ଓଡିଶା

odisha

By

Published : Jul 13, 2023, 5:08 PM IST

ETV Bharat / state

ପାଇକ ବିଦ୍ରୋହ ମିଳୁନି ଉଚିତ୍‌ ସମ୍ମାନ, ରାଜରାସ୍ତାକୁ ଓହ୍ଲାଇବ ମହାସଂଘ

3 ଦଫା ଦାବି ନେଇ କେନ୍ଦ୍ର ଓ ରାଜ୍ୟ ସରକରାଙ୍କ ଉପରେ ବର୍ଷିଲେ ରାଜ୍ୟ ପାଇକ ଆଖଡ଼ା ମହାସଂଘ । ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ କରିବାକୁ ତେଜିଲା ଦାବି । ଅଧିକ ପଢ଼ନ୍ତୁ

ପାଇକ ବିଦ୍ରୋହକୁ ମିଳୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା
ପାଇକ ବିଦ୍ରୋହକୁ ମିଳୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା

ପାଇକ ବିଦ୍ରୋହକୁ ମିଳୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା

ଖୋର୍ଦ୍ଧା: ସାମ୍ବାଦିକ ସମ୍ମିଳନୀ କରି ଗର୍ଜିଲା ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘ । ପାଇକ ସ୍ମାରକୀ ନିର୍ମାଣର ଅହେତୁକ ବିଳମ୍ବକୁ ନିନ୍ଦା କଲା ସଂଘ । ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ କରିବାକୁ ଦାବି କରିଛି ପାଇକ ଆଖଡ଼ା ମହାସଂଘ । ଏହାସହ ଓଡ଼ିଶା ପାଇକ ରେଜିମେଟ୍ ଗଠନ ଏବଂ ଭାରତର ଶେଷ ସ୍ୱାଧୀନ ଦୁର୍ଗ ତଥା ପ୍ରଥମ ସ୍ୱାଧୀନତା ସଂଗ୍ରାମର ଏନ୍ତୁଡ଼ିଶାଳ ଖୋର୍ଦ୍ଧାଗଡ଼ର ପୁନଃରୁଦ୍ଧାର ଦାବି କରାଯାଇଛି ।

ଏହିଦାବିକୁ ନେଇ ଆସନ୍ତା 18 ତାରିଖ ଦିନ ବରୁଣେଇ ନିକଟରେ ହଜାର ହଜାର ପାଇକମାନଙ୍କୁ ନେଇ ଏକ ଜନଗର୍ଜନ ସମାବେଶ କରାଯିବ । ଏହାସହ ଦାବି ପୂରଣ ପାଇଁ ଦିଲ୍ଲୀ ଚଲୋ ଅଭିଯାନ ନିମନ୍ତେ ରାଜ୍ୟସାରା ଏକ ଜନଜାଗରଣ ପାଇଁ ଶୁଭାରମ୍ଭ ହେବ । ରାଜ୍ୟ ପାଇକ ଆଖଡ଼ା ମହାସଂଘର ସଭାପତି ପ୍ରକାଶ ଶ୍ରୀଚନ୍ଦନ, ସମ୍ପାଦକ ଦିଲ୍ଲୀପ ଶ୍ରୀଚନ୍ଦନ ଓ ମୁଖ୍ୟ ସଂଯୋଜକ ଆଇନଜୀବୀ ନରେନ୍ଦ୍ର ପୃଷ୍ଟି ମିଳିତ ଭାବରେ ଏହାର ସୂଚନା ଦେଇଛନ୍ତି ।

ରାଜ୍ୟ ପାଇକ ଆଖଡା ମହାସଂଘ ସମ୍ପାଦକ ଦିଲ୍ଲୀପ ଶ୍ରୀଚନ୍ଦନ କହିଛନ୍ତି, ‘‘ସଂଗ୍ରାମର ଏନ୍ତୁଡ଼ିଶାଳ ଖୋର୍ଦ୍ଧାଗଡ଼ର ଆଜିବି ଲୋକ ଲୋଚନରୁ ବହୁ ଦୂରରେ । ଅସାମ ରେଜିମେଣ୍ଟ, ପଞ୍ଜାବ ରେଜିମେଣ୍ଟ ପରି ପାଇକ ରେଜିମେଣ୍ଟ ଗଠନ କରାଯାଇ ବୀର ପାଇକଙ୍କୁ ସମ୍ମାନ ପ୍ରଦାନ କରାଯାଉ । ପାଇକ ସ୍ମାରକୀ ନିର୍ମାଣ ପାଇଁ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭବ୍ୟ ସମାରୋହରେ ବରୁଣେଇ ପାଦଦେଶରେ ଶିଳାନ୍ୟାସ କରିଥିଲେ । ହେଲେ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ ।ଓଡ଼ିଶାର ଅସ୍ମିତା ଓ ବୀରତ୍ବ ବହନ କରୁଥିବା ଇତିହାସର ଏହା ଦର୍ପଣ ସଦୃଶ ହୋଇଥିବାରୁ ରାଜ୍ୟ ପାଇକ ଆଖଡ଼ା ମହାସଂଘ ପକ୍ଷରୁ ଯଥାଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ବିଶାଳ ଆନ୍ଦୋଳନ କରାଯିବ । ଦଳମତ ନିର୍ବିଶେଷରେ ସବୁ ଦଳକୁ ଯୋଗ ଦେଇ ଓଡିଶା ପାଇଁ କିଛି କରିବାକୁ ଆହ୍ବାନ ଦେଇଛନ୍ତି । ’’

ରାଜ୍ୟ ପାଇକ ଆଖଡା ମହାସଂଘ ସଭାପତି ପ୍ରକାଶ ଶ୍ରୀଚନ୍ଦନ କହିଛନ୍ତି, ‘‘ବର୍ତ୍ତମାନ ପର୍ଯ୍ୟନ୍ତ ପାଇକ ସ୍ମାରକୀର ନିର୍ମାଣ ଆରମ୍ଭ ନ ହେବା ଯେତିକି ଦୁଃଖ ଦାୟକ ରାଜ୍ୟ ଓ କେନ୍ଦ୍ରର ଅଣା ଦେଖି ସେତିକି ଚିନ୍ତାଜନକ । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଳିତ ଭାବରେ ବସି ଏହାକୁ ନିର୍ମାଣ କରିବା ପାଇଁ ଯଥାଶୀଘ୍ର ପଦକ୍ଷେପ ନେବା ଜରୁରୀ । ସେହିପରି ସ୍ମାରକୀ କାର୍ଯ୍ୟ ଯଥାଶୀଘ୍ର ଶୁଭାରମ୍ଭ କରିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜି ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି ।’’

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details