ଖୋର୍ଦ୍ଧା: ଅକଳରେ ବୋଲଗଡ ପିଚୁକୁଳି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ‘ଫନି’ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟରେ ଅନିୟମିତତା ଅଭିଯୋଗରେ ଘେରିଲେ ପଞ୍ଚାୟତବାସୀ । ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ସହ ତାଙ୍କୁ ଅଟକ ରଖିଲେ ଲୋକେ । ବୋଲଗଡ ବିଡିଓ ଓ ବେଗୁନିଆ ଥାନାଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଛନ୍ତି ।
ପିଚୁକୁଳି ପଞ୍ଚାୟତରେ ଅନିୟମିତତା ଅଭିଯୋଗ, ପିଇଓଙ୍କୁ ଘେରିଲେ ଲୋକେ - pichukuli panchayat people
ପିଚୁକୁଳି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରିଲେ ପଞ୍ଚାୟତବାସୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ‘ଫନି’ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟରେ ଅନିୟମିତତା ଅଭିଯୋଗରେ ତାଙ୍କୁ ପଞ୍ଚାୟତବାସୀ ଘେରିଥିବାବେଳେ ବୋଲଗଡ ବିଡିଓ ଓ ବେଗୁନିଆ ଥାନାଅଧିକାରୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଛନ୍ତି ।
ପିଚୁକୁଳି ପଞ୍ଚାୟତରେ ଅନିୟମିତତା ଅଭିଯୋଗ, କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରିଲେ ଲୋକେ
ବିଭିନ୍ନ ସରକାରୀ ଯୋଜନାରେ ବ୍ୟାପକ ଅନିୟମିତତା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଟଙ୍କା ନେବା ଏବଂ ବାତ୍ୟା ଫନି କ୍ଷତିଗ୍ରସ୍ତଙ୍କୁ ଚିହ୍ନଟରେ ଅନିୟମିତତା ଅଭିଯୋଗରେ ବୁଧବାର ପିଚୁକୁଳି ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଞ୍ଚାୟତବାସୀ ଘେରିଛନ୍ତି । ଅଧିକାରୀଙ୍କ ବିରୋଧରେ ସ୍ଥାନୀୟ ଲୋକେ ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ବାଧ୍ୟ ହୋଇ ସେମାନେ ତାଲା ପକାଇଥିବା କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ