ଓଡିଶା

odisha

ETV Bharat / state

Paika Academy: ପାଇକ ଏକାଡେମୀ ପ୍ରତିଷ୍ଠାକୁ ସ୍ୱାଗତ, ବିଜୟ ଉତ୍ସବ ପାଳିଲା ପାଇକ ସଂଗଠନ - ବିଜୟ ଉତ୍ସବ ପାଳିଲେ ପାଇକ ସଂଗଠନ

ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଷ୍ଠା ହେବ ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର । ଶୁକ୍ରବାର ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିବା ପରେ ଖୁସି ପ୍ରକାଶ କରିଛି ବରୁଣେଇ ଓ ଖୋର୍ଦ୍ଧା ଗଡ଼ ବିକାଶ ପରିଷଦ । ଅଧିକ ପଢ଼ନ୍ତୁ

paika academy to be establish in khordha
ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ପାଇକ ଏକାଡେମୀ

By ETV Bharat Odisha Team

Published : Sep 9, 2023, 4:08 PM IST

ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ପାଇକ ଏକାଡେମୀ

ଖୋର୍ଦ୍ଧା: ଜିଲ୍ଲାରେ ପ୍ରତିଷ୍ଠା ହେବ ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ କରିଛନ୍ତି । ଏନେଇ ଆଜି ଖୋର୍ଦ୍ଧାଗଡ଼ ଓ ପଞ୍ଚ ପାଇକ ସ୍ଥଳୀରେ ବିଜୟ ଉତ୍ସବ ପାଳନ କରିଛନ୍ତି ବରୁଣେଇ ଓ ଖୋର୍ଦ୍ଧା ଗଡ଼ ବିକାଶ ପରିଷଦ । ଖୋର୍ଦ୍ଧା ଗଡ଼ ମଧ୍ୟରେ ପାଇକ କଳା ପଦର୍ଶନ କରିବା ସହ ସରକାରଙ୍କ ଏଭଳି ଘୋଷଣାକୁ ବରୁଣେଇ ଓ ଖୋର୍ଦ୍ଧା ଗଡ଼ ବିକାଶ ପରିଷଦ ସ୍ୱାଗତ କରିଛି

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ସହ ସମଗ୍ର ପାଇକ ଜାତି ପାଇଁ ଏହା ଗର୍ବର ବିଷୟ । ଏହା ଦ୍ୱାରା ସମଗ୍ର ପାଇକ ସଂଗଠନ ଉପକୃତ ହେବା ସହ ହଜିବାକୁ ବସିଥିବା ପାଇକ କଳା ପୁଣି ପୁନର୍ଜିବିତ ହେବ । ଏହି ଗବେଷଣା କେନ୍ଦ୍ର ଦ୍ୱାରା ନୂତନ ପାଇକ ସୃଷ୍ଟି ହେବେ ବୋଲି ଆଶା ରଖିଛନ୍ତି ପାଇକ ଦାୟାଦ ତଥା ବରୁଣେଇ ଖୋର୍ଦ୍ଧା ଗଡ଼ ବିକାଶ ପରିଷଦର ସଭାପତି ଦିଲ୍ଲୀପ ଶ୍ରୀଚନ୍ଦନ । ସେହିପରି ଭାରତ ବର୍ଷର ଶେଷ ସ୍ୱାଧୀନ ଦୂର୍ଗ ଖୋର୍ଦ୍ଧା ଗଡ଼ର ପୁନରୁଦ୍ଧାର ସହ ଗଡ଼ର ଉନ୍ନତି ପାଇଁ ସେ ଦାବି କରିଛନ୍ତି । ଏହି ଏକାଡେମୀ ଦ୍ୱାରା ପାଇକ ମାନଙ୍କ ସାମୂହିକ ବିକାଶ ପାଇଁ ସ୍ବତନ୍ତ୍ର ପାଠ୍ୟକ୍ରମ ଜରିଆରେ ଶିକ୍ଷା ପ୍ରଦାନ ସହିତ ପ୍ରଶିକ୍ଷଣ ଓ ଗବେଷଣାର ବ୍ୟବସ୍ଥା ରହିବ । ଶିକ୍ଷାର୍ଥୀ ମାନଙ୍କ ପାଇଁ ଛାତ୍ର ବୃତ୍ତିର ମଧ୍ୟ ବ୍ୟବସ୍ଥା କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ:ଖୋର୍ଦ୍ଧାରେ ହେବ ପାଇକ ଏକାଡେମୀ, ଦିଆଯିବ ସ୍ବତନ୍ତ୍ର ପ୍ରଶିକ୍ଷଣ

ସେହିପରି ବର୍ତ୍ତମାନ ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ଗଡ ଖୋର୍ଦ୍ଧା ଠାରେ ଅସ୍ଥାୟୀ ଭାବରେ କାର୍ଯ୍ୟ କରିବ ବୋଲି ଜଣାପଡିଛି । ପରେ ଯଥାଶୀଘ୍ର ଏହି କେନ୍ଦ୍ର ପାଇଁ ସ୍ଥାନ ନିରୂପଣ ଓ ଡି.ପି.ଆର ପ୍ରଦାନ କରିବା ଲାଗି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 1817 ମସିହାରେ ଖୋର୍ଦ୍ଧା ମାଟିରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ସଂଗଠିତ ହୋଇଥିଲା ପାଇକ ବିଦ୍ରୋହ । ଇଂରେଜ ଶାସନ ବିରୁଦ୍ଧରେ ଏହା ଥିଲା ଦେଶର ପ୍ରଥମ ବିଦ୍ରୋହ ବୋଲି ଐତିହାସିକ ମାନେ ମତ ପ୍ରକାଶ କରନ୍ତି । ଏହି ମହାନ ପାଇକ ପରମ୍ପରାକୁ ଉଜ୍ଜିବିତ କରି ରଖିବା ସହ ଏ ଦିଗରେ ଅଧିକ ଗବେଷଣା ପାଇଁ ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ମାର୍ଗ ପ୍ରଶସ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details