ନିଆଳି: ସରକାରୀ କର୍ମଚାରୀଙ୍କୁ ଡ୍ୟୁଟି ସମୟରେ ଆକ୍ରମଣ ଓ କାର୍ଯ୍ଯ କରିବାରେ ବ୍ୟାଘାତ ସୃଷ୍ଟି କଲେ କଠୋର କାର୍ଯ୍ୟାନୁଷ୍ଠାନ ନିୟମ ରହିଛି । କିନ୍ତୁ ଏସବୁ ନିୟମର ଖୋଲାଖୋଲି ଉଲ୍ଲଂଘନ କରି ବିଦ୍ୟାଳୟ ଏସ୍.ଏମ୍.ସି ବୈଠକ ଚାଲିଥିବା ବେଳେ ଜଣେ ଅସାମାଜିକ ବ୍ୟକ୍ତି ବିଦ୍ଯାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଏସ୍ଏମ୍ସିର ସଦସ୍ୟ ଓ ସଦସ୍ଯାମାନଙ୍କୁ ଗାଳି ଗୁଲଜ ଓ ଧମକ ଚମକ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅଭୟମୁଖି ପଞ୍ଚାୟତସ୍ଥିତ ବରାହୀ ସରକାର ଉଚ୍ଚ ବିଦ୍ୟାଳୟରେ ।
ଏହା ମଧ୍ୟ ପଢନ୍ତୁ...ଶିକ୍ଷକଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତକୁ ଗିରଫ ଦାବିରେ ସ୍କୁଲରେ ତାଲା, ଭାଙ୍ଗିଲା ପୋଲିସ
ମିଳିଥିବା ଅଭିଯୋଗ ଅନୁସାରେ ବାଲିପାଟଣା ବ୍ଲକ ଅଭୟମୁଖି ପଞ୍ଚାୟତସ୍ଥିତ ବରାହୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତ ୨୨ ତାରିଖ ଦିନ ଏସ.ଏମ.ସି ବୈଠକ ସମୟରେ ଜଣେ ଅସାମାଜିକ ବ୍ୟକ୍ତି ଯୋଗୁଁ ଗଣ୍ତଗୋଳ ଓ ପରେ ଉତ୍ତେଜନାମୂଳକ ସ୍ଥିତି ଉତ୍ପନ୍ନ ହୋଇଥିଲା। ଏନେଇ ବିଦ୍ଯାଳୟର ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ, ଏସ.ଏମ.ସିର ଚେୟାରମ୍ଯାନ ଓ ସଦସ୍ଯାମାନଙ୍କ ପକ୍ଷରୁ ବାଲିପାଟଣା ଥାନାରେ ତିନୋଟି ଏତଲା ହୋଇଥିଲା ଏବଂ ଗତ ୨୩ ତାରିଖ ଦିନଠାରୁ ଏସ୍ଏମ୍ସି ଓ ଅଭିଭାବକ ବିଦ୍ଯାଳୟ ସମ୍ମୁଖରେ ଅଭିଯୁକ୍ତକୁ ଗିରଫ ଦାବିରେ ଧାରଣା ଦେଇଛନ୍ତି । କିନ୍ତୁ ଅଭିଯୁକ୍ତକୁ ଏଯାଏଁ ପୋଲିସ ଗିରଫ କରିନାହିଁ ।