ଖୋର୍ଦ୍ଧା: ନାହିଁ ସେ ଉତ୍ସାହ କି ଉଦ୍ଦିପନା, କରୋନା ପାଇଁ ସବୁଠି ଖାଁ ଖାଁ ପରିବେଶ । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ପଞ୍ଚୁଦୋଳ ପଡ଼ିଆରେ ଏକାଠି ହୋଇଥିବା ବିଭିନ୍ନ ଗ୍ରାମର ଠାକୁରଙ୍କ ପାଖକୁ ଯିବା ପାଇଁ ଭକ୍ତଙ୍କୁ ଲାଗିଛି ଜିଲ୍ଲା ପ୍ରଶାସନର କଟକଣା । ଦୋଳରେ ବିଜେ ପ୍ରତିମାଙ୍କୁ ଦେଖି କିଏ ଫଗୁ ସମର୍ପଣ କରୁଛନ୍ତି ତ ଆଉ କିଏ ଆଶିଷ ଭିକ୍ଷା ।
ଖାଁ ଖାଁ ପରିବେଶ, ପଞ୍ଚୁଦୋଳ ମେଳଣ ପଡିଆରେ ବିଜେ କଲେ ଇଷ୍ଟ ଦେବ - panchudola melana field rituals
ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ପଞ୍ଚୁଦୋଳ ପଡ଼ିଆରେ ଏକାଠି ହୋଇଥିବା ବିଭିନ୍ନ ଗ୍ରାମର ଠାକୁରଙ୍କ ପାଖକୁ ଯିବା ପାଇଁ ଭକ୍ତଙ୍କୁ ଲାଗିଛି ଜିଲା ପ୍ରଶାସନର କଟକଣା । ଦୋଳରେ ବିଜେ ପ୍ରତିମାଙ୍କୁ ଦେଖି କିଏ ଫଗୁ ସମର୍ପଣ କରୁଛନ୍ତି ତ ଆଉ କିଏ ଆଶିଷ ଭିକ୍ଷା । ଅଧିକ ପଢନ୍ତୁ...
ଖାଁ ଖାଁ ପରିବେଶ, ପଞ୍ଚୁଦୋଳ ମେଳଣ ପଡିଆରେ ବିଜେକଲେ ଇଷ୍ଟ ଦେବ
ଏହାରି ଭିତରେ ଜମାଣ ହୋଇଛି ଇଷ୍ଟ ଦେବଙ୍କ ହରିହର ମେଳନ ପାଇଁ । ଲୋକଙ୍କ ମଧ୍ୟରେ ଥିବା ଉତ୍ସାହ ଓ ଉଦ୍ଦିପନାକୁ ଛଡାଇ ନେଇଛି ମହାମାରୀ କରୋନା । ଯେଉଁଥିପାଇଁ ଏହି ହରିହର ମେଳନ ପାଇଁ ଆସିଥିବା ମହାପ୍ରଭୁ ଆଜି ଏକା ପଡିଯାଇଛନ୍ତି । ଲୋକଙ୍କ ଗହଳି ନାହିଁ କି ସେଭଳି ମାହୋଲ ମଧ୍ୟ ନାହିଁ । କିନ୍ତୁ, ପରମ୍ପରା ବଜାୟ ରଖିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଉତ୍ସବ ଜାରି ରଖିଛନ୍ତି ଗ୍ରାମବାସୀ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ