ଭୁବନେଶ୍ବର:ମହିଳାମାନଙ୍କ ସୁରକ୍ଷାକୁ ନେଇ ପରିବହନ ବିଭାଗ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଏଣିକି ସମସ୍ତ ଯାନବାହନରେ ଲାଗିବ ପାନିକ ବଟନ । କିଛି ଅପ୍ରୀତିକର ପରିସ୍ଥିତି ବା ଅସୁବିଧା ସ୍ଥିତି ଉପୁଜିଲେ ଏହି ସୁଇଚ ମାରିଲେ କିଛି ସମୟ ମଧ୍ୟରେ ପହଞ୍ଚିଯିବ ପୋଲିସ । ଏନେଇ ଭୁବନେଶ୍ୱର ଅଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ନୂତନ ଭାବେ ଉଦଘାଟିତ ହୋଇଛି ଏହି ପାନିକ ବଟନ୍ ସେବାର ମୁଖ୍ୟ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ।
ତେବେ ସମସ୍ତ ଯାତ୍ରୀବାହି ବସ୍, ଟ୍ୟାକ୍ସି, କାର ବା ସ୍କୁଲ ବସ ଭଳି କମର୍ସିଆଲ ଗାଡି ଗୁଡିକରେ ରହିବ ପାନିକ ବଟନ୍ । ଅର୍ଥାତ ସୁଇଚ ଟିପିଲେ କିଛି କ୍ଷଣ ମଧ୍ୟରେ ପହଞ୍ଚିଯିବ ପୋଲିସ । କେବଳ ପୋଲିସ ନୁହେଁ ଆବଶ୍ୟକ ପଡିଲେ ଆମ୍ବୁଲାନ୍ସ ବା ଅଗ୍ନିଶମ ଭଳି ଗାଡି ମଧ୍ୟ ସିଧା ଘଟଣାସ୍ଥଳରେ ପହଞ୍ଚିଯିବ । କୌଣସି ସମସ୍ୟାରେ ବା ଦୁର୍ଘଟଣାରେ ପଡିଲେ ତୁରନ୍ତ ସହାୟତା ମିଳିବ ।
ତେବେ ଦିଲ୍ଲୀର ନିର୍ଭୟା ଘଟଣା ପରଠୁ ମହିଳାଙ୍କ ଯାତ୍ରା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ କମର୍ସିଆଲ ଗାଡ଼ିରେ ଏଭଳି ପାନିକ ବଟନ୍ ଲଗାଇବା ବାଧ୍ୟତାମୂଳକ କରାଯାଇଥିବା ବେଳେ ଖୁବଶୀଘ୍ର ଭୁବନେଶ୍ୱରରେ ଏହି ସେବା ଉପଲବ୍ଧ ହେବାକୁ ଯାଉଛି । ଏନେଇ ଭୁବନେଶ୍ୱର ଅଞ୍ଚଳିକ ପରିବହନ କାର୍ଯ୍ୟାଳୟ-2ରେ ନୂତନ ଭାବେ ଉଦଘାଟିତ ହୋଇଛି ଏହି ପାନିକ ବଟନ୍ ସେବାର ମୁଖ୍ୟ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର । ମହିଳାମାନେ ଯଦି କେଉଁଠି ଅସୁବିଧାର ସାମ୍ନା ହେବେ ତେବେ ଗାଡିରେ ଲାଗିଥିବା ପାନିକ ବଟନ ମାରିଲେ ସେଠାରୁ ତୁରନ୍ତ ସେହି ଜାଗାର ପୁରା ଲୋକେସନ ସହ ସୂଚନା ଏହି କମାଣ୍ଡ ସେଣ୍ଟରରେ ପହଞ୍ଚିଯିବ । ଏହାପରେ ପୋଲିସ ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା ତୁରନ୍ତ ସେଠାରେ ପହଞ୍ଚିଯିବ ।