ଓଡିଶା

odisha

ETV Bharat / state

ଗର୍ଜିଲେ ପାଇକ ସଂଗଠନ: ଶୋଭାଯାତ୍ରାରେ ସାମିଲ ହେଲେ ୩୦୦୦ରୁ ପାଇକ - ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି

ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ଦାବି କରି ଖୋର୍ଦ୍ଧାରୁ ଭୁବନେଶ୍ବର ଅଭିମୁଖେ ପାଇକ ସଂଗଠନର ଶୋଭାଯାତ୍ରା । ଅଧିକ ପଢନ୍ତୁ

ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି କରି ବିଶାଳରାଲି
ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି କରି ବିଶାଳରାଲି

By

Published : Dec 27, 2021, 3:31 PM IST

ଖୋର୍ଦ୍ଧା:ପୁଣି ଜିଲ୍ଲାରେ ଗର୍ଜିଲେ ବିଭିନ୍ନ ପାଇକ ସଂଗଠନ । ଏନେଇ ଆଜି ବରୁଣେଇ ପୀଠରୁ ଆରମ୍ଭ ହୋଇଛି ଏକ ବିଶାଳ ପାଇକ ମେଳି । ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ସାରା ରାଜ୍ୟରେ ଥିବା ପ୍ରାୟ 100 ରୁ ଅଧିକ ପାଇକ ସଂଗଠନ ଏକତ୍ରିତ ହୋଇ ଖୋର୍ଦ୍ଧା ଗଡ଼ ଠାରୁ ଭୁବନେଶ୍ବର ପ୍ରଦର୍ଶନୀ ପଡିଆ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଛନ୍ତି ।

ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି କରି ବିଶାଳରାଲି

ଏହି ଶୋଭାଯାତ୍ରାରେ 3000 ପାଇକ ସାମିଲ ହୋଇଥିବାବେଳେ ପ୍ରଥମେ ମା ବରୁଣେଇଙ୍କ ନିକଟରେ ପାଇକ ଅସ୍ତ୍ରଶସ୍ତ୍ର ପୂଜା କରିବା ପରେ ଖୋର୍ଦ୍ଧା ସହର ପରିକ୍ରମା କରାଯାଇଥିଲା । ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହିତ ପାଇକ ସଙ୍ଗଠନକୁ ପ୍ରଥମ ସ୍ୱାଧୀନତାର ମାନ୍ୟତା ପାଇଁ ଆଉ ଏକ ସଂଗ୍ରାମ ଆରମ୍ଭ ହୋଇଯାଇଥିବା କହିଛନ୍ତି ପାଇକ ସଂଗଠନର ସଦସ୍ୟ । ସେହିପରି କେନ୍ଦ୍ର ସରକାର ଏହା ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ଦିଲ୍ଲୀ ଦରବାରରେ ଏହାର ପ୍ରତିବାଦ କରାଯିବ ବୋଲି ମଧ୍ୟ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details