ଓଡିଶା

odisha

ETV Bharat / state

ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା, ପଞ୍ଚାୟତ ହେବ କୋଭିଡ ମୁକ୍ତ - ପଞ୍ଚାୟତକୁ କରାଯିବ କୋଭିଡ ମୁକ୍ତ

ଖୋର୍ଦ୍ଧା ଜିଲ୍ଲାରେ କାୟା ମେଲାଉଛି କୋରୋନା ରୂପୀ ଅଦୃଶ୍ୟ ଭୁତାଣୁ । ସେପଟେ ଗ୍ରାମଞ୍ଚଳକୁ କୋରୋନା ମୁକ୍ତ କରିବା ପାଇଁ ସରପଞ୍ଚ ମାନଙ୍କୁ ପୁଣିଥରେ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

Khordha panchayat will be covid-free
ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା : ପଞ୍ଚାୟତକୁ କରାଯିବ କୋଭିଡ ମୁକ୍ତ

By

Published : May 18, 2021, 5:33 PM IST

ଖୋର୍ଦ୍ଧା: କାୟା ମେଲାଉଛି ଅଦୃଶ୍ୟ ଭୁତାଣୁ କୋରୋନା । କୋରୋନାର ଦ୍ବିତୀୟ ଲହରର ଚେନ ଭାଙ୍ଗିବା ପାଇଁ ରାଜ୍ୟ ସରକାର ଲାକଡାଉନ ଭଳି କଠୋର ନିଷ୍ପତ୍ତି ନେଇଛନ୍ତି । କିନ୍ତୁ କିଛି ଆମିନିଆଙ୍କ ପାଇଁ ଖୋର୍ଦ୍ଧା ଜିଲ୍ଲା ରାଜ୍ୟରେ କୋରୋନାର ହଟସ୍ପଟ ପାଲଟିଛି । ଦୈନିକ ଜିଲ୍ଲାରେ ସଂକ୍ରମଣ ହାର ଉର୍ଦ୍ଧ୍ବରେ ରହୁଥିବା ଦେଖିବାକୁ ମିଳୁଛି ।

ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା : ପଞ୍ଚାୟତକୁ କରାଯିବ କୋଭିଡ ମୁକ୍ତ

ସେପଟେ ଗ୍ରାମଞ୍ଚଳକୁ କୋରୋନା ମୁକ୍ତ କରିବା ପାଇଁ ସରପଞ୍ଚ ମାନଙ୍କୁ ପୁଣିଥରେ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଜିଲ୍ଲାପାଳଙ୍କ କ୍ଷମତା ପାଇବା ପରେ ପଞ୍ଚାୟତରେ କୋରୋନା ନିୟନ୍ତ୍ରଣ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସରପଞ୍ଚମାନେ ମତ ଦେଇଛନ୍ତି ।

ସେହିଭଳି କୋରୋନା ସମ୍ପର୍କରେ ଲୋକଙ୍କୁ ସଚେତନତା କରାଯିବା ସହ ଟୀକାକରଣକୁ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡିଛି ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ABOUT THE AUTHOR

...view details