ଓଡିଶା

odisha

ETV Bharat / state

ଏଣିକି ଓଡିଶା ବିଧାନସଭାରେ ସବୁ କାର୍ଯ୍ୟ ହେବ ପେପର ଲେସ

ଓଡିଶା ବିଧାନସଭାରେ ସବୁ କାର୍ଯ୍ୟ ହେବ ପେପର ଲେସ । ଅନଲାଇନରେ ହେବ ସବୁ କାମ ।ଏନେଇ ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jun 15, 2019, 4:59 AM IST

ଭୁବନେଶ୍ବର: ଓଡିଶା ବିଧାନସଭାରେ ସବୁ କାର୍ଯ୍ୟ ହେବ ପେପର ଲେସ । ଅନଲାଇନରେ ହେବ ସବୁ କାମ ।ଏନେଇ ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି । ବର୍ତ୍ତମାନ ଦେଶର ହିମାଚଳ ପ୍ରଦେଶର ଶିମଲା ଓ ପଂଜାବର ଚଣ୍ଡୀଗଡ଼ ବିଧାନସଭାରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ରାଜ୍ୟ ସରକାରଙ୍କ ଏକ ଟିମ ଏହି ଦୁଇ ରାଜ୍ୟକୁ ଯାଇ ପ୍ରାଥମିକ ରିପୋର୍ଟ ଦେବେ । ରିପୋର୍ଟର ତର୍ଜମା କରିବା ପରେ ଏହା କାର୍ଯ୍ୟକାରୀ ହେବ । ଏକ ପ୍ରକାର ନୀତିଗତ ନିଷ୍ପତ୍ତି ହୋଇ ସାରିଛି । ମୁଖ୍ୟ ଶାସନ ସଚିବ ଓ ବାଚସ୍ପତିଙ୍କ ଅନୁମୋଦନ ପରେ ଏହା କାର୍ଯ୍ୟ କରିବ। ଏନେଇ ଆବଶ୍ୟକ ପାଣ୍ଠି ଉଭୟ କେନ୍ଦ୍ରର ଓ ରାଜ୍ୟ ସରକାର ବହନ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଇ- ବିଧାନ ନାମରେ ଏକ ଯୋଜନା ଆରମ୍ଭ କରିଛନ୍ତି । ସେହି ଯୋଜନାରେ ଓଡିଶା ସାମିଲ ହେବ । ଯୋଜନା ବାବଦକୁ କେନ୍ଦ୍ର 60 ଓ ରାଜ୍ୟ 40 ପ୍ରତିଶତ ଅର୍ଥ ବହନ କରିବେ ବୋଲି କହିଛନ୍ତି ସୂର୍ଯ୍ୟନାରାୟଣ ପାତ୍ର ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details