartan Samabesh: କେନ୍ଦ୍ର ଓ ରାଜ୍ୟ ଉପରେ ଗର୍ଜିଲା କଂଗ୍ରେସ, କହିଲା ରାଜ୍ୟରେ ଆରମ୍ଭ ହେବ ନୂଆ ସମୀକରଣ

ଖୋର୍ଦ୍ଧାରେ କଂଗ୍ରେସର ପରିବର୍ତ୍ତନ ସମାବେଶ । ଗୋଟିଏ ମଞ୍ଚରେ ଏକାଠି ହେଲେ କଂଗ୍ରେସ ନେତୃମଣ୍ଡଳୀ । ରାଜ୍ୟରେ ନୂଆ ସମୀକରଣ ଆଣିବ କଂଗ୍ରେସ । ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 28, 2023, 8:15 AM IST

Published : Oct 28, 2023, 8:15 AM IST

କଂଗ୍ରେସର ପରିବର୍ତ୍ତନ ସମାବେଶ: କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ଗର୍ଜନ
କଂଗ୍ରେସର ପରିବର୍ତ୍ତନ ସମାବେଶ: କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ଗର୍ଜନ

କଂଗ୍ରେସର ପରିବର୍ତ୍ତନ ସମାବେଶ: କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ଗର୍ଜନ

ଖୋର୍ଦ୍ଧା: 2024 ସାଧାରଣ ନିର୍ବାଚନ ପୂର୍ବରକଂଗ୍ରେସ ଶକ୍ତି ପ୍ରଦର୍ଶନ । ଗତକାଲି(ଶୁକ୍ରବାର) କଂଗ୍ରେସ ପକ୍ଷରୁ ଖୋର୍ଦ୍ଧାରେ ପରିବର୍ତ୍ତନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେଇଛି ଦଳ । ଖୋର୍ଦ୍ଧାରୁ ପରିବର୍ତ୍ତନ ସମାବେଶ ଆରମ୍ଭ କରି ରାଜ୍ୟରେ ନୂଆସମୀକରଣ ଆରମ୍ଭ କରିବ କଂଗ୍ରେସ ବୋଲି କହିଛନ୍ତି ଦଳୀୟ ନେତା । ଗତକାଲି ଏକ ଶୋଭାଯାତ୍ରାରେରେ ଜାନକୀ ବଲ୍ଲଭ ସ୍ମୃତି ଉଦ୍ୟାନରୁ ବାହାରି ହାବେଳି ପଡିଆ ଠାରେ ପହଞ୍ଚିଥିଲେ କଂଗ୍ରେସ ନେତା ଓ କର୍ମୀ । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ତଥା କଂଗ୍ରେସର ବରିଷ୍ଠ ନେତା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ରାଜ୍ୟ ସରକାରଙ୍କୁ ଗାଦିଚ୍ୟୁତ କରିବା ସହ ରାଜ୍ୟରେ ଚାଲିଥିବା ତାମିଲ ଶାସନ,ଭ୍ରଷ୍ଟାଚାର, ଦୁର୍ନୀତି, ନାରୀ ନିର୍ଯାତନା କୁନେଇ ରାଜ୍ୟ ସରକାର ଉପରେ ବର୍ଷିଥିଲେ ।

ସେହିପରି ରାଜ୍ୟରେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛି, ମଦକୁ ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର, କିଭଳି ଏହି ଭ୍ରଷ୍ଟାଚାରି ସରକାର ଗାଦିଚ୍ୟୁତ କରାଯିବ ତାହା ଏହି ପରିବର୍ତ୍ତନ ସମାବେଶରେ ଆହ୍ୱାନ ଦେଇଥିଲେ । ଏହି ସମାବେଶରେ କଂଗ୍ରେସର ଓଡିଶା ପ୍ରଭାରୀ ଚେଲାକୁମାର ରାଜ୍ୟରେ ଚାଲିଥିବା ଖଣି ଦୁର୍ନୀତି ଚିଟ ଫଣ୍ଡ ଠକେଇର କଥା ଉଠାଇ ରାଜ୍ୟ ଏବଂ କେନ୍ଦ୍ର ଉପରେ ବର୍ଷିଥିଲେ ।

ଏହା ମଧ୍ୟ ପଢନ୍ତୁ...Aparajita On Pandian VRS: ‘ଏହି ବାବୁ ପୁରା ଶାସନ ବ୍ୟବସ୍ଥାକୁ ହାଇଜାକ କରିଛନ୍ତି’

ପିସିସି ସଭାପତି ଶରତ ପଟ୍ଟନାୟକ ପାଣ୍ଡିଆନକୁ ଟାର୍ଗେଟ କରି କହିଛନ୍ତି ," ରାଜାନୀତି କରିବାର ସମସ୍ତଙ୍କ ଅଧିକାର ରହିଛି । ତାହାର ମାନେ ନୁହେଁ ୪କୋଟି ଓଡିଆ ଏଠାରେ ଚୁପ ବସିଥିବେ । ବିଜେଡି ଦଳର କଥା କିଏ ତାଙ୍କୁ ସ୍ୱାଗତ କରିବ କିନ୍ତୁ ଓଡିଶାର ଲୋକେ କେବେ ତାଙ୍କୁ ସ୍ୱାଗତ କରି ପାରିବେ ନାହିଁ । ଓଡିଶାରେ ଓଡିଆ ଲୋକେ ଶାସନ କରିବାର ଅଧିକାର ରହିଛି ,ଏଠାରେ ବାହାର ଲୋକେ ଶାସନ କରିବା ସୁଯୋଗ ଦିଆଯିବ ନାହିଁ । "ସେହିଭଳି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।

ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା,ପ୍ରସାଦ ହରିଚନ୍ଦନ , ବିଧାୟକ ତାରା ବାହିନୀପତି, ବିଜୟ ପଟ୍ଟନାୟକ, ରାମଚନ୍ଦ୍ର ଖୁଣ୍ଟିଆ, ସମେତ ଛାତ୍ର କଂଗ୍ରେସ ସଭାପତି,ମହିଳା କଂଗ୍ରେସ ଆଦି ବିଭିନ୍ନ ବିଭାଗରେ ନେତା ଏବଂ କର୍ମୀମାନେ ଯୋଗ ଦେଇଥିଲେ ।


ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details