ଓଡିଶା

odisha

ସରିଲା ନାମାଙ୍କନ ଦାଖଲ, ଖୋର୍ଦ୍ଧାରେ ସରଗରମ ରାଜନୀତି

By

Published : Jan 22, 2022, 9:36 AM IST

ଶେଷ ଦିନ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ମୋଟ 5583 ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ କଲେ ନାମାଙ୍କନ ପତ୍ର ଦାଖଲ । ଅଧିକ ପଢନ୍ତୁ

ସରିଲା ନାମାଙ୍କନ ଦାଖଲ, ଖୋର୍ଦ୍ଧାରେ ସରଗରମ ରାଜନୀତି
ସରିଲା ନାମାଙ୍କନ ଦାଖଲ, ଖୋର୍ଦ୍ଧାରେ ସରଗରମ ରାଜନୀତି

ଖୋର୍ଦ୍ଧା: ଉଷ୍ମ ହେବାରେ ଲାଗିଲାଣି ତୃଣମୂଳ ସ୍ତରରେ ରାଜନୀତି । କିଏ କେଉଁ ଦଳରୁ ପ୍ରାର୍ଥୀ ହେଉଛି ତା ଉପରେ ରହିଛି ସଭିଙ୍କ ନଜର । ବିଶେଷକରି ଦଳୀୟ ଚିହ୍ନରେ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ରାଜନୀତି ମୈଦାନକୁ ଓହ୍ଲାଉ ଥିବାବେଳେ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସରିଛି ।

ଏଥିପାଇଁ ଚଳଚଞ୍ଚଳ ହୋଇଥିଲା ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ଆଜି ତିନି ପ୍ରମୁଖ ଦଳ ସେମାନଙ୍କ ପ୍ରାର୍ଥୀଙ୍କୁ ନେଇ ନାମାଙ୍କନ ପତ୍ର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି । ସେହିଭଳି ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ସରପଞ୍ଚ ଓ ୱାର୍ଡ ମେମ୍ବର ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଭରୁ ଥିବାବେଳେ ସମିତି କାର୍ଯ୍ୟାଳୟରେ ସମିତି ସଭ୍ୟ ଆଶାୟୀମାନେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ସରିଲା ନାମାଙ୍କନ ଦାଖଲ, ଖୋର୍ଦ୍ଧାରେ ସରଗରମ ରାଜନୀତି

ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସବୁ ସ୍ଥାନରେ ପୋଲିସ ମୁତୟନ କରଯାଇଥିଲା । ଶେଷ ଦିନ ସୁଦ୍ଧା ଜିଲ୍ଲାରେ ମୋଟ 5583 ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ଥିବାବେଳେ 1005ଜଣ ସରପଞ୍ଚ, 809 ସମିତି ସଭ୍ୟ ଓ 153ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details